ଖୋର୍ଦ୍ଧା ଜିଲ୍ଲାର ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘର ଏକ ସ୍ବତନ୍ତ୍ର ବୈଠକ ଆସନ୍ତା ୧୩.୧୧.୨୦୨୨ ରେ ମୈତ୍ରୀ ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି
ଠିକା ନିଯୁକ୍ତି ଯୁଗ ଶେଷ ପରି ଐତିହାସିକ ନିଷ୍ପତି ସରକାର ଙ୍କ ଦ୍ଵାରା ନିଆଯାଇଥିଲେ ମଧ୍ୟ ସେଥିରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ବାଦ ପଡିଛନ୍ତି।
ସମସ୍ତ ଶ୍ରେଣୀର କର୍ମଚାରୀ ମାନେ ଗୋଟିଏ ଛାତତଳେ ଏକତ୍ରିତ ହୋଇ ନ୍ୟାର୍ଯ୍ୟ ଦାବି ପୂରଣ ଲାଗି ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି।
ଚାରୋଟି ରାଜ୍ୟରେ ସରକାର ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀ ମାନଙ୍କୁ ନିୟମିତ କରିସାରିଥିଲେ ମଧ୍ୟ ଓଡ଼ିଶା ସରକାର ଟାଳଟୁଳ ନୀତି ଅବଲମ୍ବନ କରିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି।
ବନ୍ୟା ହେଉ କି ବାତ୍ୟା ,ହେଉ ପଛେ ମହାମାରୀ ସବୁଠି ଆଗରେ ଥାଆନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ କର୍ମଚାରୀ।ତୃଣମୂଳ ସ୍ତରରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାରେ କର୍ମଚାରୀ ମାନେ କେବେ ନିଜ କର୍ତ୍ତବ୍ୟ ରେ ଅବହେଳା କରିନାହାନ୍ତି ହେଲେ ସରକାରୀ ଉଦାସୀନତା ତାଙ୍କୁ ଖାଲି ଅପମାନିତ କରିନି ବରଂ ଭାଙ୍ଗି ଦେଇଛି ମନୋବଳ।
ଜୋର ଧରିଛି ଆନ୍ଦୋଳନ ର ଆଭିମୁଖ୍ୟ:- ସବୁଠି ଋଣ ହୁଙ୍କାର ‘ଆରେ ଲଢେଇ ହେବ ,ଅଲବତ ହେବ ବରାବର ହେବ’
ବିଭିନ୍ନ ଜିଲ୍ଲାରେ ମହାସଂଘର ଶୋଭାଯାତ୍ରା ଆଦି ଅନୁଷ୍ଠିତ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ତରଫରୁ ୧୩ ତାରିଖରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ବସିବ ସ୍ବତନ୍ତ୍ର ସଭା।
ବିପିଏମ ଜୟନ୍ତ କୁମାର ଭୋଇ,ତପନ ମଣ୍ଟୁ ଙ୍କ ସହ ମନଦର୍ଶୀନି ମିଶ୍ର ସମସ୍ତ କର୍ମଚାରୀ ମାନଙ୍କୁ ସଭାରେ ଯୋଗ ଦେବାକୁ ନିବେଦନ କରିଥିବା ବେଳେ,ବସନ୍ତ କୁମାର ସାହୁ ସଭାର ସୁପରିଚାଳନା ସହ ସଭା ସଫଳର ଭାର ବହନ କରୁଛନ୍ତି।