ନାଲକୋର ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ଵର, ପ୍ରବାହ ନ୍ୟୁଜ୍‌ : କେନ୍ଦ୍ରଖଣି ମନ୍ତ୍ରଣାଳୟ ଅଧିନସ୍ଥନବ ରତ୍ନକମ୍ପାନୀ ତଥା ଦେଶର ଅନ୍ୟତମ ଅଗ୍ରଣୀ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀଲିମିଟେଡ଼ (ନାଲକୋ) ୨୦୨୪ – ୨୫ ଆର୍ଥିକ ବର୍ଷରେ ଅର୍ଥାତ ଜୁନ ୩୦ ତାରିଖ ସୁଦ୍ଧା କମ୍ପାନୀ ମୋଟ ୨୮୫୬ କୋଟି ଟଙ୍କାର ବ୍ୟବସାୟ କରିବା ସହ ନିଟ ୬୦୧ କୋଟି ଟଙ୍କା ଲାଭ କରିଛି । ଏହି ଲାଭ ପରିମାଣ ଗତ ଆର୍ଥିକ ବର୍ଷରେ ଏହି ସମୟରେ କରିଥିବା ଲାଭ ୩୪୯ କୋଟି ଟଙ୍କା ଠାରୁ ୭୨% ଅଧିକ । ଆଜି ଭୁବନେଶ୍ଵରରେ ଅନୁଷ୍ଠିତ ବୋର୍ଡସ୍ତରୀୟ ବୈଠକରେ ଏହି ଫଳାଫଳ ଘୋଷଣା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,ନାଲକୋ ୨୦୨୪ – ୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟବସାୟିକ ଏବଂ ଆର୍ଥିକ କ୍ଷେତ୍ରରେ ସୁପରିଚାଳନା ଯୋଗୁଁ ଉତ୍କୃଷ୍ଟ ଫଳାଫଳ ହାସଲ କରିଅଛି । ଆନ୍ତର୍ଜାତିକ ବଜାରରେ ମେଟାଲ ଦରରେ ଉନ୍ନତି, ଘରୋଇ ବଜାରର ସକାରାତ୍ମକ ବ୍ୟବସାୟିକ ପରିବେଶ ତଥା ଉତ୍ପାଦନ କ୍ଷେତ୍ରରେ ଆର୍ଥିକ ସୁପରିଚାଳନା ଯୋଗୁଁ ଚଳିତ ତ୍ରୈମାସିକରେ କମ୍ପାନୀ ଉଲ୍ଲେଖନୀୟ ଫଳାଫଳ ହାସଲ କରିପାରିଛି । ପ୍ରଥମ ତ୍ରୈମାସିକରେ କମ୍ପାନୀର ସଫଳତାକୁ ପ୍ରଶଂସା କରିବା ସହ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ, ଉତ୍ପାଦନ କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା, ଉତ୍କଳ-ଡି କୋଇଲା ଖଣି ମାଧ୍ୟମରେ ପାୱାର ପ୍ଳାଣ୍ଟ ନିମନ୍ତେ ନିଜସ୍ଵ ଆଭ୍ୟନ୍ତରୀଣ କୋଇଲା ଉତ୍ସର ବ୍ୟବସ୍ଥା ଏହି ସଫଳତାର ମୁଖ୍ୟ ଆଧାର ଅଟେ ।

Leave a Reply

Your email address will not be published. Required fields are marked *