ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ପକ୍ଷରୁ ଏନ୍‌ଏସ୍‌ଇ-ଏସ୍‌ଏସ୍‌ଇରେ ପ୍ରଥମ ୫ ଲିଷ୍ଟିଂ ସମାରୋହ ପାଳିତ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପକ୍ଷରୁ ଏହାର ଏନ୍‌ଏସ୍‌ଇ-ସୋସିଆଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ (ଏସ୍‌ଏସ୍‌ଇ) ପ୍ଲାଟଫର୍ମରେ ପ୍ରଥମ ପାଂଚ ଲିଷ୍ଟିଂକୁ ପାଳନ କରାଯାଇଛି । ସ୍ୱାମୀ ବିବେକାନନ୍ଦ ଯୁବ ଆନ୍ଦୋଳନ, ଟ୍ରାନ୍ସଫର୍ମ ରୁରାଲ୍ ଇଣ୍ଡିଆ, ମୁକ୍ତି, ଏକଲବ୍ୟ ଫାଉଣ୍ଡେସନ୍ ଓ ଏସ୍‌ଜିବିଏସ୍ ଉନ୍ନତି ଫାଉଣ୍ଡେସନ ଏନ୍‌ଏସ୍‌ଇ-ଏସ୍‌ଏସ୍‌ଇରେ ତାଲିକାଭୁକ୍ତ ହୋଇଛନ୍ତି । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ (ବିକେସି)ରେ ଥିବା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଲିଷ୍ଟିଂ ଯୋଗୁଁ ପାଖାପାଖି ୮ କୋଟି ଟଙ୍କାର ପାଣ୍ଠି ସଂଗ୍ରହ ହୋଇଛି ଯାହା ଶିକ୍ଷା, ଦକ୍ଷତା ବିକାଶ, କୃଷି, ଜୀବିକା ମହିଳା ସଶକ୍ତୀକରଣ ଇତ୍ୟାଦି କ୍ଷେତ୍ରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ବ୍ୟବହୃତ ହେବ ।
ଏହି କାର୍ଯ୍ୟକ୍ରମରେ ସେବିର ଅଧ୍ୟକ୍ଷା ଶ୍ରୀମତୀ ମାଧବୀ ପୁରୀ ବୁଚ, ସେବିର ସୋସିଆଲ ଷ୍ଟକ ଏକ୍ସଚେଞ୍ଜ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଡ. ଆର ବାଲାସୁବ୍ରମଣ୍ୟମ, ସେବିର ପୂର୍ଣ୍ଣକାଳୀନ ସଦସ୍ୟ (ଡବ୍ଲ୍ୟୁଟିଏମ୍‌) ଶ୍ରୀ ଅଶ୍ୱିନୀ ଭାଟିଆ, ଆଦିତ୍ୟ ବିର୍ଲା ସନଲାଇଫ୍ ଏଏମସିର ଏମଡି ଏବଂ ସିଇଓ ଶ୍ରୀ ଏ ବାଲାସୁବ୍ରମଣ୍ୟମ ଏବଂ ଅନେକ ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତି, ଅଧିକାରୀ ଏବଂ ଅଣଲାଭକାରୀ ସଂଗଠନ (ଏନପିଓ) ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ସେବିର ଅଧ୍ୟକ୍ଷା ଶ୍ରୀମତୀ ମାଧବୀ ପୁରୀ ବୁଚ୍ କହିଛନ୍ତି ଯେ, “ଦେଶର ମୁଖ୍ୟ ସ୍ରୋତରେ ସମସ୍ତ ନାଗରିକଙ୍କୁ ସାମିଲ କରିବାରେ ଅଣଲାଭକାରୀ ସଂଗଠନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହି ଭୂମିକାକୁ ପ୍ରଭାବଶାଳୀ ଭାବରେ ନିର୍ବାହ କରିବା ପାଇଁ ସେମାନେ ଦାତା ଏବଂ ସେମାନଙ୍କ ଅବଦାନ ଆବଶ୍ୟକ କରନ୍ତି । ସାମାଜିକ କ୍ଷେତ୍ରରେ ବିଶ୍ୱାସ ଓ ପାରଦର୍ଶିତାକୁ ପ୍ରୋତ୍ସାହିତ କରିବାରେ ଏସଏସଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।’’
ସେବିର ସୋସିଆଲ ଷ୍ଟକ୍ ଏକ୍ସଚେଞ୍ଜ ଆଡଭାଇଜରୀ କମିଟିର ଅଧ୍ୟକ୍ଷ ଡକ୍ଟର ଆର ବାଲାସୁବ୍ରମଣ୍ୟମ କହିଛନ୍ତି ଯେ, “ଭାରତରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ଏକ ନୂତନ ଆର୍ôଥକ ସ୍ରୋତ ଖୋଲିବା ବ୍ୟତୀତ ସୋସିଆଲ ଷ୍ଟକ ଏକ୍ସଚେଞ୍ଜ ଅମୃତ କାଳରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ବହୁ ସଂଖ୍ୟକ ଲୋକଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବ ।’’
ଏନଏସଇର ଏମଡି ଏବଂ ସିଇଓ ଶ୍ରୀ ଆଶିଷ କୁମାର ଚୌହାନ ଏନଏସଇ-ଏସଏସଇ ପ୍ଲାଟଫର୍ମରେ ସମସ୍ତ ପ୍ରଥମ ୫ଟି ଏନପିଓଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏନଏସଇ ତାଲିକାଭୁକ୍ତ କମ୍ପାନିଗୁଡିକ ବଜାରରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ସମ୍ପତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ମାଧ୍ୟମରେ ସାମାଜିକ ପ୍ରଭାବର ଏଜେଂଟ୍ ହୋଇଛନ୍ତି । ଏସ୍‌ଏସ୍‌ଇରେ ତାଲିକାଭୁକ୍ତ ହେବା ପରେ ଏହାର ପ୍ରଭାବ ବହୁଗୁଣିତ ହେବାକୁ ଯାଉଛି । ଏହି ଢାଂଚାରେ ପାରଦର୍ଶିତା, ବିଶ୍ୱାସ, ଦକ୍ଷତା, ଖର୍ଚ୍ଚ ସଂଚୟ, ଆବିଷ୍କାର, ପ୍ରଭାବ ମାପକାଠି ଏବଂ ଫଳାଫଳଭିତିକ ପରୋପକାର ଭଳି ଅନେକ ସୁବିଧା ପ୍ରଦାନ କରାଯାଇଛି । ଭାରତରେ ସୋସିଆଲ ଷ୍ଟକ ଏକ୍ସଚେଞ୍ଜ ଢାଂଚା ଆରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେବିକୁ ସେ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *