ଓଡ଼ିଶା ନାଭାଲ୍ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିଅନ୍ସିପ୍ ୨୦୨୪ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ୍ ଚାମ୍ପିଅନଶିପ୍ ୨୦୨୪ର
ଚତୁର୍ଥ ସଂସ୍କରଣ ଶୁକ୍ରବାର ଉଦଯାପିତ ହୋଇଯାଇଛି ।
ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଂଟର (ଏଚପିସି) ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଏହି
ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ହେଉଛି ଯୁବ ହକି ପ୍ରତିଭାଙ୍କୁ ରାଜ୍ୟବ୍ୟାପୀ ପ୍ରୋତ୍ସାହିତ କରିବା ସହ ଭବିଷ୍ୟତ ପ୍ରତିଯୋଗିତା ପାଇଁ ଦକ୍ଷ ଖେଳାଳି ସୃଷ୍ଟି
କରିବା । ଏହି ଉଦଯାପନୀ ପ୍ରତିଯୋଗିତାରେ ବାଳକ ବର୍ଗରେ ଏଚଟିସି ରାଜଗାଙ୍ଗପୁର ବିଜେତା ହୋଇଥିବା ବେଳେ ବାଳିକା ବର୍ଗରେ ଏଚଟିସି
ଲାଠିକଟା ବିଜେତା ହୋଇଛନ୍ତି ।
ଏହି ଉଦଯାପନୀ ଉତ୍ସବରେ ଅଲିମ୍ପିଆନ୍ ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା
ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ସ୧ାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅଲିମ୍ପିଆନ୍
ବୀରେନ୍ଦ୍ର ଲାକ୍ରା, ରୋସନ ମିଞ୍ଜ, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜଙ୍କ ସମେତ ଅନ୍ତର୍ଜାତୀୟ ଖେଳାଳି ଷ୍ଟାନଲି ଭିକ୍ଟର ଓ ଦୀପସାନ୍ ତିର୍କୀ,
ଭୁବନେଶ୍ୱରସ୍ଥିତ ଓଡ଼ିଶା ନାଭାଲ୍ ଟାଟା ହକି ହାଇପରଫର୍ମାନ୍ସ ସେଂଟରର ପ୍ରକଳ୍ପ ନିର୍ଦେଶକ ତଥା ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ (ଓଡ଼ିଶା) ରାଜୀବ
ସେଠ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଜୁନ୍ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ନୂଆଗାଁ ଓ ଯାଜପୁରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୨ଟି ତୃଣମୂଳ ସ୍ତରର କେନ୍ଦ୍ରରୁ
ଉଭୟ ପୁରୁଷ ଓ ମହିଳା ବର୍ଗରେ ଅଂଶଗ୍ରହଣ କରିଥିଲେ । ଜୁଲାଇ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି
ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗରୁ ୮ଟି ଦଳ ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଏହି ପର୍ଯ୍ୟାୟରେ ଲିଗ୍-ତଥା-ନକଆଉଟ୍ ଫର୍ମାଟରେ ୧୬ଟି
ଯୋଗ୍ୟଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।