ମୋକିମଙ୍କ ଝିଅ ଲଢ଼ିବେ ନିର୍ବାଚନ !

ପ୍ରବାହ ନ୍ୟୁଜ୍ : କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢ଼ିବା ଆଶା ମଉଳି ଯିବା ପରେ ତାଙ୍କ ଝିଅଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢ଼ିବା ଆଶା ମଉଳି ଯିବା ପରେ ତାଙ୍କ ଝିଅଙ୍କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଏଥର ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଆରମ୍ଭ ହେଲାଣି ଚର୍ଚ୍ଚା ।
ଏନେଇ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋକିମଙ୍କ ଜାଗାରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ କର୍ମୀମାନେ ସହମତି ପ୍ରକାଶ କରିଛନ୍ତି । ଏନେଇ ହାଇକମାଣ୍ଡଙ୍କୁ ଜଣାଇବାକୁ ବୈଠକରେ ସହମତି ପ୍ରକାଶ ପାଇଛି ।
ମହମ୍ମଦ ମୋକିମ କହିଛନ୍ତି, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛୁ । ୨୪ ବର୍ଷ ତଳର ପୁରୁଣା କେସ୍‌?ରେ ରାଜ୍ୟ ସରକାର ବ୍ୟଗ୍ରତା ଦେଖାଇଲେ । ମାତ୍ର ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବା ସହ ଜାମିନ ପ୍ରଦାନ କରି ସାରିଛନ୍ତି । ମାତ୍ର ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲି ସେଥିରେ ରୋକ ଲାଗି ନ ଥିବାରୁ ନିର୍ବାଚନ ଲଢ଼ି ପାରିବିନି । ତେଣୁ ଏବେ କିଏ ମଇଦାନକୁ ଓହ୍ଲାଇବ ସେଥିପାଇଁ କାହା ନାମ ଫାଇନାଲ୍‌? ହୋଇନି । କର୍ମୀମାନେ ଝିଅ ନାଁ ଉଠାଉଥିବା ବେଳେ ସେମାନଙ୍କ ପୂର୍ଣ୍ଣ ସମର୍ଥନ ବି ରହିଛି । ଏନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବ । ଏହାପରେ ଝିଅ ସହ ବି ଆଲୋଚନା ହେବ । ତା’ ପରେ ଆମେ ଏନେଇ ପିସିସିକୁ ଜଣାଇବୁ ।
ଏନେଇ କଂଗ୍ରେସ କର୍ମୀମାନେ କହିଛନ୍ତି, ସୋଫିଆ କଂଗ୍ରେସ ପାଇଁ ନୂଆ ନୁହନ୍ତି । ୨୦୧୪ ନିର୍ବାଚନରେ ସେ ଲୋକଙ୍କ ପାଖକୁ ଯାଇଥିଲେ । ୨୦୧୯ରେ ବି ସେ ଘରକୁ ଘର ବୁଲିଛନ୍ତି । ଉଭୟ ନିର୍ବାଚନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ରାଜନୈତିକ ଅଭିଜ୍ଞତା ଅଛି । କଟକର ସବୁ କଂଗ୍ରେସ କର୍ମୀ ତାଙ୍କ ସହ ଅଛନ୍ତି । ତେଣୁ ସେ ନିର୍ବାଚନ ଲଢ଼ିଲେ ଖୁବ୍‌? ସହଜରେ ବିଜୟ ଲାଭ କରିବେ । ଯେହେତୁ ମୋକିମ ନିର୍ବାଚନ ଲଢ଼ି ପାରିବେନି ତେଣୁ ସୋଫିଆ ନିର୍ବାଚନ ଲଢନ୍ତୁ ବୋଲି ଆମେ ଆନ୍ତରିକତା ପ୍ରକାଶ କରୁଛୁ । ତେବେ ଏନେଇ ସୋଫିଆଙ୍କ ମତାମତ ମିଳି ପାରିନି ।

Leave a Reply

Your email address will not be published. Required fields are marked *