୭୮ ତମ ସ୍ବାଧିନତା ଦିବସ ନିଆରା ଢଙ୍ଗରେ ପାଳନ କରିଛନ୍ତି ମିଶନ୍ ଜ୍ୟୋତି ଟ୍ରଷ୍ଟ୍

ପ୍ରବାହ ନ୍ୟୁଜ୍‌ : ମିଶନ ଜ୍ୟୋତି ଟ୍ରଷ୍ଟ ପ୍ରଥମ ଦିନରୁ ନଗଡ଼ା ର ନଗ୍ନ ଚିତ୍ର କୁ ହଟାଇବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିଲା ।ଆଉ କରୁଅଛି ମଧ୍ୟ।
ସ୍ବାଧୀନତା ଦିବସରେ ନଗଡ଼ା ର ତଳଡିହି ଏବଂ ତୁମୁଣୀ ରେ ଥିବା ସମସ୍ତ ଜନସାଧାରଣଙ୍କ ଉପସ୍ଥିତି ରେ ୭୮ ତମ ସ୍ବାଧିନତା ଦିବସ ର ପତାକା ଉତ୍ତୋଳନ କରିବା ସହ କୁନିକୁନି ପିଲାଙ୍କୁ ସେଉ,ବୁନ୍ଦି, ଚକୋଲେଟ୍, ବିସ୍କୁଟ ବଣ୍ଟନ କରିବା ସହ ସ୍ବାସ୍ଥ୍ୟ ଶିବିର ଏବଂ ବ୍ୟବହାର ଉପଯୋଗୀ ବସ୍ତ୍ର ପ୍ରଦାନ ର ଆୟୋଜନ ମଧ୍ୟ କରାଯାଇଛି।
ଏଥିସହ ସମସ୍ତ ପରିବାରକୁ ଔଷଧ, ସାବୁନ୍,ସର୍ଫ,ପାନିୟ ଜଳ ସଂଗ୍ରହ ନିମନ୍ତେ ପ୍ଲାଷ୍ଟିକ ବାଲ୍ଟି ମଧ୍ୟ ପ୍ରଦାନ କରାଯାଇଥିଲା।

ଏଣୁ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସମ୍ପୂର୍ଣ୍ଣ ରୂପେ ସମର୍ପଣ ଭାବ ରଖି ସାହାଯ୍ୟ ସହଯୋଗ କରି କାର୍ଯ୍ୟକ୍ରମ ଟି କୁ ସୁରୁଖୁରୁରେ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *