ୱାକଫ୍ ସମ୍ପତ୍ତର ଲୁଣ୍ଠନ ଯୋଗୁଁ ମୁସଲିମ ସମ୍ପ୍ରଦାୟ ବିଦ୍ୟାଳୟ, ଚିକିତ୍ସାଳୟ ଏବଂ ଅନାଥାଶ୍ରମ ପରି ସୁବିଧାରୁ ବଂଚିତ

ରେଶହମ୍ ଫାତିମା

ୱାକଫ୍ ଅଧୀକାରୀ ନକଲି ଦଲିଲ୍ ଦ୍ୱାରା ମୂଲ୍ୟବାନ ଜମିଗୁଡିକୁ ଏକ ଘରୋଇ ନିର୍ମାଣକାରୀ ସଂସ୍ଥାକୁ ସ୍ଥାନାନ୍ତର କରିବାର ଅଭିଯୋଗ ହୋଇଥିଲା । ଏହା ଦର୍ଶାଏ ଯେ ଦୁର୍ନୀତିଗ୍ରସ୍ତ ଅଧୀକାରୀ ଏବଂ ଭୂମାଫିଆ ଦ୍ୱାରା ୱାକଫ୍ ସମ୍ପତ୍ତର ଲୁଣ୍ଠନ ଯୋଗୁଁ କିପରି ମୁସଲିମ ସମ୍ପ୍ରଦାୟ ବିଦ୍ୟାଳୟ, ଚିକିତ୍ସାଳୟ ଏବଂ ଅନାଥାଶ୍ରମ ପରି ସୁବିଧାରୁ ବଂଚିତ ରହୁଛନ୍ତି । ମହାରାଷ୍ଟ୍ରରେ, ୨୦୧୭ ମସିହାରେ ଏକ ତଦନ୍ତ ରାଜ୍ୟ ସ୍ୱାକଫ୍ ବୋର୍ଡ ଭିତରେ ଏକ ବଡ ଆର୍ôଥକ ପରିଚାଳନା ଅନିୟମିତତାର ପର୍ଦାଫାସ କରିଥିଲା । ବୋର୍ଡ଼ ଉପରେ ଅଭିଯୋଗ ହୋଇଥିଲା ଯେ ସେମାନେ ବଳ କାଗଜ ପତ୍ରରେ ଥିବା କିନ୍ତୁ ପ୍ରକୃତରେ କାମ କରୁନଥିବା ଲୋକଙ୍କୁ ନିଯୁକ୍ତ ଦେଇଥିଲେ, ଯାହା ଫଳରେ ସମାଜ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କୋଟି କୋଟି ଟଙ୍କା ହଡପ ହେଉଥିଲା । ଏଥିସହ ୱାକଫ୍ ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଆବଣ୍ଟିତ ଅର୍ଥକୁ ଐତିହାସିକ ମସଜିଦ୍‌, ଦରଗାହ ଏବଂ ମଦ୍ରାସାରର ସଂରକ୍ଷଣ ପରିବର୍ତ୍ତେ ଅଲଗା। କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ଏହା ତଦାରଖର ଏବଂ ଉତ୍ତରଦାୟିତ୍ୱର ଅଭାବ ସହିତ ବ୍ୟବସ୍ଥାଗତ ତୃଟିକୁ ଦର୍ଶାଇଥାଏ । ସେହିପରି ବୋର୍ଡ ଅଧୀକାରୀଙ୍କ ନିଷ୍କ୍ରିୟତା। ହେତୁ ପଶ୍ଚିମବଙ୍ଗ ୱାକଫ୍ ଜମିର ବହୁ ପରିମାଣ ଜବରଦଖଲର ଶିକାର ହୋଇଛି । ୨୦୨୩ର ଏକ ରିପୋଟ ଦର୍ଶାଏ ଯେ ଅନେକ ୱାକଫ୍ ସମ୍ପତ୍ତି ବ୍ୟବସାୟିକ ସଂସ୍ଥା ଦ୍ୱାରା ବିନା ଅନୁମତିରେ ହଡପ ହୋଇଥିବା ବେଳେ ଯୋଗ୍ୟ ଦାବୀଦାର, ଧାର୍ମିକ ତଥା ଅଧୀକାର ପାଇଁ ସଂର୍ଘଷ କରୁଛନ୍ତି । ପାରଦର୍ଶୀ ନିୟାମକ ପ୍ରଣାଳୀର ଅଭାବ ଯୋଗୁଁ ଅନଧୀକୃତ ବିକ୍ରୟ ଏବଂ ଲିଜ୍ ୱାକଫ୍ ସମ୍ପତ୍ତିର କ୍ଷୟର କାରଣ ପାଲଟିଛି । ଏହି ମାମଲାଗୁଡିକ କପ୍ ପରିଚାଳନାର ବ୍ୟାପକ ଦୁର୍ନୀତି ଏବଂ ଗଠନମୂଳକ ଦୁର୍ବଳତାକୁ ଦର୍ଶାଉଛି । ବଂଚିତ ଲୋକଙ୍କ ସାହାଯ୍ୟ, ଶିକ୍ଷା ପାଇଁ ଅର୍ଥ ବିନିଯୋଗ ଏବଂ ଇସଲାମିକ ଐତିହ୍ୟକୁ ସଂରକ୍ଷଣ କରିବାର ନିଜ ଉଦ୍ଦିଷ୍ଟ ଉଦ୍ଦେଶ୍ୟକୁ ଛାଡି ଦ୍ୱାକଫ୍ ସମ୍ପତ୍ତି ଦୁର୍ନୀତି ଓ ଅପବ୍ୟବହାରର ଏକ ସହଜ ଉପାୟ ପାଲଟିଛି । ଓାକଫ୍ ବୋର୍ଡର ସଚ୍ଛ କାର୍ଯ୍ୟକରିବାରେ ବିଫଳତା ଏବଂ କଠୋର ତଦାରଖ ପ୍ରଣାଳୀର ଅନୁପସ୍ଥିତି ଦୁର୍ନୀତିକୁ ବୃଦ୍ଧି କରିବାରେ ଲାଗିଛି । ସମଗ୍ର ଭାରତରେ ସ୍ୱାକଫ୍ ବୋର୍ଡର ଦୁର୍ନୀତି ଏବଂ ଅବ୍ୟବସ୍ଥା ପରିଚାଳନା ଏହି ସମ୍ପତ୍ତିଗୁଡିକର ସଂରକ୍ଷଣ ତଥା ବ୍ୟବହାରରେ ବ୍ୟବହୃତ ବିଫଳତାକୁ ଦର୍ଶାଉଛି । ମୁସଲମାନ ସମ୍ପ୍ରଦାୟ ପାଇଁ ସଶକ୍ତିକରଣର ମାଧ୍ୟମ ହେବା ପରିବର୍ତ୍ତେ ରାଜନୈତିକ ହସ୍ତକ୍ଷେପ, ଆର୍ôଥକ ଅନିୟମିତତା। ଏବଂ ସଚ୍ଛତାର ଅଭାବ ହେତୁ ଅନେକ ୱାକଫ୍ ସମ୍ପତ୍ତିର ଅପବ୍ୟବହାର କରାଯାଉଛି । ଏହାଦ୍ୱାରା ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଏବଂ ସାମାଜିକ କଲ୍ୟାଣର ବିକାଶରେ ବାଧା ସୃଷ୍ଟି ହୋଇଛି ଯାହା ସମାଜର ନିଷ୍ପଷିତ ମାନଙ୍କ କଲ୍ୟାଣରେ ସାହାଯ୍ୟ କରିଥାଆନ୍ତା । ତେଣୁ ବର୍ତ୍ତମାନ ସମୟ ହେଉଛି ୱାକଫ୍ ରେକର୍ଡ ଗୁଡିକର ଅନଲାଇନ ସଂରକ୍ଷଣ, ସାଧୀନ ତଦାରଖ ପ୍ରଣାଳୀ, କଠୋର ଆଇନଗତ ଉତ୍ତରଦାୟିତ୍ୱ ଏବଂ ୱାକଫ୍ ସମ୍ପତ୍ତର ସଠିକ ପରିଚାଳନାକୁ ସୁନିଶ୍ଚିତ କରି ଏହି ଅନୁଷ୍ଠାନର ସମ୍ମାନକୁ ପୁନଃସ୍ଥାପିତ କରିବା । ଯଦି ସଠିକ୍ ଭାବରେ ପରିଚାଳନା ହୁଏ, ତେବେ ୱାକଫ୍ ଅର୍ଥନୈତିକ ଆତ୍ମନିର୍ଭରଶୀଳତା, ସାମାଜିକ ନ୍ୟାୟ ଏବଂ ସମ୍ପ୍ରଦାୟର କଲ୍ୟାଣରେ ଯଥେଷ୍ଟ ଯୋଗଦାନ କରିବାର ସାର୍ମଥ୍ୟ ରଖିଛି । ଏହାର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବା କେବଳ ଏକ ଆଇନଗତ ଆବଶ୍ୟକତା ନୁହେଁ ବରଂ ବଂଚିତ ବର୍ଗର ସେବା କରିବା ଏବଂ ଇସଲାମିକ ଧର୍ମର ଦାନଶୀଳତାର ଆତ୍ମାକୁ ବଜାୟ ରଖିବା ପାଇଁ ଏକ ନୈତିକ ଦାୟିତ୍ୱ ଅଟେ ।


ସ୍ନାତକୋତ୍ତର ଆର୍ନ୍ତଜାତୀୟ ସମ୍ପିକ ବିଭାଗ
ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ

Leave a Reply

Your email address will not be published. Required fields are marked *