ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍ : ଅବସରପ୍ରାପ୍ତ ପ୍ରଫେସର ଡ଼. ପ୍ରଦୀପ ମହାପାତ୍ରଙ୍କ ପରଲୋକ ଖବର ପାଇବା ପରେ ନବୀନ କାର୍ଯ୍ୟାଳୟରେ ଏକ ଶୋକସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅ ।ୟୋଜିତ ସଭାରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଡ଼. ଡ଼ମ୍ବରୁଧର ସାହୁ, କରମ୍ଭା କମାଣ୍ଡୋ ଅଧ୍ୟକ୍ଷ ରାମକୃଷ୍ଣ ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ସମ୍ପାଦକ ସୁଶାନ୍ତ କର, ଶିକ୍ଷାବିତ୍? ରଂଜନ କୁମାର ସାହୁ, ସାମ୍ବାଦିକ ପବିତ୍ର ଚୌଧୁରୀ, ଅନନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଅ ।ତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିଥିଲେ ।
ନବୀନର ସମ୍ପାଦକ ଶ୍ରୀ ରଥ ତାଙ୍କ ଭାଷଣରେ ସ୍ୱର୍ଗତ ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅ ।ଲୋକପାତ କରି ବ୍ରହ୍ମପୁରର ଇତିହାସ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ ।
ଡ଼. ମହାପାତ୍ରଙ୍କ ବିୟୋଗରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍? ସଭାପତି ଜାକୋବ୍? ଥୁଣ୍ଡ୍ରିଲ, ବିଶିଷ୍ଟ ପରିବେଶବିତ୍? ପ୍ରଫୁଲ୍ଲ ସାମନ୍ତରା, କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ପ୍ରଦୋଷ କୁମାର ରଥ, ଶୋଭାର ସମ୍ପାଦକ ସଞ୍ଜିତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।