ବିଦ୍ୟୁତ୍ ବଣ୍ଟନରେ ଓଡ଼ିଶାର ଫିଜିଟାଲ୍ ବିପ୍ଳବ

ଭାରତର ପୂର୍ବ ଉପକୂଳରେ ଅବସ୍ଥିତ, ଓଡ଼ିଶା ଏକ ରାଜ୍ୟ ଯାହା ଏହାର ବିଶାଳତା ଏବଂ ବିବିଧତା ପାଇଁ ପରିଚିତ। ପଶ୍ଚିମ ଓଡ଼ିଶାର ଖଣିଜ ସମୃଦ୍ଧ ଉଚ୍ଚଭୂମିଠାରୁ ଏହାର ଉପକୂଳବର୍ତ୍ତୀ ଅଞ୍ଚଳର ଉର୍ବର ଡେଲଟା ପର୍ଯ୍ୟନ୍ତ, ରାଜ୍ୟରେ ରହିଛି ଉଭୟ ଆର୍ôଥକ ପ୍ରତିଶୃତି ସହିତ ସାମାଜିକ ଜଟିଳତା। ଏଠାରେ ରହିଛି ଭୁବନେଶ୍ୱର ଏବଂ କଟକ ଭଳି ଦ୍ରୁତ ଗତିରେ ବିକଶିତ ସହରାଞ୍ଚଳ, ତଥାପି ଏହାର ପ୍ରାୟ ଅଧା ଜନସଂଖ୍ୟା ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ବାସ କରନ୍ତି ଯେଉଁଠାରେ ମୌଳିକ ଭିତ୍ତିଭୂମି ଐତିହାସିକ ଭାବରେ ଏକ ଆହ୍ୱାନ ହୋଇଆସିଛି।
ଏହି ଭୌଗୋଳିକ ଏବଂ ସାମାଜିକ ପ୍ରସାର ଓଡ଼ିଶାକୁ କେବଳ ଏକ ରାଜ୍ୟ ନୁହେଁ ବରଂ ଭାରତର ବିକାଶ ଯାତ୍ରାର ଏକ ଉଦାହରଣରେ ପରିଣତ କରିଛି ଯେଉଁଠାରେ ଆଧୁନିକ ଆକାଂକ୍ଷା ଗଭୀର ଭାବରେ ମୂଳ ପରମ୍ପରାକୁ ସମ୍ମାନ କରେ ଏବଂ ଯେଉଁଠାରେ ଉଭୟ ନବସୃଜନ ଏବଂ ଅନ୍ତର୍ଭୁକ୍ତିକରଣ ସହାବସ୍ଥାନ କରନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ର ଏକ ନୀରବ କିନ୍ତୁ ଗଭୀର ପରିବର୍ତ୍ତନ ଦେଇ ଗତି କରିଛି, ଯାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।
ଭାରତର ବିଦ୍ୟୁତ୍ କ୍ଷେତ୍ରର ବିକଶିତ ଦୃଶ୍ୟପଟ୍ଟରେ, ଓଡ଼ିଶାର ବଣ୍ଟନ କମ୍ପାନୀ (ଡିସକମ୍) ଗୁଡ଼ିକ ଉପଭୋକ୍ତାମାନଙ୍କ ସହିତ ସମ୍ପର୍କକୁ ପୁନଃପରିଭାଷିତ କରିବାରେ ଅଗ୍ରଣୀ ଭାବରେ ଉଭା ହୋଇଛନ୍ତି। ଡିସକମ୍ ଗୁଡ଼ିକ ଏକ ଫିଜିଟାଲ୍ (ଫିଜିକାଲ + ଡିଜିଟାଲ୍) ପଦ୍ଧତି ମାଧ୍ୟମରେ ନିଜକୁ ପୁନଃକଳ୍ପନା କରିଛନ୍ତି ଯାହା ଉଭୟ ମାନବ ସ୍ପର୍ଶ ଏବଂ ଡିଜିଟାଲ୍ ସୁବିଧାର ଏକ ଅଭିନବ ମିଶ୍ରଣ।
ଏହି ପରିବର୍ତ୍ତନ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୁହେଁ; ଏହା ଦାର୍ଶନିକ ମଧ୍ୟ। ତେଣୁ ଏହା ସୂଚାଉଛି ଯେ ବିଦ୍ୟୁତ୍ ସେବା ଆଉ ଏକ ଚେହେରାହୀନ ସେବା ନୁହେଁ ବରଂ ଏକ ଗ୍ରାହକ ଅଭିଜ୍ଞତା ଯାହା ସୁଗମତା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆବଶ୍ୟକ କରେ।
ଏକ ଗ୍ରାହକ- କୈନ୍ଦ୍ରିକ ପରିବର୍ତ୍ତନ
ଦଶନ୍ଧି ଧରି, ବିଦ୍ୟୁତ୍ ବଣ୍ଟନ କହିଲେ ମୁଖ୍ୟତଃ ପରିଚାଳନା, ଭିତ୍ତିଭୂମି ନିର୍ମାଣ, ଯୋଗାଣ ନିର୍ଭରଯୋଗ୍ୟତା ବଜାୟ ରଖିବା ଏବଂ କ୍ଷତି ହ୍ରାସ କରିବାକୁ ବୁଝାଉ ଥିଲା। ଓଡ଼ିଶାର ଡିସକମ୍ ଗୁଡିକ ଅନୁଭବ କରିଥିଲେ ଯେ ସ୍ଥାୟୀ ପ୍ରଭାବ ପାଇଁ ଅଧିକ କିଛି କରିବା ଆବଶ୍ୟକ: କେବଳ ଗ୍ରାହକ ସେବା ନୁହେଁ ବରଂ ଗ୍ରାହକଙ୍କ ଖୁସି ମଧ୍ୟ। ପ୍ରାୟ ୧ କୋଟି ପରିବାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପଭୋକ୍ତାଙ୍କ ଆଧାର ସହିତ, ରାଜ୍ୟକୁ ଏକ ସ୍କେଲେବଲ୍, ଦକ୍ଷ ଏବଂ ମାନବ-କୈନ୍ଦ୍ରିକ ମଡେଲ୍ ଆବଶ୍ୟକ ଥିଲା।
ୱାକ୍-ଇନ୍ ସେଣ୍ଟର, ସର୍ଭିସ ଏଜେଣ୍ଟ ଏବଂ ଫିଲ୍ଡ ଷ୍ଟାଫଙ୍କ ସହିତ ସିଧାସଳଖ ଯୋଗାଯୋଗକୁ ମୋବାଇଲ୍ ଆପ୍, ହ୍ୱାଟ୍ସଆପ୍ ସହାୟତା, ଅନଲାଇନ୍ ପେମେଣ୍ଟ ଗେଟୱେ ଏବଂ ସ୍ପଟ୍ ବିଲିଂ ଭଳି ଡିଜିଟାଲ୍ ପ୍ଲାଟଫର୍ମ ସହିତ ସଂଯୋଜିତ କରି, ଓଡ଼ିଶା ଡିସକମ୍ ଉପଭୋକ୍ତାଙ୍କୁ ଅଧିକ ଶକ୍ତି ଦେବା ସହିତ ୨୪ ଘଣ୍ଟା, ବାସ୍ତବ-ସମୟ ସଂଯୋଗ ସୁନିଶ୍ଚିତ କରିଛନ୍ତି।
ସେବାର ଏହି ଗଣତାନ୍ତ୍ରିକୀକରଣ ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରିଛି, ଏହା ସୁନିଶ୍ଚିତ କରୁଛି ଯେ ଯେଭଳି କୌଣସି ଗ୍ରାହକ ଡିଜିଟାଲ୍ ବିପ୍ଳବରୁ ବାଦ୍ ପଡିବେ ନାହିଁ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗ୍ରାହକ ମାନେ ଏବେ ନୂତନ ସଂଯୋଗ ପଞ୍ଜିକରଣ କରିବା, ବିଭ୍ରାଟ ରିପୋର୍ଟ କରିବା, ବିଲ୍ ପ୍ରଦାନ କରିବା କିମ୍ବା ସେବା ଅନୁରୋଧଗୁଡ଼ିକୁ ଟ୍ରାକ୍ କରିବା ପାଇଁ ଏହି ପ୍ଲାଟଫର୍ମଗୁଡ଼ିକରୁ ଉପକୃତ ହେଉଛନ୍ତି। ଏହି ହାଇବ୍ରିଡ୍ ମଡେଲ୍ ନିଶ୍ଚିତ କରିଛି ଯେଭଳି ଡିଜିଟାଲ୍ ବିପ୍ଳବରେ କୌଣସି ଉପଭୋକ୍ତା ପଛରେ ନରହିଯାଆନ୍ତୁ।
ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଡିସକମ୍ର ଉପଭୋକ୍ତା ସେବା ମୂଲ୍ୟାଙ୍କନ (ସିଏସ୍ଆର୍ଡି) ରିପୋର୍ଟରେ ଓଡ଼ିଶାର ଡିସକମ୍ ଗୁଡିକୁ ସର୍ବୋତ୍ତମ ସ୍ଥାନ ଦେଇଛି। ଏହି ପ୍ରଶଂସା ଦର୍ଶାଉଛି ଯେ ଦକ୍ଷତା, ସ୍ୱଚ୍ଛତା ଏବଂ ପ୍ରତିକ୍ରିୟାଶୀଳତା ଦ୍ୱାରା ଓଡ଼ିଶାର ନେତୃତ୍ୱ ୟୁଟିଲିଟି ଗୁଡ଼ିକୁ ଗ୍ରାହକ-ପ୍ରଥମ ଉଦ୍ୟୋଗରେ ପରିଣତ କରିଛି।
ଭାରତର ଶକ୍ତି କ୍ଷେତ୍ର ପାଇଁ ଏକ ଉଦାହରଣ
ବିଦ୍ୟୁତ ବଣ୍ଟନର ଘରୋଇକରଣ ବିଷୟରେ ବିଚାର କରୁଥିବା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଓଡ଼ିଶାର ଯାତ୍ରାକୁ ଏବେ ଏକ ଉଦାହରଣ ଭାବରେ ଅଧ୍ୟୟନ କରାଯାଉଛି। ମାତ୍ର ପାଞ୍ଚ ବର୍ଷ ମଧ୍ୟରେ, ରାଜ୍ୟ ଦେଖାଇଛି ଯେ କିପରି ଦାୟିତ୍ୱବୋଧତା, ପ୍ରଯୁକ୍ତିବିଦ୍ୟା ଏବଂ ଉପଭୋକ୍ତାଙ୍କ ସମ୍ପୃକ୍ତି ଜନସାଧାରଣଙ୍କ ଧାରଣା ଏବଂ ପରିଚାଳନା ଦକ୍ଷତାକୁ ନୂଆରୂପ ଦେଇପାରେ।
ଓଡିଶାର ଆଭିମୁଖ୍ୟକୁ ପ୍ରକୃତରେ ଭିନ୍ନ କରୁଥିବା ବିଷୟ ହେଉଛି ଏହା କାରବାରକୁ ସମ୍ପର୍କରେ ପରିବର୍ତ୍ତନ କରିଛି। ବ୍ୟକ୍ତିଗତ ଯୋଗାଯୋଗ, ସକ୍ରିୟ ପ୍ରଚାର ପ୍ରସାର ଏବଂ ଶକ୍ତି ସଂରକ୍ଷଣ ଟିପ୍ସ, ବିଶ୍ୱସ୍ତତା ଏବଂ ସନ୍ତୋଷ ଆଣି ପାରିଛି। ଏବେ ଡିସକମ୍ କେବଳ ସେବା ପ୍ରଦାନକାରୀ ନୁହେଁ ବରଂ ଦୈନନ୍ଦିନ ଜୀବନରେ ବିଶ୍ୱସ୍ତ ସହଯୋଗୀ।
ଭାରତ ସମସ୍ତଙ୍କ ପାଇଁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଏବଂ ଦ୍ରୁତ ନବୀକରଣୀୟ ଶକ୍ତିର ସମନ୍ୱୟ ପାଇଁ ପ୍ରୟାସ କରୁଥିବା ବେଳେ, ଓଡ଼ିଶାର ଫିଜିଟାଲ୍ ମଡେଲ୍ ପ୍ରମାଣିତ କରିଛି ଯେ ଦୀର୍ଘସ୍ଥାୟୀ ସଂସ୍କାର ପାଇଁ ଗ୍ରାହକଙ୍କୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ରାଜ୍ୟର ଅଭିଜ୍ଞତା ଅନ୍ୟ ୟୁଟିଲିଟି ଗୁଡିକ ପାଇଁ ଏକ ଉଦାହରଣ ପାଲଟିଛି ଯାହା ଦର୍ଶାଉଛି ଯେ କିପରି ନବସୃଜନତା, ସହାନୁଭୂତି ଏବଂ ଅନ୍ତର୍ଭୁକ୍ତିକରଣ ଏକ ବଡ ପରିବର୍ତ୍ତନ ଆଣିପାରେ।
ଓଡ଼ିଶାର ଡିସକମ୍ ଗୁଡ଼ିକ ଦକ୍ଷତା, ଅନ୍ତର୍ଭୁକ୍ତିକରଣ ଏବଂ ବିଶ୍ୱାସକୁ ମିଶ୍ରଣ କରୁଥିବା ଏକ ଫିଜିଟାଲ୍ ମଡେଲକୁ ଗ୍ରହଣ କରି ବିଦ୍ୟୁତ୍ ବଣ୍ଟନକୁ ପୁନଃପରିଭାଷିତ କରିଛନ୍ତି। ଜାତୀୟ ମୂଲ୍ୟାଙ୍କନରେ ଉଚ୍ଚ ସ୍ଥାନ ହାସଲ କରି ଏବଂ ଘରୋଇକରଣ କ୍ଷେତ୍ରରେ ସଂସ୍କାର କରି ଓଡ଼ିଶା ଜାତୀୟ ସ୍ତରରେ ମାନଦଣ୍ଡ ସ୍ଥାପନ କରିଛି।
ଯେଉଁ କ୍ଷେତ୍ରରେ ଗ୍ରାହକ ଅଭିଜ୍ଞତା ପୂର୍ବରୁ ପ୍ରାଥମିକତା ନଥିଲା, ସେ କ୍ଷେତ୍ରରେ ଓଡ଼ିଶା କରି ଦେଖାଇଛି ଯେ ବିଦ୍ୟୁତ ସେବା କେବଳ ଯୋଗାଣ ରେ ସୀମିତ ନୁହେଁ ବରଂ ଏହା ସମ୍ପର୍କକୁ ସଶକ୍ତ କରିବା, ବିଶ୍ୱାସ ସୃଷ୍ଟି କରିବା ଏବଂ ସମାଜରେ ପ୍ରଗତିକୁ ଶକ୍ତି ଦେବାକୁ ମଧ୍ୟ ବୁଝାଏ।