ପ୍ରକୃତି ବନ୍ଧୁ ଗମୁ ପାତ୍ରଙ୍କ ବିୟୋଗରେ ବଡ଼ବିଲରେ ଶୋକ

ବଡ଼ବିଲ: ବଡ଼ବିଲର ବୃକ୍ଷବନ୍ଧୁ ଭାବେ ପରିଚିତ ଥିବା, ପ୍ରକୃତି ବନ୍ଧୁ, ପ୍ରକୃତିମିତ୍ର ସମ୍ମାନ ପାଇଥିବା ଗମୁ ପାତ୍ର(୧୦୦ ବର୍ଷ)ଙ୍କ ବିୟୋଗରେ ବଡ଼ବିଲର ଶୋକର ଛାୟା ଖେଳିଯାଇଛି। ବୃକ୍ଷକୁ ଭଲ ପାଉଥିବା ସ୍ବର୍ଗତ ପାତ୍ର ବଡ଼ବିଲ ସାଧୁସିଂହଟିଂରେ ରହି ନିକଟସ୍ଥ ହଜାର ହଜାର ଏକର ଜଙ୍ଗଲକୁ ଖୋଦ ଏକ ଧନୁତୀର ଧରି ଜଗି ରହୁଥିଲେ। ତାଙ୍କ ପାଇଁ ଏହି ଜଙ୍ଗଲ ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଦେଖିବାକୁ ମିଳିଛି। ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିବାବେଳେ, ମୃତ୍ୟୁ ସମୟରେ ତାଙ୍କ ପୁଅ, ବୋହୁ , ଝିଅ, ଜ୍ୱାଇଁ, ନାତି, ନାତୁଣୀ ଉପସ୍ଥିତ ଥିଲେ। କରୋ ନଦୀ କୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ, ତାଙ୍କର ଶେଷ ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।