ଓଡ଼ିଶା କସ୍‌ମେଟିକୋ ସର୍ଜରୀ କ୍ଲିନିକ୍ ଆୟୋଜନ କରିଲା‘କସ୍‌ମେଟିକୋ କନଫରେନ୍ସ୍ ଆଚା୍ ୱାକସପ୍ ଅନ୍ ଆସ୍ତେଟିକ୍‌’

ଭୁବନେଶ୍ୱର : ସୌନ୍ଦର୍ଯ୍ୟ ଏବଂ ଆସ୍ତେଟିକ୍ ସମ୍ବନ୍ଧୀୟ ବିବିଧ ବିଷୟ ଉପରେ ଆଲୋଚନା କରିବା ସହ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଦେବା ପାଇଁ ଓଡିଶା କସ୍‌ମେଟିକୋ ସର୍ଜରୀ କ୍ଲିନିକ୍ ଦ୍ୱାରା ‘କସ୍‌ମେଟିକୋ ୨୦୨୪’ ଆୟୋଜନ କରାଯାଇଥିଲା । ଏହି ପରିପେକ୍ଷୀରେ ଏକ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଥଲା । ଓଡିଶାରେ ଉଦୀୟମାନ ଅବସ୍ଥାରେ ଥିବା ସୌନ୍ଦର୍ଯ୍ୟ ଶିଳ୍ପର ବିକାଶ ପାଇଁ ଏହି ସମାବେଶରେ କାର୍ଯ୍ୟକ୍ରମରେ ବିଶେଷଜ୍ଞ,ଇଣ୍ଡଷ୍ଟ୍ରୀ
ଲିଡର୍‌, ବିଭିନ୍ନ କ୍ଷେତ୍ରରୁ ଉତ୍ସାହୀ ଚର୍ମରୋଗ ବିଶେଷଜ୍ଞ, ଔଷଧ ଏବଂ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ଯୋଗ ଦେଇଥିଲେ । ଓସିଏସ୍‌ସିର ନିର୍ଦ୍ଦେଶକ ଡକ୍ଟର ଚିଦାତ୍‌ତ୍ମିକା ଖଟୁଆ ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ଲାଷ୍ଟିକ୍ ଓ କସ୍‌ମେଟିକ୍ ସର୍ଜନ ଏବଂ ଓସିଏସ୍‌ସି ର ଅଧ୍ୟକ୍ଷ ଡକ୍ଟର ଏ. କେ ରାଉତ, ପ୍ଲାଷ୍ଟିକ୍ ଏବଂ କସ୍‌ମେଟିକ୍ ସର୍ଜନ ଡକ୍ଟର
ରୁଚି ଗୁପ୍ତା, ପ୍ଲାଷ୍ଟିକ୍ କସ୍‌ମେଟିକ୍ ସର୍ଜନ ଡକ୍ଟର ଜୟନ୍ତ କୁମାର ଦାଶ, ପ୍ଲାଷ୍ଟିକ୍ ଏବଂ କସ୍‌ମେଟିକ୍ ସର୍ଜନ ଡକ୍ଟର ଲକ୍ଷ୍ମୀକାନ୍ତ ମିଶ୍ର ସମ୍ମାନିତ ପ୍ୟାନେଲିଷ୍ଟ୍ ଭାବରେ ଯୋଗଦେଇଥିଲେ । ସେମାନଙ୍କର ଉପସ୍ଥିତି ଏବଂ ଜଡିତ ଆଲୋଚନା ସମାରୋହକୁ ଅଧିକ ସଫଳ କରିବା ପାଇଁ ବିଶେଷ ସହାୟକ ହୋଇଥିଲା । କସ୍‌ମେଟୋଲଜିଷ୍ଟ୍ ଡକ୍ଟର ପଲ୍ଲିଶ୍ରୀ ଦଳେଇ ଏବଂ ଡକ୍ଟର ମୋନାଲିସା ମହାପାତ୍ର କର୍ମଶାଳାକୁ ଉପସ୍ଥାପନା କରିଥିଲେ । ଏହା ସହ ସ୍କିଲ୍ ଇଣ୍ଡିଆ
ଦ୍ୱାରା ଅନୁମୋଦିତ ଏକ କୋର୍ସ ମଧ୍ୟ ଆରମ୍ଭ କରାଯାଇଥିଲା । ଓଡିଶା କସ୍‌ମେଟିକ୍ ସର୍ଜରୀ କ୍ଲିନିକ୍‌ର ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ରାଉତ ‘କସ୍‌ମେଟିକୋ ୨୦୨୪’ ର ମହତ୍ୱ ଉପରେ ଆଲୋଚନା କରି କହିଛନ୍ତି ଯେ ଞ୍ଛଏହି କାର୍ଯ୍ୟକ୍ରମ ପ୍ରଫେସ୍ନାଲ୍‌, ନବଚେତନା ସମ୍ପନ୍ନ ଏବଂ ଉତ୍ସାହୀମାନଙ୍କ\ ପାଇଁ ଏକତ୍ରିତ କରି ସୌନ୍ଦର୍ଯ୍ୟ ଏବଂ ଆସ୍ତେଟିକ୍ ର ଭବିଷ୍ୟତ ଗଠନ ପାଇଁ ଏକ ଅମୂଲ୍ୟ ପ୍ଲାଟ୍‌ଫର୍ମ ଭାବରେ କାର୍ଯ୍ୟ କରିଛି । ଓଡ଼ିଶାରେ ‘କସ୍‌ମେଟିକୋ ୨୦୨୪’ ଆୟୋଜନ କରି ରାଜ୍ୟର ସମ୍ଭାବ୍ୟ ସୌନ୍ଦର୍ଯ୍ୟ ଶିଳ୍ପ ଏବଂ କସ୍‌ମେଟୋଲୋଜି କ୍ଷେତ୍ରରେ ଏକ ବିକାଶଶୀଳ ହବ୍‌ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ଯାହା ରାଜ୍ୟରେ ଆର୍ôଥକ ଅଭିବୃଦ୍ଧି ଏବଂ ପୁଞ୍ଜି ବିନିଯୋଗରେ ଆକର୍ଷିତ କରିବ । କସ୍‌ମେଟିକୋ ୨୦୨୪ ରେ ବୋଟକ୍ସ, ବଡି ଫିଲର, ଚେହେରା ଏବଂ କେଶ ଚିକିତ୍ସା, ନନ୍‌-ସର୍ଜିକାଲ୍ ମିଡ୍ ଫେସ୍‌ ଲିଫ୍ଟ୍‌, ପିଆର୍‌ପି ପ୍ରୟୋଗ, ଏଚ୍‌ଆଇଏଫ୍‌ୟୁ ଏବଂ ବିବିଧ ବିଷୟନାମା ଉପରେ ଆଲୋଚନା କରାଯାଇଥିଲା । ଏହି ଅମୂଲ୍ୟ ଆଲୋଚନାଗୁଡିକ ରାଜ୍ୟରେ ଥିବା ବିଦ୍ୟମାନ କ୍ଲିନିକ୍‌, ପାର୍ଲର ଏବଂ ସୌନ୍ଦର୍ଯ୍ୟ ଶିଳ୍ପକୁ ସମୃଦ୍ଧ କରିବା ସହ ଅନ୍ତର୍ଭୂକ୍ତତା ଏବଂ ସ୍ଥିରତା ପ୍ରଦାନ କରିବ ବୋଲି ଆଶା କରାଯାଇଥିଲା । ଭବିଷ୍ୟତରେ ଓଡ଼ିଶା କସ୍‌ମେଟିକ୍ ସର୍ଜରୀ କ୍ଲିନିକ୍ ଏହିପରି କର୍ମଶାଳା ଆୟୋଜନ କରିବାକୁ ଯୋଜନା କରିଛି । ଏହି କର୍ମଶାଳା ମାଧ୍ୟମରେ ସେମାନେ ଓଡ଼ିଶାରୁ ଅନେକ ସୌନ୍ଦର୍ଯ୍ୟ ଶିଳ୍ପର ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

You may have missed