ଜାତୀୟ ବିଜ୍ଞାନ ଦିବସ ପାଳିତ

ସୁବର୍ଣ୍ଣପୁର ,,ସୋନପୁର ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ ର ସମ୍ମିଳନୀ କକ୍ଷରେ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼, ପ୍ରସନ୍ନ କୁମାର ସାହୁ ଙ୍କ ପୌରହିତ୍ୟ ରେ ଏକ ସଭା ଆୟୋଜନ ହୋଇଥିଲା ଯେଉଁ ଥିରେ କି ପ୍ରତିଷ୍ଠାନ ର ଗୁରୁ ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଦିନରେ କିପରି ବୈଜ୍ଞାନିକ ସ୍ୱଭାବ କୁ ଅତି ମାତ୍ରାରେ ବଢାଇହେବ ସେ ଉପରେ ଗୁରୁତ୍ୱ ଦେଇଥିଲେ।
ଏ ସଭାରେ ମୁଖ୍ୟ ଅତିଥି ଭାବରେ ଡ଼, ହରପ୍ରସାଦ ମିଶ୍ର ଯୋଗଦେଇ ପାଠପଢ଼ା ଇବା ସମୟରେ ଏକ ଉତ୍କଣ୍ଠା ମନୋଭାବ ଜାଗ୍ରତ କରାଇବାପାଇଁ ପ୍ରୋତ୍ସାହିତ କରିଥିଲେ।ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲ ଅଶୋକ ସରଭଙ୍ଗ ତାଙ୍କ ବକ୍ତବ୍ୟ ରେ ବିଜ୍ଞାନ କୁ ସମସ୍ତେ ଭଲପାଇବା ସହମୂଲ୍ୟବୋଧ ଶିକ୍ଷାକୁ ସମସ୍ତେ ଆପଣାଇବା ଉପରେ ମତ ରଖିଥିଲେ।
ଅନ୍ୟତମ ଅତିଥି ଭାବରେ ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର ଯୋଗଦେଇ ନିଜର ମତ ରଖିଥିଲେ।ବରିଷ୍ଠ ଶିକ୍ଷୟତ୍ରୀ ପ୍ରଶିକ୍ଷିକା ସସ୍ମିତା ଦେହୁରୀ ଓ ରୀତା ଗ୍ଲୋରିଆ ଏକ୍କା ଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ ବେରିଆ,ଶିବନାରାୟଣ ପୂଜାରୀ, ନବୀନ ବାଘ,ପ୍ରହଲ୍ଲାଦ ବିଶି,ଜ୍ୟୋତିଶ୍ରୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ପରେସମସ୍ତ ଅତିଥି ଓ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଗୁରୁ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ହୋଇଥିବା ସମସ୍ତ ବିଜ୍ଞାନ ପ୍ରକଳ୍ପ ଗୁଡିକ ବୁଲିଦେଖିଥିଲେ।ପରେ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ସୁଶାନ୍ତ କୁମାର ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ।