ଏନଟିପିସି ବୋଙ୍ଗେଇଗାଓଁ ପକ୍ଷରୁ ଯୋଗ ଦିବସ ପାଳନ

ବୋଙ୍ଗେଇଗାଓଁ, ପ୍ରବାହ ନ୍ୟୁଜ୍ : ଏନଟିପିସି ବୋଙ୍ଗେଇଗାଓଁ ପକ୍ଷରୁ ଜୁନ ୨୧ ତାରିଖ ଦିନ ଷ୍ଟେସନ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସବୁ ବର୍ଗର ଲୋକ ଆଗ୍ରହର ସହିତ ଅଂଶ ଗ୍ରହଣ କରିଥିଲେ । ଏନଟିପିସି ବୋଙ୍ଗେଇଗାଓଁ ର ପ୍ରୋଜେକ୍ଟ ମୁଖ୍ୟ ଅର୍ନବ ମୈତ୍ରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ସମସ୍ତ ପରିବାରବର୍ଗ, କର୍ମଚାରୀ ଓ ଟାଉନସିପ ଅଧ୍ୱବାସୀ ଭାଗ ନେଇଥିଲେ । ଚଳିତ ବର୍ଷ ଯୋଗର ମୁଖ୍ୟ ବିଷୟବସ୍ତୁ ଥିଲ। ‘ଏକ ପୃଥ?ିବୀ ପାଇଁ ଯୋଗ, ଏକ ସ୍ୱାସ୍ଥ୍ୟ’ । ଏନଟିପିସିର ପୂର୍ବତନ କର୍ମଚାରୀ ତଥା ସାର୍ଟିଫିକେଟ ପ୍ରାପ୍ତ ଯୋଗ ଗୁରୁ ଓ ଭାରତୀୟ ଯୋଗ ଆସୋସିଏସନର ସଦସ୍ୟ ମଧୁସୂଦନ ପ୍ରମାଣିକ ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ । ତାଙ୍କର ଗାଇଡାନ୍ସରେ ଆସନ, ନିଃଶ୍ୱାସ ପ୍ରଶ୍ୱାସ ସଞ୍ଚାଳନ (ପ୍ରାଣାୟମ) ଓ ମେଡି ଟେସନ କରା ଯାଇଥ୍ । ଏହି ଅବସରରେ ଜେନେରାଲ ମ୍ୟାନେଜର (ଓ ଆଣ୍ଡ ଏମ) ଦେବବ୍ରତ କର, ସିକଲା ଲେଡିଜ କ୍ଲବର ପ୍ରେସିଡେଣ୍ଟ କୌସ୍ତୁରୀ ମୈତ୍ରା, କ୍ଲବର ଭାଇସ ପ୍ରେସିଡେଣ୍ଟ ସୌମ୍ୟା କରଙ୍କ ୟୁନିଅନ ଓ ଆସୋସିଏସନ ବଡିର ପ୍ରତିନିଧ୍ୟ, ୱେଲଫେୟାର କମିଟି ଏବଂ ଟାଉନସିପର ସଦସ୍ୟମାନେ ଉପସ୍ଥିତ ଥିଲେ । ପ୍ରତିଦିନ ମିଳିତ ଭାବେ ଯୋଗା ଭ୍ୟାସ କରିବା ପାଇଁ ଆହ୍ୱାନ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।