ଓପିଜିସିକୁ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ନେତୃତ୍ୱ ପାଇଁ ଇକୋନୋମିକ୍ ଟାଇମ୍ସ ରୌପ୍ୟ ପୁରସ୍କାର

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଏକ ଐତିହାସିକ ସଫଳତାସ୍ୱରୂପ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ ଲିମିଟେଡ୍ (ଓପିଜିସି)କୁ ଟେକ୍ନୋଲୋଜି କ୍ଷେତ୍ରରେ ନେତୃତ୍ୱ ପାଇଁ ଇକୋନୋମିକ୍ ଟାଇମ୍ସ ରୌପ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗତ ୧୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଦେଶର ପ୍ରମୁଖ ସରକାରୀ ଉଦ୍ୟୋଗମାନେ ଯୋଗ ଦେଇଥିଲେ, ଯେଉଁଥରେ ଭାରତର ୫୦ରୁ ଅଧିକ ପ୍ରମୁଖ ସରକାରୀ ଉଦ୍ୟୋଗମାନଙ୍କ ସହିତ ପ୍ରତିଯୋଗିତା କରି ଓପିଜିସି ନବୀକରଣ ଓ ପରିଚାଳନା ଉତ୍କର୍ଷର ପ୍ରତୀକ ଭାବେ ଏହି ରୌପ୍ୟ ପୁରସ୍କାର ପ୍ରାପ୍ତ କରିଛି। ଓପି ଜି ସି ର ଅଗ୍ରଣୀ ଡି ଜି ଟାଲ୍ ପଦକ୍ଷେପଗୁଡ଼ିକ ଏହାକୁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ଭାବେ ସ୍ଥାପିତ କରିଛି। ପୁରସ୍କାର ଜୁରି ଓପିଜିସିକୁ ରିୟଲ୍ ଟାଇମ୍ ଆନାଲିଟିକ୍ସ ପ୍ଲାଟ୍‌ଫର୍ମ ଏବଂ ଉନ୍ନତ ପ୍ରକ୍ରି ୟା ଅଟୋମେସନ୍ ଭ ଳି ପରି ବର୍ଷ ନ କାରୀ ଟେକ୍ନୋଲୋଜିର ଉପଯୋଗ ଦ୍ୱାରା ପ୍ଲାଣ୍ଟ ପରିଚାଳନାକୁ ନୂତନ ସ୍ତରକୁ ନେବା ଏବଂ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି କରିଥିବା ଯୋଗୁଁ ଏହି ପୁରସ୍କାରରେ ସମ୍ମାନିତ କରିଛି। ଏହି ଆଧୁନିକ ଟେକ୍ନୋଲୋଜି କାର୍ଯ୍ୟକାରୀ କରିବା ଫଳରେ କେବଳ ଓପିଜିସିର ପରିଚାଳନା ସୁବିଧାଜନକ ହୋଇଛି ତାହା ନୁହେଁ, ବରଂ ସଂସ୍ଥାରେ ନୂତନ ମାନକ ସ୍ଥାପିତ ହୋଇଛି। ରିୟଲ୍‌-ଟାଇମ୍ ଡାଟା ଏବଂ ଅଟୋମେସନ୍ ଶକ୍ତି ବ୍ୟବହାର କରି ଓପିଜିସି ଦେଖାଇଛି ଯେ, ଡିଜିଟାଲ୍ ନବୀକରଣ ଦ୍ୱାରା ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ଏବଂ ପରିଚାଳନାଗତ ଉତ୍କର୍ଷତା କିପରି ବଢ଼ିପାରେ। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପରିଚାଳନା ନିର୍ଦ୍ଦେଶକ କେଦାରରଞ୍ଜନ ପାଣ୍ଡୁ, ନିର୍ଦ୍ଦେଶକ (ଅପରେସନ୍‌) ଏ.ଆର. ଦାଶ ଏବଂ ବରିଷ୍ଠ ଉପାଧ୍ୟକ୍ଷ ସୁକାନ୍ତ ମହାପାତ୍ର, ଓପିଜିସିର ସଭିଙ୍କୁ ହୃଦୟପୂର୍ବକ ଅଭିନନ୍ଦନ ଜଣାଇଛନ୍ତି। ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଗ୍ରହଣ କରିଥିଲେ ଜେନେରାଲ୍ ମ୍ୟାନେଜର (ଅପରେସନ୍‌) ସୁଧାକର ସ୍ୱାଇଁ ଏବଂ ମ୍ୟାନେଜର (ଇଞ୍ଜିନିୟରିଂ) ପ୍ରଭୁପାଦ ଆଚାର୍ଯ୍ୟ। ଏହି ଜାତୀୟ ସମ୍ମାନ ଓପିଜିସିର ଉନ୍ନତି ପାଇଁ ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାରର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି ଏବଂ ଅନ୍ୟ ସରକାରୀ ଉଦ୍ୟୋଗମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି।

Leave a Reply

Your email address will not be published. Required fields are marked *