ମହାନଦୀ ସୁପରଫାଷ୍ଟର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

କଟକ, ୨/୫ କଟକ ଚାଉଳିଆଗଂଜ ଥଟ୍ଟାରିସାହିରୁ ପ୍ରକାଶ ପାଉଆସୁଥିବା ଦୈନିକ ହିନ୍ଦି ଖବର କାଗଜ ମହାନଦୀ ସୁପରଫାଷ୍ଟର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଆନ୍ତର୍ଜାତିକ ଶ୍ରମ ଦିବସ ଅବସରରେ ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି ।

ଚୈାଦ୍ୱାର କଟକର ପୂର୍ବତନ ବିଧାୟକ ଡ. ପ୍ରଭାତ ରଂଜନ ବିଶ୍ୱାଳ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନଦୀ ସୁପରଫାଷ୍ଟର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରି କଟକ ସହରରେ ବସ ବାସ କରୁଥିବା ହିନ୍ଦି ଭାଷାଭାଷୀଙ୍କ ପାଇଁ ଏହି ଖବର କାଗଜଟି ଯଥେଷ୍ଟ ସହାୟକ ହେବ ବୋଲି କହିବା ସହିତ ନିଚ୍ଛକ ସତ୍ୟ ଖବରକୁ ପ୍ରକାଶ ପାଇଁ ସେ ସଂପାଦକଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ପ୍ରକାଶକ ତଥା ସଂପାଦକ ଅବିନାଶ ମିଶ୍ର ସୂଚନା ଦେଇ ଦୈତନଗରୀ କଟକରୁ ଏହି ସମ୍ବାଦପତ୍ରଟିର ପ୍ରକାଶ ଉପରେ ଗୁରୁତ୍ୱାରୋପ କରି ସହରବାସୀଙ୍କ ସହଯୋଗ କାମନା କରିଥିଲେ ।

ବରିଷ୍ଠ ସାମ୍ବାଦିକ ଚିତ୍ତ ମିଶ୍ର ଓ ପ୍ରଶାନ୍ତ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁପମ ଭାରତର କଟକ ଜିଲ୍ଲା ପ୍ରତିନିଧି ସୁରେଶ ଦାଶ, ପ୍ରିୟ ଖବର ପତ୍ରିକାର ସଂପାଦକ ରାଜକିଶୋର ଦାସ, ପାଇକ ପୁଅର ସଂପାଦକ ପ୍ରଭାକର ବିଶ୍ୱାଳ, ପ୍ରଗତିବାଦୀର ହର ଦାସ ଓ ଏକାମ୍ର ବିକାଶ ମଂଚର ଅଧ୍ୟକ୍ଷା ରଶ୍ମୀ ମହାପାତ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟରୁ ପ୍ରକାଶ ପାଉଥିବା ବିଭିନ୍ନ ସମ୍ବାଦପତ୍ରର ଭିତ୍ତିଭୂମି ଓ ସରକାରଙ୍କର କର୍ତ୍ତବ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ନିଖିଲ ବିଶ୍ୱାଳ, ଆଲୋକ ନାୟକ, ଶୈଳେଶ ବର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *