ସମସ୍ତ ରୁଷୀୟ ଧାରାବାହିକ ପ୍ରସାରଣ ସ୍ଥଗିତ ରଖିଲା ‘ନେଟ୍‌ଫ୍ଲିକ୍ସ’

ୱାସିଂଟନ୍‌: ୟୁକ୍ରେନ୍‌ ଉପରେ ରୁଷ୍‌ ସାମରିକ ଅଭିଯାନ ଚଳାଇବାରୁ ବୃହତ୍‌ ପ୍ରସାରଣକାରୀ ସଂସ୍ଥାନ ‘ନେଟ୍‌ଫ୍ଲକ୍ସ୍‌’ ଆଉ ରୁଷୀୟ ଧାରାବାହିକ ଆଦି ପ୍ରସାରଣ କରିବ ନାହିଁ।

ଭ୍ଲାଦିମିର୍‌ ପୁଟିନ୍‌ଙ୍କ ନେତୃତ୍ବାଧୀନ ଦେଶ ରୁଷ୍‌ରୁ ଆଗାମୀ ଦିନ ପାଇଁ ଖରିଦ କରିବାକୁ ଥିବା ସମସ୍ତ ଧାରାବାହିକ ପ୍ରକଳ୍ପ ସ୍ଥଗିତ ରଖିବା ପାଇଁ ‘ନେଟ୍‌ଫ୍ଲିକ୍ସ୍‌’ ନିଷ୍ପତ୍ତି ନେଇଛି ବୋଲି ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି।

ସମ୍ପ୍ରତି ‘ନେଟ୍‌ଫ୍ଲିକ୍ସ୍‌’କୁ ୪ଟି ମୌଳିକ ରୁଷୀୟ ଧାରାବାହିକ ଆସିବାର ଥିଲା। ଏଥିରେ ରହିଛି ସୁଟିଙ୍ଗ୍ ହୋଇ ସାରିଥିବା ଦାସା ଝୁକ୍‌ଙ୍କ ନିର୍ଦେଶିତ ଗୋଟାଏ ଅପରାଧ ଧାରାବାହିକ। ଏହି ୧୯୯୦ ଦଶକ ସେଟ୍‌ ସିରିଜ୍‌ଟି ହେଉଛି ରୁଷ୍‌ରେ ସୁଟିଙ୍ଗ୍‌ ହୋଇଥିବା ‘ନେଟ୍‌ଫ୍ଲିକ୍ସ’ର ଦ୍ବିତୀୟ ସିରିଜ୍‌। ପ୍ରଥମଟି ଥିଲା ଗତ ବର୍ଷର ‘ଆନ୍ନା କେ’।

ମାତ୍ର ୧ ବର୍ଷ ହେବ ଦେଶରେ ଆରମ୍ଭ ହୋଇଥିବା ଏହି ପ୍ରସାରଣ ସେବାର ୧ ନିୟୁତରୁ ଅଧିକ ‘ସବ୍‌ସ୍କ୍ରାଇବର୍‌’ ଥିବା କଥା ମନେହେଉଛି। ‘ନେଟ୍‌ଫ୍ଲିକ୍ସ’ ଆଗରୁ ‘ଡିଜ୍‌ନି’ ଏବଂ ‘ୱାର୍ଣ୍ଣର୍‌ ବ୍ରଦର୍ସ’ ରୁଷ୍‌ରେ ହେଉଥିବା ସେମାନଙ୍କ ଧାରାବାହିକ ପ୍ରକଳ୍ପଗୁଡ଼ିକର ପ୍ରସାରଣ ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *