ନୂତନ ବିଦ୍ୟୁତ୍ ସଂଯୋଗ ଗୋଟିଏ ମିସ୍ଡ କଲ୍ରେ

ଭୁବନେଶ୍ୱର: କେନ୍ଦ୍ର ଓଡ଼ିଶାରେ ବିଦ୍ୟୁତ୍ ବଂଟନ ଦାୟିତ୍ୱରେ ଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ସ୍ୱଚ୍ଛତାରେ ଉନ୍ନତି ଆଣିବା ଓ ଗ୍ରାହକଙ୍କ ସୁବିଧାକୁ ନିଶ୍ଚିତ କରିବା ଲାଗି ଉଲ୍ଲେଖନୀୟ ଉନ୍ନତି ହାସଲ କରିଛି । ତାହାକୁ ହାସଲ କରିବା ଲାଗି, ନୂଆ ସଂଯୋଗ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟିପିସିଓଡିଏଲ୍ର ରହିଛି ଏକ ସରଳ ଓ ବାଧାମୁକ୍ତ ପ୍ରକ୍ରିୟା । ଏହି ସରଳ ପ୍ରକ୍ରିୟାରେ ରହିଛି ଚାରିଟି ସହଜ ସୋପାନ: ପଞ୍ଜୀକରଣ, କାଗଜପତ୍ର ଦାଖଲ, ପେମେଂଟ୍ ଓ ଯାଂଚ ଏବଂ ମିଟର ସ୍ଥାପନ । ସବୁ କିଛି କଂପାନି ଦ୍ୱାରା ପରିଚାଳିତ ହେଉଛି ।
ନୂଆ ସଂଯୋଗ ପ୍ରକ୍ରିୟାକୁ ଆରମ୍ଭ କରିବା ଲାଗି ଗ୍ରାହକମାନଙ୍କ ପାଖରେ ବିଭିନ୍ନ ସୁବିଧାଜନକ ବିକଳ୍ପ ରହିଛି । ସେମାନେ ଟିପିସିଓଡିଏଲ୍ର ଉତ୍ସର୍ଗୀକୃତ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୨୨/୧୯୧୨ରେ କଲ୍ କରିପାରିବେ, ୮୦୯୩୦୦୯୯୯୦ରେ ମିସ୍ଡ କଲ୍ କରିପାରିବେ, ୮୦୯୩୦୦୯୯୯୦କୁ “ଘଉପମୋବାଇଲ୍ ନମ୍ବରପନାମ’ ଲେଖି ମେସେଜ୍ ପଠାଇପାରିବେ, newconnection@tpcentralodisha.com କୁ ବିବରଣୀ (ନାମ, ଠିକଣା, ମୋବାଇଲ୍ ନମ୍ବର) ଦେଇ ଇ-ମେଲ୍ କରିପାରିବେ କିମ୍ବା ମୋବାଇଲ୍ ଓ ଡେସ୍କଟପ୍ ବ୍ୟବହାର କରି ୱେବସାଇଟ୍ରେ https://mobidyut.com/NewConnection/Connection ପରିଦର୍ଶନ କରିପାରିବେ । ପଞ୍ଜୀକରଣ ପରେ କଂପାନି ଅଧିକାରୀମାନଙ୍କଠାରୁ ତ୍ୱରିତ ସହଯୋଗ ଆଶା କରାଯାଇପାରେ ।
କାଗଜପତ୍ର ଦାଖଲ ଓ ପେମେଂଟ୍ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ଚ୍ୟାନେଲ୍ ଓ ମାଧ୍ୟମ ଉପସ୍ଥାପନ କରାଯାଇଛି । ପ୍ରାରମ୍ଭିକ ପଞ୍ଜୀକରଣ ସୋପାନକୁ ଗ୍ରାହକ ଥରେ ସମ୍ପାଦନ କରିବା ପରେ ସେମାନେ ସହଜରେ ଉପଯୋଗୀ କାଗଜପତ୍ର ଦାଖଲ କରିପାରିବେ ଏବଂ କଂପାନି ଏସ୍ଏମ୍ଏସ୍/ ହ୍ୱାଟସ୍ଆପ୍/ ଇ-ମେଲ୍ ଜରିଆରେ ପଠାଇଥିବା ଲିଙ୍କ୍ ଜରିଆରେ ଅନଲାଇନ୍ ପେମେଂଟ୍ କରିପାରିବେ । ବିକଳ୍ପ ସୁବିଧା ସ୍ୱରୂପ ଗ୍ରାହକମାନ ପ୍ରତ୍ୟକ୍ଷ ଭାବେ କାଗଜପତ୍ର ଦାଖଲ କରିପାରିବେ ଏବଂ ଡିଭିଜନର ନିକଟତମ ଗ୍ରାହକ ସେବା ସେକ୍ସନ ଅଫିସ୍ରେ ପେମେଂଟ୍ କରିପାରିବେ ।