ନବରଂଗପୁରରେ ଜାତୀୟ ମହାକାଶ ଦିବସ ପାଳିତ

ଭୁବନେଶ୍ବର, ପ୍ରବାହ ନ୍ୟୁଜ୍‌ : ପ୍ରଥମ ଜାତୀୟ ମହାକାଶ ଦିବସ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ସ୍ଥିତ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଓ ପାପଡ଼ାହାଣ୍ଡି ବ୍ଲକର ଦଳେଇଗୁଡ଼ା ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି l
ନବାରଙ୍ଗପୁରର bକେନ୍ଦ୍ରୀୟ ବିଦ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ। ପୁନେ ସ୍ଥିତ ଡି ଇ ଆ ଟି ଅନୁଷ୍ଠାନ ର ରୋବୋଟିକି ବିଭାଗର ନିର୍ଦେଶକ ପ୍ରଫେସର ରାଧାକାନ୍ତ ଶତପଥୀ ଯୋଗଦେଇ ପ୍ରଥମ ମହାକାଶ ଦିବସ ପାଳନ ର ମହତ୍ତ୍ଵ ସଂମ୍ପର୍କରେ କହିବ ସହ ଚଦ୍ରୟାନ ୨ ଓ ଚନ୍ଦ୍ରାୟନ୍ ୩ ର ବିଭିନ୍ନ ବିଭାଗ ର ତୁଳନାତ୍ମକ ପରିସଂଖ୍ୟାନ ଉପରେ ଆଲୋକପାତ କରିଥିଲେ l କିଭଳି ଚନ୍ଦ୍ରୟାନ ୨ ବିଫଳତା ଚାନ୍ଦ୍ରୟାନ ୩ ର ସଫଳ ହେବାରେ ସଫଳ ହୋଇପାରିଲା ତାହା ବିଦ୍ୟାର୍ଥୀ ଙ୍କୁ ବୁଝାଇ ଥିଲେ l
ଜୀବନରେ ବିଫଳତା କୁ ପାଥେୟ କରି ସଫଳ ହେବା ଦ୍ବାରା ସମସ୍ତ ଲକ୍ଷ୍ୟ ହାସଲ କରାଯାଇ ପାରିବ ବୋଲି ଡକ୍ଟର ଶତପଥୀ କହିଥିଲେ l ଏହି କାର୍ଯକ୍ରମ ରେ ଅନ୍ୟତମ ଅତିଥି ଭାବେ ଓର ମାସ୍ ର ଯୁଗ୍ମ ନିର୍ଦେଶକ ଏ ଉମା ମହେଶ ଯୋଗ ଦେଇ ମହାକାଶ ବିଜ୍ଞାନ ର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇ ବା ସହ ମହାକାଶ ବିଜ୍ଞାନ ଶିକ୍ଷା ବିଷୟ ରେ ପରାମର୍ଶ ଦେଇଥିଲେ l ବିଜ୍ଞାନ ସଂଚlରକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯକ୍ରମ ରେ ଯୋଗ ଦେଇ ମହାକାଶ ଗବେଷଣା ସଂସ୍ଥାନ ର ସମାଜ ସେବା ରହିଥିବା ବିଭିନ୍ନ ଦିଗ ସମ୍ପର୍କ ରେ ବୁଝାଇ ଥିଲେ l କିଭଳି ମହାକାଶ ବୈଜ୍ଞାନିକ ହୋଇପାରିବେ ଏବଂ ଭାରତ ରେ ରହିଥିବା ମହାକାଶ ବିଜ୍ଞାନ ଶିକ୍ଷା ଅନୁଷ୍ଠାନ ସମ୍ପର୍କ ରେ ଭିଡ଼ିଓ ମାଧ୍ୟମ ରେ ବୁଝାଇ ଥିଲେ l
ଏହି କାର୍ଯକ୍ରମ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧକ୍ଷ ହିତେଶ କୁମାର ବର୍ମା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟ ର ଅଧ୍ୟାପକ ଜି।.ସିଂ, ବ୍ରିଜେଶ କୁମାର ସରୋଜ, ଅମିତ୍ କୁମାର ଯାଦବ, ଶୁଭମ୍ ପଟ୍ଟନାୟକ ଓ ହରିଶ୍ ଚନ୍ଦ୍ର ବେହେରା ସହ ଯୋଗ କରିଥିଲେ l
ସେହିଭଳି ପାପଡାହାଣ୍ଡି ବ୍ଲକର ଦଳାଏ ଗୁଡା ଲାଲ୍ ବାହାଦୂର ଶାସ୍ତ୍ରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ମହାକାଶ ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭାରତୀ ବିଷୋୟୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ରେ ପ୍ରଫେସର ରାଧାକାନ୍ତ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ରେ ଚଳିପରିଲେ ସଫଳ ବ୍ୟକ୍ତିତ୍ଵ ହୋଇପାରିବ ବୋଲି କହିଥିଲେ l କିଭଳି ମହାକାଶ ଗବେଷଣା ସଂସ୍ଥାନ ରେ ବିଦ୍ୟାର୍ଥୀ ସଟ୍ ଲାଇଟ୍ ର ସଫଳତା ସମ୍ପର୍କ ରେ କହିଥିଲେ l

ଅନ୍ୟତମ ଅତିଥି ଭାବେ ଏହି କାର୍ଯକ୍ରମ ର ସଂଯୋଯୋକ ତଥା ବିଜ୍ଞାନ ସଂଚାରକ୍ ଲକ୍ଷ୍ମୀ ନାରାୟଣ ବକ୍ସି ଭିଡିଓ ଚିତ୍ର ମାଧ୍ୟମ ରେ ମହାକାଶ ଗବେଷଣା ସଂସ୍ଥାନ ରେ ରହିଥିବା ସୁଯୋଗ ସମ୍ପର୍କ ରେ ବୁଝାଇ ଥିଲେ l ଏହି କାର୍ଯକ୍ରମ ରେ ଶିକ୍ଷୟତ୍ରୀ ଲିପିକା ଶତପଥୀ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l
ଉଭୟ କେନ୍ଦ୍ରୀୟ ବିଦ୍ୟାଳୟ ଓ ଦଳେଇ ଗୁଡା ବିଦ୍ୟାଳୟ ରେ ମହାକାଶ ଗବେଷଣା ସଂପର୍କ ରେ କୁଇଜ୍ ଅୟୋଜନ କରାଯାଇ ୧୦ ଜଣ ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା l ଏହି କାର୍ଯକ୍ରମ ରେ ଆଭସି ମାଧ୍ୟମରେ ବିକାଶ ବିଦ୍ୟାଳୟ ସମ୍ବଲପୁର, କମ୍ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଦ୍ୟାର୍ଥି ଯୋଗ ଦେଇଥିଲେ l କମଲେଶ୍ ସାହୁ କାର୍ଯକ୍ରମରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

You may have missed