ଏନ୍ଟିପିସିକୁ “ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ପୁରସ୍କାର ୨୦୨୨’

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ଶକ୍ତି ଉତ୍ପାଦନକାରୀ ଏନ୍ଟିପିସି ଲିମିଟେଡ୍କୁ ସିଙ୍ଗାପୁରରେ ଅନୁଷ୍ଠିତ କାର୍ଯ୍ୟକ୍ରମ “ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ପୁରସ୍କାର ୨୦୨୨”ର ୧୩ତମ ସଂସ୍କରଣରେ ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ଆୱାର୍ଡ ୨୦୨୨ ପ୍ରଦାନ କରାଯାଇଛି ।
ଉନ୍ନତି ପାଇଁ ନିୟମିତ ପ୍ରକ୍ରିୟା, କର୍ମଚାରୀ ସଂପୃକ୍ତିରେ ଉନ୍ନତି, ଶିକ୍ଷା ଓ ବିକାଶ ଉପରେ ଗୁରୁତ୍ୱ, କ୍ୟାରିୟର ଓ ଅଭିବୃଦ୍ଧି ସୁଯୋଗ ଓ କର୍ମଚାରୀ କଲ୍ୟାଣ ଜରିଆରେ ମାନବ ସମ୍ବଳର ବିକାଶ ଓ ପରିଚାଳନାରେ ଉତ୍କର୍ଷ ହାସଲ କରିବା ଲାଗି ଏନ୍ଟିପିସିର ପ୍ରତିବଦ୍ଧତାକୁ ଏହି ପୁରସ୍କାର ପ୍ରତିଫଳିତ କରୁଛି । “ପିଏଲ୍ଏଫ୍ ପୂର୍ବରୁ ଲୋକ”କୁ ନେଇ ଏନ୍ଟିପିସିର ରହିଥିବା ଦର୍ଶନ ଅନୁସାରେ କଂପାନିର ଏଚ୍ଆର୍ ନୀତି ପ୍ରସ୍ତୁତ ହୋଇଛି ଯାହା ଦ୍ୱାରା ଏକ ସଂପୃକ୍ତି ଭିତିକ ପ୍ରଗତିଶୀଳ କର୍ମ ସଂସ୍କୃତି ସୃଷ୍ଟି ହୋଇପାରିଛି
ବିଶ୍ୱର ଶ୍ରେଷ୍ଠ ନିଯୁକ୍ତିଦାତାଙ୍କ ଫୋର୍ବସ୍ ତାଲିକାରେ ଭାରତୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ମଧ୍ୟରେ ଏନ୍ଟିପିସି ଲିମିଟେଡ୍ ୨୦୨୦ରେ ପ୍ରଥମ ସ୍ଥାନ ହାସଲ କରିଥିଲା । ୨୦୨୧ ମାର୍ଚରେ ଏହାକୁ ‘ରୋଲ୍ ମଡେଲ୍’ ବର୍ଗରେ ସମ୍ମାନଜନକ ସିଆଇଆଇ ଜାତୀୟ ଏଚଆର୍ ଉତ୍କର୍ଷ ପୁରସ୍କାର ଦିଆଯାଇଥିଲା । ଏସ୍ଏଚ୍ଆର୍ଏମ୍ ଇଣ୍ଡିଆ ପିଏସ୍ଇ କନ୍କ୍ଲେଭ୍ ୨୦୨୧ରେ କଂପାନିକୁ ସମ୍ମାନଜନକ ଏସ୍ଏଚ୍ଆର୍ଏମ୍ ସ୍ୱତନ୍ତ୍ର ମାନ୍ୟତା ୨୦୨୧ ବର୍ଷ ପାଇଁ ଦିଆଯାଇଥିଲା ।
ନିକଟରେ ୨୦୨୨ ମାର୍ଚରେ ବିଶ୍ୱ ଏଚ୍ଆର୍ଡି କଂଗ୍ରେସର ୩୦ତମ ଅଧିବେଶନରେ ଏନ୍ଟିପିସିକୁ “ଡ୍ରିମ୍ ଏମ୍ପଲୟର୍ ଅଫ୍ ଦି ଇୟର୍” ପୁରସ୍କାର ଦିଆଯାଇଥିଲା । ଆମେରିକାର ଆସୋସିଏସନ୍ ଫର୍ ଟ୍ୟାଲେଂଟ୍ ଡେଭେଲପ୍ମେଂଟ୍ ପକ୍ଷରୁ ୨୦୨୨ ଏଟିଡି ଶ୍ରେଷ୍ଠ ପୁରସ୍କାର ବିଜେତା ଭାବେ ଏନ୍ଟିପିସିକୁ ମାନ୍ୟତା ଦିଆଯାଇଥିଲା ।
ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ପୁରସ୍କାର ୨୦୨୨କୁ ୱାର୍ଲଡ ଫେଡେରେସନ୍ ଅଫ୍ ଏଚ୍ଆର୍ ପ୍ରଫେସନାଲ୍ସ ପକ୍ଷରୁ ସାର୍ଟିଫାଏ କରାଯାଇଥିବା ବେଳେ ସିଏଚ୍ଆର୍ଓ ଏସିଆ ପକ୍ଷରୁ ପ୍ରସାର କରାଯାଇଛି । ମାନବ ସମ୍ବଳ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏସିଆର ଶ୍ରେଷ୍ଠ କଂପାନିଗୁଡ଼ିକୁ ଏସିଆର ଶ୍ରେଷ୍ଠ ନିଯୁକ୍ତିଦାତା ବ୍ରାଣ୍ଡ୍ ପୁରସ୍କାର ୨୦୨୨ରେ ସ୍ଥାନ ମିଳିଛି । ଏଥିପାଇଁ ପ୍ରମୁଖ ମାନଦଣ୍ଡଗୁଡ଼ିକୁ ବିଚାରକୁ ନିଆଯାଇଥିଲା ।