ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରତିଶୃତିବଦ୍ଧ ଜେ.କେ କାଗଜକଳ
ରାୟଗଡ଼ା : ୦୭/୧୦(ପ୍ରବାହ ନିଉଜ୍) ଜିଲ୍ଲାରେ ବିକାଶ କ୍ଷେତ୍ରରେ ସହଭାଗିତା ରଖିଚାଲିଛି ଜେ.କେ କାଗଜକଳ | ପ୍ରକାଶ ଥାଉ କି ୧୯୬୨ ମସିହାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନସ୍ତ ଚାନ୍ଦିଲି ପଞ୍ଚାୟତ ଅନ୍ତର୍ଗତ ଜେ.କେ ପୁର ଠାରେ ଏହାର ସ୍ଥାପନ କରାଯାଇଥିଲା | ଜେ.କେ କାଗଜକଳ ହେବା ଫଳରେ ଆଦିବାସୀ ଅଧ୍ୟୁଷିତ ତଥା ବଣ ଜଙ୍ଗଲ ପରିପୂର୍ଣ୍ଣ ରାୟଗଡ଼ା ଜିଲ୍ଲା ସମଗ୍ର ଭାରତ ବର୍ଷରେ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।
ଜେ.କେ କାଗଜକଳର ଏହା ପଛରେ ଏକ ପ୍ରମୁଖ ଭୂମିକା ରହିଛି । ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସର୍ବଦା ଅବହେଳିତ ହେଉଥିବା ଅଞ୍ଚଳ ଆଜି ବିକାଶ ପଥରେ ଅଗ୍ରସର ହେବାରେ ଲାଗିଛି । ସେହିପରି ଜେ.କେ କାଗଜକଳ ପ୍ରତିଷ୍ଠାହେବା ଯୋଗୁ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ମାନଚିତ୍ରରେ ମଧ୍ୟ ପରିବର୍ତ୍ତନ ଘଟିଛି | ଜେ.କେ କାଗଜକଳ ସ୍ଥାପିତ ହେବ ପରେ ଦାଦନ ଖଟିବାକୁ ବାହାରକୁ ଯାଉଥିବା ବହୁ ବେକାର ଯୁବକ ଓ ଯୁବତୀ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଚାକିରୀ ପାଇ ଉପକୃତ ହୋଇଛନ୍ତି | କୁଲି ମଜୁରିଆ ଠାରୁ ଆରମ୍ଭ କରି ଉଚ୍ଚ ପଦସ୍ଥ ଅଧିକାରୀ ବିଭିନ୍ନ ଚାକିରୀରେ ଥଇଥାନ ହୋଇଛନ୍ତି । ଏହା ସହିତ ଅଞ୍ଚଳବାସୀଙ୍କ ବ୍ୟତୀତ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଅଞ୍ଚଳବାସୀ ମଧ୍ୟ ଚାକିରୀ ସୁବିଧା ପାଇବା ସହ ବିଭିନ୍ନ ପ୍ରକାର ବ୍ୟବସାୟର ସୁବିଧା ସୁଯୋଗ ପାଇ ଲାଭାନିତ୍ଵ ହୋଇଛନ୍ତି | କାର୍ଯ୍ୟରତ କର୍ମଚାରୀଙ୍କ ପରିବାରକୁ ବାସସ୍ଥାନ , ଶିକ୍ଷା , ସ୍ୱାସ୍ଥ୍ୟ ଭଳି ସମସ୍ତ ମୌଳିକ ସୁବିଧା ମଧ୍ୟ ଯୋଗେଇଦେଉଛି ଜେ.କେ କାଗଜକଳ |
କଳ କାରଖାନାର ସହଯୋଗରେ ହାଇସ୍କୁଲ , +2 କଲେଜ , ଇ.ଏସ.ଆଇ ମେଡିକାଲର ସୁବିଧା ମଧ୍ୟ ରହିଛି | ସ୍ଥାନୀୟ ଅଞ୍ଚଳର କୌଣସି ଅଧିବାସୀଙ୍କୁ ଚିକିତ୍ସା ନିମନ୍ତେ ବାହାରକୁ ସ୍ଥାନାନ୍ତର କରିବା ସମୟରେ ଜେ.କେ କାଗଜକଳ ତରଫରୁ ମାଗଣା ଆମ୍ବୁଲାନ୍ସ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି | ଅଞ୍ଚଳବାସୀଙ୍କ କ୍ରୀଡା ଓ ମନୋରଞ୍ଜନ ପାଇଁ କ୍ଳବ , ଷ୍ଟାଡିୟମ , ଉଦ୍ୟାନ ଆଦିର ସୁବିଧା ମଧ୍ୟ ରହିଛି | ଜେ.କେ କାଗଜକଳ ପକ୍ଷରୁ ଅନେକ ଗ୍ରାମରେ ବୃକ୍ଷରୋପଣ , ପାନୀୟଜଳ , ବିଦ୍ୟୁତ ଓ ବିଭିନ୍ନ ପ୍ରକାର ସୁବିଧା ଯୋଗେଇଦିଆଯାଇଛି |
ଗତ ଦୁଇବର୍ଷ ମଧ୍ୟରେ ଜେ.କେ କାଗଜକଳ ପକ୍ଷରୁ ସି.ଏସ.ଆର ଫଣ୍ଡରେ ପ୍ରାୟ ସାଢେ ଚାରିକୋଟି ରୁ ଉର୍ଦ୍ଧ ବିନିଯୋଗ ହୋଇ ଜିଲ୍ଲାରେ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପରେ ସହଯୋଗ କରିବା , ଅଞ୍ଚଳ ବାସୀଙ୍କ ପାଇଁ ମାସକୁ ତିନିଥର ମାଗଣା ଚିକିତ୍ସା ଓ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦିଆଯାଉଛି ଏବଂ ଆଗାମୀ ଦିନରେ ଏହିପରି ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ଜେ.କେ କାଗଜକଳ ସର୍ବଦା ସହଯୋଗ କରିବା ନେଇ ସୂଚନା ଦେଇଛନ୍ତି ଜେ.କେ କାଗଜ କଳର ଲୋକସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ | ଜିଲ୍ଲାର ଲୋକପର୍ବ ଚଇତି ଯାତ୍ରାରେ ପ୍ରତିବର୍ଷ ପ୍ରଶାସନକୁ ଜେ.କେ କାଗଜ କଳ ସହଯୋଗର ହାତ ବଢ଼ାଇଥିବା ନେଇ ସୂଚନା ଦେଇଛନ୍ତି |