ଭଞ୍ଜ କଳାମଣ୍ଡପରେ ନବଗୁଞ୍ଜରର ନାଟକ ‘ଡର’

ସହରୀ ମଣିଷଙ୍କ ଭୟର କାହାଣୀ

ଭୁବନେଶ୍ଵର,ପ୍ରବାହ ନ୍ୟୁଜ୍ : ଗୁରୁବାର ଭଞ୍ଜ କଳା ମଣ୍ଡପରେ ‘ନବଗୁଞ୍ଜର’ ର ଚତୁର୍ଥ ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ହୋଇଛି ନାଟ୍ୟକାର
ଆନନ୍ଦ ଚନ୍ଦ୍ର ପହିଙ୍କ ଲିଖିତ ଓ ଇଂ. ପ୍ରୀତିରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ସାମାଜିକ ନାଟକ ‘ଡର’। ଏହି ଉପଲକ୍ଷେ ଆୟୋଜିତ ସଭାରେ
ନବଗୁଞ୍ଜର ସଭାପତି ଈଶ୍ଵର ଚନ୍ଦ୍ର ରଥ ଅଧ୍ଯକ୍ଷତା କରିଥିଲେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଉପ ପରିଚାଳନା ନିର୍ଦ୍ଦେଶକ ଅନୁପ
କୁମାର ମହାପାତ୍ର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର ସର୍କଲର ଚିଫ୍ ଜେନରାଲ ମ୍ୟାନେଜର ଶ୍ରୀ ଦୀନେଶ ପ୍ରୁଥି, ସମ୍ମାନିତ
ଅତିଥି ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବର୍ଷିୟାନ କଳା ନିର୍ଦ୍ଦେଶକ ବାଞ୍ଛାନିଧୂ ପଟ୍ଟନାୟକଙ୍କୁ ନବଗୁଞ୍ଜର
ଜୀବନ ବ୍ୟାପି ସାଧନା ସମ୍ମାନ ଏବଂ କଳାକାର ଏନ୍. ରାମବାବୁଙ୍କୁ ନବଗୁଞ୍ଜର ନାଟ୍ୟପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସ°ପାଦକ ଦୁର୍ଗା ପ୍ରସାଦ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ନାଟକର ମୁଖ୍ୟ ଚରିତ୍ର ଭାନୁ ପ୍ରକାଶ ଜଣେ ଅବସରପ୍ରାପ୍ତ ତୃତୀୟ ଶ୍ରେଣୀ କର୍ମଚାରୀ । ଦିନେ ସକାଳେ ବଜାରରୁ ଫେରି ସେ ନିଜ ଝିଅଠୁ
ଖବର ପଆନ୍ତି ଯେ କଲୋନୀର ତାଙ୍କ ଘର ପଛ ପଟରେ ପଡିଛି ଗୋଟିଏ ଶବ। ପଡୋଶୀ ଗୁମାନ ବାବୁଙ୍କ ସହିତ ପରାମର୍ଶ କରି ଭାନୁ
ପ୍ରକାଶ ଶବ
ଉଠାଇ ଦେବାକୁ ମୁନିସିପାଲିଟି କର୍ତ୍ତୃପକ୍ଷକୁ ଦରଖାସ୍ତଟିଏ ଲେଖନ୍ତି। ଯେତେବେଳେ ଗୁମାନ ବାବୁ ଦରଖାସ୍ତରେ କଲୋନୀର ଲୋକଙ୍କ
ଠାରୁ ଦସ୍ତଖତ ଆଣିବା ପାଇଁ ଯଆନ୍ତି, ସେତେବେଳ ଲୋକଙ୍କ ମନରେ ଡ଼ର ପଶେ। କାଳେ ହତ୍ୟା ମାମଲାରେ ପଡିବେ। ପୁଲିସ ଥାନାକୁ
ଡାକିବ ଏହି ଭୟରେ ଦସ୍ତଖତ କରିନ୍ତି ନାହିଁ । ଶବ ପଚି ଦୁର୍ଗନ୍ଧ ହେବା କାରଣରୁ ଲୋକମାନେ କବାଟ ଝରକା ବନ୍ଦ କରି ଘର ଭିତରେ
ଝୁଣା, ଝୁଣା ଧୂଆଁ, ଧୂପ ଦେଇ ଚାରି ଦିନ ରହନ୍ତି । ପରେ ଜଣାପଡ଼େ ମୃତକ ଜଣକ ଭାନୁପ୍ରକାଶଙ୍କର ଶ୍ୱଶୁର । ସେ ଭାନୁପ୍ରକାଶଙ୍କ ଘରକୁ
ଆସିବା ବାଟରେ ମୂର୍ଚ୍ଛା ରୋଗରେ ରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ଠିକ୍ ସମୟ ରେ ଡାକ୍ତରଖାନା ନେଇଥିଲେ ହୁଏତ ତାଙ୍କ
ଜୀବନ ବଞ୍ଚି ଯଇଥାନ୍ତା l ନାଟକ ‘ଡ଼ର’ରେ ସହରୀ ଜୀବନରେ ଲୋକଙ୍କ ଭୟକୁ ସୁନ୍ଦର ଭାବରେ ନାଟ୍ୟକାର ଚିତ୍ରିତ କରିଛନ୍ତି।

ବାସ୍ତବିକ ‘ଡ଼ର’ ଖୁବ୍ ସଂକ୍ରାମକ । ସହରୀ ମଣିଷ ମାନସିକତାରେ ଡ଼ରୁଆ ଓ ବିପଦ ବିରୁଦ୍ଧରେ ଲଢ଼ିବାକୁ ପ୍ରେରଣା ଦେବା ପରିବର୍ତ୍ତେ ସେ
ସ୍ଥାନ ଛାଡ଼ି ପଳାୟନ କରିବାକୁ ଡ଼ର ମଣିଷକୁ ଉତ୍ସାହିତ କରେ । ତେଣୁ ଡ଼ର ସର୍ବଦା ବର୍ଜନୀୟ । ନାଟକରେ ଅଭିନୟ କରିଛନ୍ତି ସଂଜୀବ
ଦାସ, ମିନାକ୍ଷୀ ମିଶ୍ର, ଇତିଶ୍ରୀ ଦାସ, ଅମ୍ବିକା ମିଶ୍ର, ପ୍ରଫୁଲ୍ଲ ନାୟକ, ପ୍ରଦୀପ ଗିରି, ସ୍ବାଗତିକା ଷଡ଼ଙ୍ଗୀ, ସୁବ୍ରତ, ଯୋଗୀନ୍ଦ୍ର ମିଶ୍ର, ବାପୁଜୀ
ବିଶ୍ଵାଳ, ସୁବଳ ମହାରଣା, ସନତ୍ ସାହୁ, ଅମିର ପଣ୍ଡା, ଅର୍ଚନା ରଥ, ଦୁର୍ଗା ମହାପାତ୍ର ଓ ଶିଶୁ କଳାକାର ମାନେ । ନାଟକର ଆରମ୍ଭରେ
ନୃତ୍ୟ ପ୍ରଦର୍ଶନ କରିଥିଲେ ଅମିତା, ସନ୍ଦୀପ ଓ ଇତିଶ୍ରୀ।

Leave a Reply

Your email address will not be published. Required fields are marked *