ଉଦ୍ୟମ ତରଫରୁ ମୋଟିଭେସନ୍ ଫର ଏଜୁକେସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ସାମାଜିକ କର୍ମୀ, ୱାଲର୍ଡ ହ୍ୟୁମାନ୍ ରାଇଟସ୍ ପ୍ରୋଟେକ୍ସନର ଉପସଭାପତି ତଥା ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ୟମର ଅଧ୍ୟକ୍ଷା ଡଃ ସୁନିତା ମହାନ୍ତିଙ୍କ ଅଭିନବ ପ୍ରୟାସ ମୋଟିଭେସନ୍ ଫର୍ ଏଜୁକେସନ୍ ଅଭିଯାନର ଏକ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ଶିକ୍ଷାର ଆଗ୍ରହ ସୃଷ୍ଟି କରିବା ଓ ଅଧାରୁ ପାଠ ଛାଡ଼ିଦେଇଥିବା ପିଲାଙ୍କୁ ପୁନଶ୍ଚ ସ୍କୁଲ୍ ପଠାଇବା ହେଉଛି ଏ ଅଭିଯାନର ମୂଳ ଲକ୍ଷ୍ୟ । ଶ୍ରୀମତୀ ମହାନ୍ତି ଏହି ଅଭିଯାନଟିକୁ ପ୍ରତି ମାସରେ ବିଭିନ୍ନ ବସ୍ତିରେ କରିଥାଆନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଶିକ୍ଷା ଉପକରଣ ଶୁଖିଲା ଖାଦ୍ୟ ବଣ୍ଟାଯିବା ସହ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚାଟାର୍ଡ ଏକାଉଣ୍ଟାଣ୍ଟ ଶୈଳେନ୍ଦ୍ର ଅଗ୍ରୱାଲ୍, ଉଦ୍ୟମ ସଂଗଠନର ପରିଚାଳକ ଗୋବିନ୍ଦ ସାହୁ, ସାମାଜିକ କର୍ମୀ ବିନ୍ଦୁଜା ଉପାଧ୍ୟାୟ ଓ ମୀର ଅହମ୍ମଦ ଅଲ୍ଲୀ ଉପସ୍ଥିତ ରହି ପିଲାମାନଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଉପଦେଶ ଦେଇଥିଲେ । ଉକ୍ତ ବସ୍ତିର ରାଧା ମାଡାମ୍ ଏହି କାର୍ଯକ୍ରମଟିକୁ ପ୍ରଶଂସା କରି ପ୍ରତି ମାସରେ ଏହିଭଳି କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରିଥିଲେ । ଉଦ୍ୟମ ତରଫରୁ ମଧ୍ୟ ପ୍ରତି ମାସରେ ଏହି ବସ୍ତିରେ ଏହି କାର୍ଯ୍ୟକ୍ରମ କରାଯିବା ସହ ପିଲାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରି ପୁରସ୍କାର ସହ ଆଗାମୀ ଭବିଷ୍ୟତରେ ଅର୍ଥରାଶି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।