ପୂର୍ବ ତଟ ରେଳ ଓ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ

ପ୍ରବାହ ନ୍ୟୁଜ୍‌, ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପୂର୍ବ ତଟ ରେଳପଥ ମଧ୍ୟରେ ରେଳ କର୍ମଚାରୀଙ୍କ ଦରମା ପ୍ୟାକେଜ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଓ ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କବାଲଙ୍କ ସମେତ ଷ୍ଟେଟ ବ୍ୟାଙ୍କ ଓ ରେଲୱେର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ରାଜିନାମା ପରେ ଏବେ ରେଳ କର୍ମଚାରୀ ମାନେ ଷ୍ଟେଟ ବ୍ୟାଙ୍କ ଦରମା ପ୍ୟାକେଜ ଅନ୍ତର୍ଗତ ମାଗଣା ଜୀବନ ବୀମା ,ଦୁର୍ଘଟଣା ବୀମା , ସ୍ୱାସ୍ଥ୍ୟ ବୀମା , ରିହାତି ଦରରେ ଲକର ସୁବିଧା ସହିତ ରୂପେ ଡେବିଟ କାର୍ଡ ଓଅନ୍ୟ ବହୁ ଜୀବନଶୈଳୀ ସୁବିଧା ପାଇପାରିବେ ।

Leave a Reply

Your email address will not be published. Required fields are marked *