ଖୋର୍ଦ୍ଧାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟଭାର ନେଲେ ରାଜ କିଶୋର ଦୋରା

ଖୋର୍ଦ୍ଧା : ୧୦/୦୨/୨୦୨୧ : ଖୋର୍ଦ୍ଧା ର ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଅଜେୟ ପ୍ରତାପ ସ୍ବାଇଁଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ  ଆଜି ଖୋର୍ଦ୍ଧା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଶ୍ରୀଯୁକ୍ତ ରାଜକିଶୋର ଦୋରା କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଦାୟିତ୍ବରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ କୃତିବାସ ଜେନାଙ୍କଠାରୁ ବିଧ ଭାବେ ନୂତନ ଶ୍ରୀଯୁକ୍ତ ଦୋରା ଦାୟିତ୍ୱ ଭାର ନେଇଛନ୍ତି । ପୂର୍ବରୁ ସେ ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ ଦୋରା ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାରେ ଆଇନ ଶଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହିତ ମହିଳାଙ୍କ ସମେତ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବେ। ଅପରାଧ ନିୟନ୍ତ୍ରଣ କରିବାକୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ଜିଲ୍ଲାରେ ବୃଦ୍ଧି ପାଉଥିବା ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ଏବଂ ଧଳାଜହର କାରବାରକୁ ନିୟନ୍ତ୍ରଣ କରିବା ସହିତ ସମ୍ପୃକ୍ତ ଅପରାଧୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଶ୍ରୀ ଦୋରା ଦାୟିତ୍ୱ ଭାର ନେବା ପରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ବିଶ୍ଵଦୀପ ପ୍ରଧାନ ଓ ନଗର ସଭାପତି ରାଜେଶ ପରିଡାଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ବିଭିନ୍ନ ଥାନା ଅଧିକାରୀଙ୍କ ସହିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ  ଭେଟି ତାଙ୍କୁ ଶୁଭେଚ୍ଛା
ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *