ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଆନ୍ଦୋଳନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) ତା.୨୧/୦୨ : ଗ୍ରାମ୍ୟ କୃଷି କର୍ମଚାରୀ ସଂଘର କ୍ୟାଡ଼ର ପୁନର୍ଗଠନ ଓ ଗ୍ରେଡ଼ ପେ ଆଦି ଦାବିକୁ ନେଇ ଧାରଣାର ଆରମ୍ଭରେ ଅତ୍ୟନ୍ତ ବିନମ୍ରତାର ସହ ଜଣାଉଛୁ ଯେ, ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କୃଷି ବିଭାଗର ମୂଳମେରୁଦଣ୍ଡ ଭାବରେ କାମ କରୁଥିବା ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କର ମୁଖ୍ୟ ଦାବି କ୍ୟାଡର ପୁନର୍ଗଠନ, ଗ୍ରେଡ଼ ପେ ଆଦି ଅନ୍ୟାନ୍ୟ ଦାବିର ବିଚାର କରାଗଲା ନାହିଁ । ଦୀର୍ଘ ୧ବର୍ଷ ଧରି ସଂଘ ପକ୍ଷରୁ ଶତାଧିକ ପତ୍ର ମାଧ୍ୟମରେ ଅନୁନୟ ବିନୟ କରାଯାଇ ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ ସଂପୂର୍ଣ୍ଣ ଉଦାସିନ ରହିଆସୁଛନ୍ତି । ଏପରିକି ଆଲୋଚନା ମାଧ୍ୟମରେ ସଂଘ ପକ୍ଷରୁ ଆଗତ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବ ଉପରେ ସାମାନ୍ୟ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏପରିକି ଆନ୍ତଃମନ୍ତ୍ରୀମଣ୍ଡଳୀୟ କମିଟିକୁ କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବର ସବିଶେଷ ତଥ୍ୟ ପ୍ରଦାନ କରାଗଲା ନାହିଁ । ଆଉ ମାତ୍ର ଅଳ୍ପ ଦିନ ବ୍ୟବଧାନରେ ସାଧାରଣ ନିର୍ବାଚନ ଓ ସେଥିପାଇଁ ଆଦର୍ଶ ଆଚରଣ ବିଧି ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ଜାରି ହେବ । ଦୀର୍ଘ ୧ବର୍ଷ ଧରି ଏ ଦିଗରେ ସାମାନ୍ୟ ପଦକ୍ଷେପ ଗ୍ରହଣ କରାନଯାଇ । ଆମ ଭଳି ସ୍ୱଳ୍ପ ଦରମାରେ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ପ୍ରତି ବିଭାଗୀୟ ହେୟ ଜ୍ଞାନ, ଅବହେଳା ତଥା ନିଷ୍ଠୁରତାକୁ କୃଷି କର୍ମଚାରୀମାନେ ଅଧିକ ଦିନ ବରଦାସ୍ତ କରିବାକୁ ଉଚିତ୍ ମନେ କରୁନାହାଁନ୍ତି । ତେଣୁ ବାଧ୍ୟ ହୋଇ ନିଜ ପେଟ ପାଟଣା ଓ ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ ସାରା ରାଜ୍ୟର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ତା.୦୮.୦୨.୨୦୨୪ରିଖ ଠାରୁ ତା.୧୨.୦୨.୨୦୨୪ରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ମୋବାଇଲକୁ କୌଣସି ସରକାରୀ ସେବା ନିମନ୍ତେ ଆମେ ବ୍ୟବହାର କରିନାହୁଁ ଓ ଅଧିକାରୀଙ୍କ ଦ୍ୱାରା ଗଠିତ ଗ୍ରୁପ୍‌/ଆପ୍‌ରୁ ଓହରି ଆସିଛୁ । ଏହାସତ୍ତ୍ୱେ କର୍ତ୍ତୃପକ୍ଷ ତଥାପି ଆମର ଦାବି ପୁରଣରେ ଉଦାସୀନ ରହିଛନ୍ତି । ତେଣୁ ଗତ ତା.୧୩.୦୨.୨୦୨୪ରିଖ ଠାରୁ ତା.୧୯.୦୨.୨୦୨୪ରିଖ ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମଚାରୀ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସରକାରୀ ଦପ୍ତର ସମ୍ମୁଖରେ ସାମୁହିକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଗଲା । ଏହା ସତ୍ତ୍ୱେ ମଧ୍ୟ କର୍ତ୍ତୃପକ୍ଷ ତଥାପି ଆମ ଦାବି ପୁରଣରେ ଉଦାସିନ ରହିଛନ୍ତି । ତେଣୁ ତା.୨୦.୦୨.୨୦୨୪ରିଖ ଠାରୁ ଦାବି ପୁରଣ ପର୍ଯ୍ୟନ୍ତ କୃଷି ଭବନ ଭୁବନେଶ୍ୱର ଠାରେ ଶାନ୍ତିପୂର୍ଣ୍ଣ ଭାବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ରହିବୁ । ଏହି କାର୍ଯ୍ୟକ୍ରମ ପାଇଁ ଯଦି କୃଷି ଓ କୃଷକଙ୍କ ସ୍ୱାର୍ଥରେ ହାନୀଘଟେ ସେଥିପାଇଁ ବିଭାଗ ଓ ସରକାର ଦାୟି ରହିବେ । ଆଶା ଓ ବିଶ୍ୱାସ କୃଷି ବିଭାଗର ଏହି ଅବହେଳିତ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ ନିମନ୍ତେ ସଦୟ ଦୃଷ୍ଟି ଦେବା ସହ ଆମ ବାଂଛିତ ଓ ପ୍ରତିକ୍ଷିତ ନ୍ୟାୟୋଚିତ ଦାବି ପୁରଣ ନିମନ୍ତେ କର୍ତ୍ତୃପକ୍ଷ ବଳିଷ୍ଠ ଓ ତତ୍‌କାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *