ମୋ ପ୍ରୀତି ପ୍ରତ୍ୟୟ ପ୍ରତ୍ୟନ୍ତ

ତୁମ ପରି ସମସ୍ତେ  ପ୍ରତ୍ୟନ୍ତ ନୁହନ୍ତି ମୋ’ର

ନିଆରା ସକାଳର ଆଞ୍ଜୁଳାଏ ଖୁସି ମୋ’ର 

ତୁମେ ସ୍ଵାମୀ ନୁହେଁ ସଖା ସହୋଦର 

ତୁମେ ତୃପ୍ତିର ବଂଶୀ ସ୍ଵର। 

ତୁମେ ଚିର ପ୍ରତ୍ୟୟୀ 

ତୁମେ ସଜ୍ଞା,  ସ୍ଥିତି, ଅସ୍ମିତା ମୋର 

ତୁମେ ନିତ୍ୟ ସତ୍ୟ, ସୁଖର ଆସର 

ତୁମେ ପ୍ରତ୍ୟୟର ନଭଶ୍ଚୁମ୍ବୀ ପ୍ରାଚୀର। 

ତୁମେ ଏକ ଅବ୍ୟକ୍ତ ପ୍ରୀତିତତ୍ତ୍ଵ 

ତୁମେ ଆଶ୍ଵସ୍ତିବି, ମୋ’ର ଅସ୍ଥିତ୍ଵ,

ତୁମେ ସ୍ପ୍ବର୍ଶ ନୁହେଁ, ହୃଦୟର ସ୍ପନ୍ଦନ 

ଦେହ ଭିନ୍ନ କିନ୍ତୁ ଏକାକୀତ୍ବରେ ଏ ମନ ବିଲୀନ।  

ଛଳନା, ମାୟା, ମୋହ, ସ୍ଵାର୍ଥୀ ମଣିଷର ଭିଡରେ 

ଗଢିଛ ଅନେକ ତାଜମହଲ, ସମ୍ପର୍କର ଶତଦଳରେ  

ସୃଜନର ରୂପ କଳ୍ପରେ 

ଆମ ପ୍ରୀତିର ପ୍ରସ୍ତର ସବୁରେ। 

ଆଉ ଅଧିକ କ’ଣ ଲୋଡା ବିଳାସ 

ଅବାସ୍ତବ ଦୁନିଆର ଗହଳିରେ 

ପାସୋରି ଦେଇଛି ସହି ତୁମ ଛତ୍ର ଛାୟାରେ 

ବିଚ୍ଛେଦ କଷଣ, ମିଳନର ମଧୁରିମାରେ। 

ଅନସୂୟା  ପଣ୍ଡା

ଇଞ୍ଜିନିୟରିଂ କଲେଜ, ବୁର୍ଲା, ସମ୍ବଲପୁର, ଓଡିଶା, 768018,

Mob:-9439211971

Leave a Reply

Your email address will not be published. Required fields are marked *