ଜାତୀୟ ସ୍ତରୀୟ ବ୍ୟାଣ୍ଡ ଚମ୍ପିଅନ୍‌ସିପ୍‌ରେ ଓଡ଼ିଶାର ଟିମ୍ ବିଜୟୀ

0
f6cfddda-25e5-4a7f-98e4-0dc63d178171

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ପୁଣେଠାରେ ‘ଦ ଟୋରିନ୍ସ ଇଣ୍ଡିଆ’ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତାରେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ବ୍ୟାଣ୍ଡଗ୍ରୁପ ‘ଦ ଟାଇରାଣ୍ଟସ୍‌’ ଚମ୍ପିଅନ୍ ଟ୍ରଫି ଜିଣି ଇତିହାସ ସୃଷ୍ଟି କରିଛନ୍ତି । ଗତ ୭ ତାରିଖରେ ଆୟୋଜିତ ଏହି ବ୍ୟାଣ୍ଡ ପ୍ରତିଯୋଗିତାରେ ସମଗ୍ର ଦେଶରୁ ପ୍ରାୟ ୧୨ଟି ବିଦ୍ୟାଳୟ ସହିତ ପ୍ରତିଯୋଗିତା କରି ମଦର୍ସ ପବ୍ଲିକ ସ୍କୁଲର ‘ଦ ଟାଇରାଣ୍ଟସ୍‌’ ବିଜୟୀ ହୋଇଥିଲା । ଏହାପୂର୍ବରୁ ନଭେମ୍ବର ମାସରେ କୋଲକାତାଠାରେ ଆୟୋଜିତ ପୂର୍ବଜୋନ ଚମ୍ପିଅନ୍‌ସିପ୍ ହାସଲ କରିବା ପରେ ‘ଦ ଟାଇରାଣ୍ଟସ୍‌’ ଜାତୀୟ ସ୍ତର ଇଭେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିଲା । ଗ୍ରୁପର ଏହି ଉହ୍ଲାସମୟ ବିଜୟ ସହିତ ଆନ୍ୟା ବ୍ରହ୍ମାଙ୍କୁ ଶ୍ରେଷ୍ଠ ଡ୍ରମର ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଆହରଭ ବ୍ରହ୍ମାଙ୍କୁ ଶ୍ରେଷ୍ଠ ବଂଶୀବାଦକ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *