ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ସାମ୍ବାଦିକଙ୍କୁ ଟୀକାକରଣ ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର : ୦୪/୦୫/୨୦୨୧: ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ବର୍ତ୍ତମାନ ପୁଣି ଆଉ ଖୁସି ଖବର ।

ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହିତ
ରାଜ୍ୟରେ କୌଣସି ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ହେଲେ ସରକାରୀ ସହାୟତା ହିସାବରେ ୧୫ଲକ୍ଷ ଅର୍ଥରାଶି ମିଳିବା କଥା ସାମ୍ବାଦିକ ମାନଙ୍କ ପାଇଁ ଏକ ଖୁସିର ଖବର ହୋଇଥିବା ବେଳେ ଏଣିକି ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ର ଭାବେ କୋଭିଡ୍ ଟିକା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସାରା ସମସ୍ତ ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ତୁରନ୍ତ ଟିକା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାର ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କୁ ଚିଠି ଲେଖଛନ୍ତି ।

ଜିଲ୍ଲା ସ୍ତରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ (ଡିଆଇପିଆରଓ)ଙ୍କ ସଂଯୋଜନାରେ ସାମ୍ବାଦିକ ମାନଙ୍କୁ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି ।
