ରାଜ୍ୟ ବିଜେପି କୃଷକମୋର୍ଚ୍ଚା ର ନୂତନ ପଦାଧିକାରୀ ନାମ ଘୋଷଣା ଶ୍ରୀ ରଞ୍ଜନ ହେଲେ ରାଜ୍ୟ ଉପ-ସଭାପତି : କେଳୁଙ୍କୁ ରାଜ୍ୟ ସଂଯୋଜକ ଦାୟିତ୍ୱ

ଖୋର୍ଦ୍ଧା : ୧୬/୦୩/୨୦୨୧ : ବିଜେପି କୃଷକମୋର୍ଚ୍ଚାର ନୂତନ ରାଜ୍ୟ ଉପ-ସଭାପତି ଭାବେ ଶ୍ରୀରଞ୍ଜନ ମଙ୍ଗରାଜ ଙ୍କୁ ଓଡ଼ିଶା ବିଜେପି କୃଷକମୋର୍ଚ୍ଚା କାର୍ଯ୍ଯକାରୀ କମିଟି ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦ୍ବାରା ଘୋଷିତ କରାଯାଇଛି। ଘୋଷଣା  ତାଲିକାରେ ୬ଜଣ ଉପ-ସଭାପତିଙ୍କ ମଧ୍ୟରେ ଖୋର୍ଦ୍ଧା ବିଜେପିର ଜଣେ ଆଗଧାଡିର ଯୁବନେତା ଶ୍ରୀରଞ୍ଜନ ମଙ୍ଗରାଜଙ୍କୁ ନୂତନ ଭାବେ ରାଜ୍ଯ ଉପସଭାପତି ରୂପେ ଦଳ ତରଫରୁ ମନୋନୀତ କରାଯାଇଅଛି।

ଶ୍ରୀ ମଙ୍ଗରାଜ ଦୀର୍ଘ ୨୭ ବର୍ଷ ଧରି ବିଜେପି ଦଳର ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ଯ କରିଆସୁଥିବାରୁ ଏବଂ ରାଜ୍ଯ ବିଜେପିର ଜଣେ ଦକ୍ଷ କୃଷକ ନେତାଭାବେ ନିଜକୁ ପ୍ରତିପାଦିତ କରିଥିବାରୁ ଦଳ ତରଫରୁ ତାଙ୍କୁ ଏହି ପଦବୀପାଇଁ ମନୋନୀତ କରାଯାଇଅଛି।

ଏହି ନୂତନ ଦାୟିତ୍ୱ ପାଇଁ ସେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ଯ ସଂଗଠନ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ଏବଂ ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଶ୍ରୀରଞ୍ଜନଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ତଳୀରେ ସାଙ୍ଗଠନିକ ଶକ୍ତିର ପରିପ୍ରକାଶ ହେବ ବୋଲି ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ତଳୀର ବିଜେପି ନେତା ଶ୍ରୀ କାଳୁ ଚରଣ ଖଣ୍ତେଇତରାୟ ମତବ୍ୟକ୍ତ କରିଛନ୍ତି ।

ଏଥିସହିତ ନିର୍ବାଚନ ମଣ୍ତଳୀର ଅନ୍ୟତମ ଚାଷୀନେତା ଶ୍ରୀ କେଳୁ ଜଗଦ୍ଦେବଙ୍କୁ କୃଷକମୋର୍ଚ୍ଚା ର ରାଜ୍ଯ ସଂଯୋଜକ ଦାୟିତ୍ୱ ମିଳିଛି । ଏହା ପୂର୍ବରୁ ଶ୍ରୀ ଜଗଦ୍ଦେବ  ରାଜ୍ୟ ଓବିସି ମୋର୍ଚ୍ଚା ର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ।ଏଥିପାଇଁ ଉଭୟଙ୍କୁ ତଥା ରାଜ୍ଯ ନେତୃ ମଣ୍ତଳୀଙ୍କୁ ଶ୍ରୀ ଖଣ୍ତେଇତରାୟ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *