ଏନଟିପିସି ବୋଙ୍ଗେଇ ଗାଓଁ ପକ୍ଷରୁ ଫୁଟବଲ ଖେଳାଳିଙ୍କୁ କିଟ୍ ବଣ୍ଟନ

ବୋଙ୍ଗେଇ ଗାଓଁ :ପ୍ରବାହ ନ୍ୟୁଜ୍ : ଏନଟିପିସି ବୋଙ୍ଗେଇ ଗାଓଁ ପକ୍ଷରୁ ଏନଟିପିସି ଏଫସି ଫୁଟବଲ ଦଳର ଖେଳାଳିଙ୍କୁ ଜିଟ୍ ବଣ୍ଟନ କରାଯାଇଛି । ଏନଟିପିସି ଘୋର୍ଡ଼ କାଇନସିଲ ଅଧ୍ୱନରେ ଏନଟିପିସି ବୋଙ୍ଗେଇ ଗାଓଁ ପ୍ରୋଜେକ୍ଟର ମୁଖ୍ୟ ଅନବ ମଇତ୍ର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଖେଳାଳିମାନଙ୍କୁ କିଟ ବଣ୍ଟନ କରିଥିଲେ । କୋକ୍ରାଝର ଜିଲ୍ଲା ସ୍ପୋର୍ସ ଆସୋସିଏସନ ଆନୁକୂଲ୍ୟରେ ଏନଟିପିସି ଏଫସି ଏକ ପଞ୍ଜିକୃତ ଦଳ ଫୁଟବଲ ଦଳ । ଏହି ଦଳ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି । ଆଗାମୀ ସମୟରେ ଦଳର ଉନ୍ନତି ପାଇଁ ଏନଟିପିସି ବୋଙ୍ଗେଇଁ ଗାଓଁ ସମସ୍ତ ପ୍ରକାର ସହଯୋଗ ଜାରି ରହିଛି । କିଟ ବଣ୍ଟନ କାର୍ଯ୍ୟକ୍ରମରେ ଅମିତ କେ ଆସ୍ଥାନା, ଏଜିଏମ (ଏଚଆର), ସୌଭିକ ସେନ, ଜେନେରାଲ ସେକ୍ରେଟାରୀ, ସ୍ପୋର୍ଡ଼ କାଉନସିଲ ଅଜୟ ରାମ ବାରୋ, ଜେନେରାଲ ସେକ୍ରେଟାରୀ ଏନଟିପିସି ବୋଙ୍ଗେଇ ଗାଓଁ ଏମ୍ପୁଇଜ ୟୁନିୟନ, ପିମ୍ପୁ ଦୈମାରୀ, କର୍ମଚାରୀ ୟୁନିୟନ ସଭାପତି ପ୍ରମୁଖଙ୍କ ସହିତ ଏଚଆର ଜିପାର୍ଟମେଣ୍ଟର ଅଫିସିଆଲ୍ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *