ବସୁଧୈବ କୁଟୁମ୍ବକମ୍- ଓ. ପି. ଜିନ୍ଦଲ ସ୍କୁଲ ଅନୁଗୋଳର ଦ୍ୱାଦଶ ବାର୍ଷିକ ଉତ୍ସବ ସମ୍ପନ୍ନ

ଅନୁଗୋଳ, ଓ.ପି.ଜିନ୍ଦଲ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ‘ବସୁଧୈବ କୁଟୁମ୍ବକମ୍’ ତା:୨୧-୦୧- ୨୦୨୩ ରିଖର ମନୋରମ ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ମୁଖ୍ୟ ଅତିଥି
ଭାବେ ଜେଏସ୍.ପି.ଏଲ ଅନୁଗୋଳର ସି.ଇ.ଓ. ଶ୍ରୀଯୁକ୍ତ ଦିନେଶ ସରାଉଗି ମହୋଦୟଙ୍କ କରକମଳରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ଉତ୍ସବ ଆରମ୍ଭ ହୋଇଥିଲା । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ଓ ସ୍ୱାଗତ ସଙ୍ଗୀତର ମୂର୍ଚ୍ଛନା ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅତନୁ ରଥ ସ୍ୱାଗତ ଭାଷଣ ସହିତ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ।
ବାର୍ଷିକ ବିବରଣୀ ପ୍ରଦାନ କ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକ କୃତିତ୍ୱ ଓ ସହପାଠ୍ୟ କ୍ରିୟା କଳାପର ଉତ୍କର୍ଷତା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିଲ ଓ ଶ୍ରୀ ହୃଦୟେଶ୍ୱର ଝା ତଥା ବିଦ୍ୟାଳୟ ପରିଚାଳନା ସମିତିର ମାନ୍ୟବର
ସଦସ୍ୟବୃନ୍ଦ ଯୋଗଦାନ କରି ଉତ୍ତମ ଛାତ୍ରଛାତ୍ରୀ ନିର୍ମାଣରେ ବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ଉନ୍ମୋଚନରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦାମୋଦର ମିଲ ଓ. ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାକୁ ପରାମର୍ଶ ଦେଇଥିବାବେଳେ ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀ ହୃଦୟେଶ୍ୱର ଝା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ୱେଷଣ ପ୍ରବୃି ଜାଗ୍ରତ କରାଇବା
ପାଇଁ ଆହ୍ୱାନ ଦେଇଥିଲେ ।


ବାଣୀ ନିକେତନର ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ମହୋଦୟ ଶିକ୍ଷା ମାଧ୍ୟମରେ ଚରିତ୍ର ନିର୍ମାାଣ ଓ ଏକ ସମର୍ଥ ରାଷ୍ଟ୍ର ଗଠନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମୀ ଓ ଅଧ୍ୟୟନଶୀଳ ହୋଇ ସମସ୍ତ ପ୍ରକାର କଠିନ ପରିସ୍ଥିତିକୁ ସଫଳତାର ସହିତ ମୁକାବିଲା କରିବା ଓ ଅନିସନ୍ଧିତ୍ସୁ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗତଶିକ୍ଷାବର୍ଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ଅଙ୍କ ପ୍ରାପ୍ତ କରିଥିବା କୃତୀ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଉତ୍ସବର ମୁଖ୍ୟ ଆକର୍ଷଣ,
ଛାତ୍ରଛାତ୍ରୀ ମାନଙ୍କର ଦ୍ୱାରା ଅଭିନୀତ ନୃତ୍ୟ, ଗୀତ ଉପସ୍ଥିତ ସମବେତ ଦର୍ଶକ ମାନଙ୍କୁ ମୋହିତ କରିଥିଲା ।

ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଶ୍ରୀ ରାଜକୁମାର ଓ ସଙ୍ଗୀତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁସୂୟାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରାଯାଇଥିବାବେଳେ ମଞ୍ଚ ପରିଚାଳନା ଓ କାର୍ଯ୍ୟକ୍ରମର ସଂଯୋଜନା ଶ୍ରୀମତୀ ମୋନାଲିସା ସେଠୀ ଓ ଶ୍ରୀମତୀ ଲିଲି ମହାନ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ମୁଖ୍ୟ ବାଳକ ଶ୍ରୀମାନ୍ ରମଣରାଜ ଶ୍ରୀବାସ୍ତବ ଙ୍କ ଧନ୍ୟବାଦ ଅର୍ପଣ ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା ।