ହାର୍ଦିକଙ୍କ ପାଠପଢ଼ା ଦାୟିତ୍ୱ ନେଇ ମାନବିକତା ଦେଖେଇଛନ୍ତି ନୟାଗଡ ଏସପି ରାହୁଲ ଜୈନ

ଭାପୁର, ପ୍ରବାହ ନ୍ୟୁଜ୍‌ : ନୟାଗଡ ଏସପି ପୁଣି ଜଣେ ବାପ ଛେଉଣ୍ଡ ପିଲାର ସମସ୍ତ ପାଠ ପଢା ଦାୟିତ୍ୱ ନେଇ ଚର୍ଚ୍ଚା ରେ ଆସିଛନ୍ତି l ଏସପି ଶ୍ରୀ ଜୈନ ସଦାବେଳେ କିଛି ନା କିଛି ସାମାଜିକ କଲ୍ୟାଣ କାମ ରେ ନିଜକୁ ନିୟୋଜନ ରହି ଲୋକ ଙ୍କ ସେଵା କରିବା ରେ ମନବୃତି ରଖିଥାନ୍ତି l ନୟାଗଡ ଜିଲ୍ଲା ସରଂକୁଳ ଥାନା ଅନ୍ତର୍ଗର୍ତ୍ତ ବାଉଁସିଆ ଗ୍ରାମ ର ହାର୍ଦିକ କୁମାର ଦାଶ ଙ୍କର ପାଠ ପଢ଼ାର ସମସ୍ତ ଦାୟିତ୍ୱ ନେଇଛନ୍ତି ଏସପି ରାହୁଲ ଜୈନ l ହାର୍ଦିକ ବର୍ତମାନ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ବେଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ସ୍କୁଲ ଓ ଟ୍ୟୁସନ ଫି ଯୋଗାଇଦେବା ପାଇଁ ଏସପି ପ୍ରତିଶୁତି ଦେଇଛନ୍ତି l ଫଳରେ ହାର୍ଦିକ ଙ୍କ ମା ପୁଷ୍ପଲତା ଦାସ ଯେତିକି ବିବ୍ରତ ଥିଲେ ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି l କେବଳ ସେତିକି ନୁହେଁ ଯଦି ଦଶମ ଶ୍ରେଣୀ ପରେ ସେ ଭଲ ପାଠ ପଢ଼ନ୍ତି ତେବେ ସେତେବେଳେ ମଧ୍ୟ ସହାୟତା ଯୋଗାଇଦେବାରେ କୌଣସି ଅସୁବିଧା ହେବନାହିଁ ବୋଲି ମା ପୁଷ୍ପଲତା ଙ୍କୁ ଏସପି ଶ୍ରୀ ଜୈନ କହିଛନ୍ତି l
ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ସରଂକୁଳ ଥାନା ଆନ୍ତର୍ଗର୍ତ୍ତ ବାଉଁସିଆ ଗ୍ରାମ ର ହାର୍ଦିକ ଙ୍କ ବାପା ହେମଜ ଦାସ ଙ୍କ ଦେହାନ୍ତ ହୋଇଛି l ବହୁ କଷ୍ଟ ରେ ମା ପୁଷ୍ପଲତା ହାର୍ଦିକ କୁ ପାଠ ପଢ଼ାଉଛନ୍ତି l ଓଡ଼ଗାଁ ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିରରେ ହାର୍ଦିକ ଏସପି ଙ୍କୁ ସାକ୍ଷାତ କରି ନିଜ ପଢ଼ାରେ ଉପୁଜୁଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ହାର୍ଦିକ ଙ୍କ ଏପରି କଥା ଶୁଣି ଏସପି ଖୁସି ହୋଇଯାଇଥିଲେ l ହାର୍ଦିକ ଙ୍କ ପାଠ ପଢା ପ୍ରତି ଆଗ୍ରହ ତାଙ୍କୁ ବହୁତ ଭଲ ଲାଗିଥିଲା ଏବଂ ଏସପି ପାଠ ପଢା ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ l
ନିଜର ପ୍ରତିଶୃତି ଆଜି ରଖି ଏସପି ଶ୍ରୀ ଜୈନ ତାଙ୍କ ଘରେ ପହଂଚି ବର୍ତ୍ତମାନ ପର୍ଯ୍ୟନ୍ତ ଦରକାର ହଉଥିବ ସ୍କୁଲ ଓ ଟ୍ୟୁସନ ଫି ଯୋଗାଇଦେଇଥିଲେ l ଭାପୁର ବ୍ଲକ ରେ ଦୁଇ ଜଣ ଛାତ୍ରୀ ଙ୍କୁ ପାଠ ପଢ଼ାଇବା ଦିଗରେ ଏସପି ସହଯୋଗ ର ହାତବଢ଼ାଇବା ଦିଗରେ ହାର୍ଦିକ ଖବର କାଗଜ ରୁ ପଢିଥିଲେ l ଏଣୁ ସେ ଏସପି ଙ୍କୁ ସାକ୍ଷାତ କରିବେ ବୋଲି ମନେ ମନେ ସ୍ଥିର କରିଥିଲେ l ଯେହେତୁ ଗାଁ ପାଖରୁ ସରକାରୀ ସ୍କୁଲ ବହୁତ ଦୂର ସେଥିପାଇଁ ମା ପୁଷ୍ପଲତା ପାଖ ସରସ୍ବତୀ ଶିଶୁ ମନ୍ଦିର ରେ ପୁଅକୁ ପାଠ ପଢ଼ାଉଛନ୍ତି l ଯେହେତୁ ହାର୍ଦିକ ଜଣେ ମେଧାବୀ ଛାତ୍ର ସେଥିପାଇଁ ତାଙ୍କ ପାଠ ପଢ଼ାରେ ଯେପରି ସମସ୍ୟା ନହୁଏ ସେଥିପାଇଁ ପୁଷ୍ପଲତା ବହୁ କଷ୍ଟ କରି ସମସ୍ତ ବ୍ୟବସ୍ଥା କରାଉଛନ୍ତି l ଏମିତି ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ତାଙ୍କ ମା ଙ୍କ ନାଁରେ “ଶର୍ମିଲା ଦେବୀ ଜୈନ ମେମୋରିଆଲ ଫାଉଣ୍ଡେସନ ” ଗଠନ କରିବା ସହ ଯେତିକି ସମ୍ଭବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପାଠପଢା ରେ ସହଯୋଗ କରିବା ପାଇଁ ସେ ସ୍ଥିର କରିଛନ୍ତି l ସ୍ୱାଧୀନତା ଦିବସ ଅବସରରେ ନୟାଗଡ ଜିଲ୍ଲା ର ମାଟ୍ରିକ ଟପର ଙ୍କୁ 10 ହଜାର ଟଙ୍କା ଅର୍ଥ ରାଶି ସହ ମାନପତ୍ର ଦେଇ ସାନମାନିତ କରିଥିଲେ ଏସପି l ଏସପି ଶ୍ରୀ ରାହୁଲ ଜୈନ ଙ୍କ ଏଭଳି ଏକ ନିଆରା ଚିନ୍ତାଧାରା କୁ ସମସ୍ତ ନୟାଗଡ ବlସି ବେଶ ପ୍ରସଂଶା କରିଛନ୍ତି l

Leave a Reply

Your email address will not be published. Required fields are marked *