ଟପରସ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ନୟାଗଡ ଏସପି ପୁରସ୍କୃତ କଲେ

ଭାପୁର, ପ୍ରବାହ ନ୍ୟୁଜ୍‌ : ନୟାଗଡ ଏସପି ଶ୍ରୀ ରାହୁଲ ଜୈନ ମା ଙ୍କ ସ୍ମୃତି ରେ ମା ଙ୍କୁ ମନେପକେଇ ଅଗଷ୍ଟ 15ଦିନ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ‘ ଶର୍ମିଲା ଦେବୀ ଜୈନ ମେମୋରିଆଲ ” ପୁରସ୍କାର ର ରେ ପୁରସ୍କୃତ କରିବା ପାଇଁ ନିଷ୍ପତି ନେଇଛନ୍ତି l ମାଟ୍ରିକ ପରୀକ୍ଷା ରେ ଟପର୍ସ ହୋଇଥିବା ସ୍ମୃତିଲିପ୍ସା ଦାସଙ୍କୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପୁରସ୍କୃତ କରିଥିଲେ l ଏହି ଅବସର ରେ ଏସପି ଶ୍ରୀ ଜୈନ କହିଥିଲେ ମା ଙ୍କ ସ୍ମୃତି ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ପାଠ ପଢିବା ପାଇଁ ଆହୁରି ଉତ୍ସାହିତ କରିବ l ମା ଙ୍କ ଜନ୍ମ ମାଟି କଳାହାଣ୍ଡି ରେ ଏହା ଆରମ୍ଭ ହୋଇଥିବା ବେଳେ ନୟାଗଡ ରେ ଏବେ ଏହା ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ସମୟରେ ଏସପି ଶ୍ରୀ ଜୈନ ବହୁତ ଭାବ ବିହୋଳ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଏହି ସମୟରେ ଏସପି ଙ୍କ ଅଜା, ଆଇ,ପତ୍ନୀ, ଝିଅ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *