ସ୍ୱର୍ଗତ ବିଷ୍ଣୁଚରଣ ମହାନ୍ତି ଓ ପ୍ରାକ୍ତନ ସମ୍ପାଦକ ସ୍ୱର୍ଗତ ମଦନ ମୋହନ ଦାସଙ୍କ ଶୋକସଭା

ଭୁବନେଶ୍ୱର, : ତା ୫.୪.୨୦୨୪ରିଖ ଅନନ୍ତ ଆଶ୍ରମ, ତପୋବନଠାରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର କାର୍ଯ୍ୟକାରିଣୀ ବୈଠକ ସମ୍ପାଦକ ସଞ୍ଜୟ କୁମାର ଦାଙ୍କ ତତ୍ତ୍ୱାବଧାନରେ ଡକା ହୋଇଥିଲା । ଉକ୍ତ ବୈଠକରେ ମହାସଂଘର ଉପଦେଷ୍ଟା ମହନ୍ତ ବନମାଳୀ ଦାସ ସଭାପତିତ୍ୱ କରିଥିଲେ । ମହାସଂଘର ସଭାପତି ଓ ପ୍ରାକ୍ତନ ସମ୍ପାଦକଙ୍କ ଦେହାନ୍ତ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା ଆତ୍ମାର ସଦ୍‌ଗତି ପାଇଁ କରାଯାଇଥିଲା । ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର କାର୍ଯ୍ୟକାରୀ ସଭାପତି ବାବା ପଞ୍ଚଦେବଙ୍କୁ ମହାସଂଘର ସର୍ବସମ୍ମତି କ୍ରମେ ସଭାପତି ପାଇଁ ମନୋନନୀତ କରାଗଲା । ଉକ୍ତ ବୈଠକରେ ପଶ୍ଚିମ ଓଡ଼ିଶାର ସଂକୀର୍ତ୍ତନ ପରିଷଦର ପ୍ରଭାରୀ ରାଧାକୃଷ୍ଣ ପଣ୍ଡା, କଟକ ଜିଲ୍ଲା ଆଠଗଡ଼ର ଅଜୟ କୁମାର ଦାସ, ବାଙ୍କୀର ବିରଞ୍ôଚ ନାରାୟଣ ସ୍ୱାଇଁ, ସଗଡାଇଲ-ନିଆଳିର ଅରୀକ୍ଷିତ ସ୍ୱାଇଁ, ଗୋରାଚାନ୍ଦ ସ୍ୱାଇଁ, ଜଗତ୍‌ସିଂହପୁରର ବାଲିକୁଦା ପବିତ୍ର ମୋହନ ସାଉ, ବସନ୍ତ କୁମାର ନାୟକ, କେନ୍ଦ୍ରାପଡ଼ା ପାଖଡ଼ ଦ୍ୱାରିକାନାଥ ସେନାପତି, ଖୋର୍ଦ୍ଧ ଓ ଭୁବନେଶ୍ୱରର ବଳରାମ ବେହେରା, ପ୍ରମୋଦ କୁମାର ଦାସ, ନୟାଗନର ଗୋଲେଖର ଗୋଚ୍ଛାୟତ ପ୍ରଭୃତି ପ୍ରତି ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଫୋନ୍ ଯୋଗେ ଯୋଗଦାନ କରିଥିଲେ ବୋଲି ସାଧାରଣ ସମ୍ପାଦକ ସଂଜୟ କୁମାର ଦାସ ଓ ସଭାପତି ବାବା ପଞ୍ଚଦେବ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *