ନୟାଗଡରେ ଯୋଗଦେଲେ ନୂତନ ଏସପି ଆଇ ପି ଏସ ରାହୁଲ ଜୈନ

ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ହଉ ଵା ବେଆଇନ ନିଶା କାରବାର ସମସ୍ତ ଉପରେ ଗୁରୁତ୍ୱ ଦିଆଯିବ

ଭାପୁର:11/7/23: ନୟାଗଡ ଜିଲ୍ଲା ର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ଆଇ ପି ଏସ ଅଫିସର ରାହୁଲ ଜୈନ l ନୟାଗଡ ଜିଲ୍ଲା ରେ ବେଆଇନ ନିଶା କାରବାର ଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଉପରେ ଧ୍ୟାନ ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ନିଅନ୍ତ୍ରଣ ରେ ରହିବ ବିଶେଷ ଗୁରୁତ୍ୱ ଦିଆଯିବ l ଶ୍ରୀ ଜୈନ ଯୋଗ ଦେଲାପରେ ପୋଲିସ ଲୋକାଭିମୁଖୀ ହୋଇ କାମ କରିବ ବୋଲି ପ୍ରତିଦିନ କୁ ସୂଚନା ଦେଇଛନ୍ତି l ମୋ ସରକାର ନୀତି ଓ ନିୟମ କୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି l ଜନ ସାଧାରଣ ପୋଲିସ କୁ ସହଯୋଗ କଲେ ପୋଲିସ ଲୋକଙ୍କ ନିକଟବର୍ତ୍ତୀ ହୋଇ କାମ କରିବ ବୋଲି ମତ ରଖିଛନ୍ତି l ନିଶା କାରବାର, ଚୋରି, ଡକାୟତି ଓ ରlହଜନୀ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ଦକ୍ଷ ଦକ୍ଷ ପୋଲିସ ଅଫିସର ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯିବ ବୋଲି କହିଛନ୍ତି l ସମସ୍ତ ପରିସ୍ଥିତି କୁ ସାମ୍ନା କରି ଆଇନ ଶୃଙ୍ଖଳl ପରିସ୍ଥିତି କୁ କିଭଳି ଭାବେ ନିଅନ୍ତ୍ରଣ କରାଯାଇପାରିବ ସେଥିପାଇଁ ଧ୍ୟାନ ଦିଆଯିବ

Leave a Reply

Your email address will not be published. Required fields are marked *