ନବକିଶୋର ମଲ୍ଲିକ ଜୋରଦାର ପ୍ରଚାର

ବାଲିଅନ୍ତା(ପ୍ରବାହ ନ୍ୟୁଜ୍) : ଜୟଦେବ ନିର୍ବାଚନ ମଣ୍ଡଳୀରେ ଚଳିତ ବର୍ଷ ସଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଜନତା ଙ୍କ ଅତି ନିକଟତର ହେବା ପାଇଁ ବିଭିନ୍ନ ଦଳର ପାର୍ଥି ମାନେ ବିଭିନ୍ନ ଉଦ୍ୟମ ଜାରି ରଖିଛନ୍ତି। ଏହି ପରୀପ୍ରେକ୍ଷୀରେ ବିଜେଡ଼ି ପକ୍ଷରୁ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପାର୍ଥି ନବକିଶୋର ମଲ୍ଲିକ , ଓ ସାଂସଦ ପାର୍ଥି ମନ୍ମଥ ରାଉତ୍ ରାୟଙ୍କ ଜୋର୍ ଦର୍ ମାରାଥନ ପ୍ରଚାର ଜାରି ରହିଛି। ନିକଟରେ ବଳକାଟି , ବାଲିପାଟଣା ଅଞ୍ଚଳ ରେ ଏହି ଦୁଇ ପାର୍ଥି ହଜାର ହଜାର ଦଳୀୟ କର୍ମୀଙ୍କ ସହ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ। ମଙ୍ଗଳବାର ଅସlହ୍ୟ ଗ୍ରୀଷ୍ମ ପ୍ରବାହ କୁ ଲକ୍ଷ୍ୟ ରଖି ବିଧାୟକ ପାର୍ଥି ନବକିଶୋର ମଲ୍ଲିକ ସକାଳୁ ନିଜର ଶତାଧିକ କର୍ମୀଙ୍କୁ ନେଇ ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ଟଙ୍କପାଣୀ ଗ୍ରାମରେ ନିର୍ବାଚନୀ ପ୍ରଚାର କରିଥିଲେ। ପ୍ରଚାରରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ କରିବା ସହ ତାଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ବୁଝାଇ ବିଜେଡି ର ଉଭୟ ବିଧାୟକ ଓ ସାଂସଦ ପାର୍ଥିକୁ ଶଙ୍ଖ ଚିହ୍ନ ରେ ବିପୁଳ ମାତ୍ରାରେ ନିଜର ମତଦାନ ଦେଇ ଜୟ ଯୁକ୍ତ କରିବାପାଇଁ ଭୋଟ ଭିକ୍ଷା କରିଥିଲେ। ବରିଷ୍ଠ ନେତା ଦିଲୁ ମାର୍ଥା ଏହି ପ୍ରଚାର କାର୍ଯ୍ୟ ରେ ଉପସ୍ଥିତ ରହି ବିଜେଡି କୁ ବହୁ ମାତ୍ରରେ ଜନସମର୍ଥନ ଦେବାପାଇଁ ଲୋକ ମାନଙ୍କ ନିକଟତର ହୋଇଥିଲେ।