ଭାରତୀୟ ଖଣି ଇଂଜିନିୟର ସଂଘ ପକ୍ଷରୁ ଭୁବନେଶ୍ୱରରେ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜିତ

ଭୁବନେଶ୍ୱର: ଭାରତୀୟ ଖଣି ଇଞ୍ଜିନିୟର ସଂଘ (ଏମ୍‌ଇଏଆଇ) ପକ୍ଷରୁ ୨୦୨୨ ଏପ୍ରିଲ୍ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରଠାରେ ତୃତୀୟ ସର୍ବଭାରତୀୟ ପରିଷଦ ବୈଠକ ଆୟୋଜନ କରାଯାଇଛି । ପରିଷଦ ବୈଠକ ପରେ “ଖଣି ଓ ଖଣିଜ ବେନିଫିକେସନରେ ପ୍ରଯୁକ୍ତି ଓ ଡିଜିଟାଲ୍‌ରେ ଉନ୍ନତି’ ଶୀର୍ଷକ ଏକ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା ଯେଉଁଥିରେ ସରକାର ଓ ଶିଳ୍ପ ଅଂଶୀଦାରମାନଙ୍କ ତରଫରୁ ଖଣି ଓ ଖଣିଜ ପ୍ରକ୍ର୍ରିୟାକରଣରେ ନିକଟରେ ହୋଇଥିବା ଉନ୍ନତି ସମ୍ପର୍କିତ ଆଲୋଚନାରେ ଭଲ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।


ଏହି ସେମିନାରକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଇସ୍ପାତ, ଖଣି ଓ ପୂର୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଓଡ଼ିଶା ସରକାରଙ୍କ ଖଣି ନିର୍ଦେଶକ ଶ୍ରୀଯୁକ୍ତ ଦେବୀଦତ ବିଶ୍ୱାଳ, ଏମ୍‌ଇଏଆଇର ଜାତୀୟ ସଭାପତି ଶ୍ରୀଯୁକ୍ତ କେ ମଧୁସୂଦନ, ଉପସଭାପତି-୩ ତଥା ଟାଟା ଷ୍ଟିଲ୍‌ର ଉପସଭାପତି (କଂଚାମାଲ୍‌) ଶ୍ରୀଯୁକ୍ତ ଡି ବି ସୁନ୍ଦରରମଣ, ଟାଟା ଷ୍ଟିଲ ଓ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ଅଧ୍ୟକ୍ଷ ତଥା ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପଙ୍କଜ ସତିଜା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


ଏହି ଅବସରରେ ଅଭିଭାଷଣ ଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିଛନ୍ତି ଯେ, “ଖଣିକୁ ସୁରକ୍ଷିତ ଓ ଅଧିକ ଦକ୍ଷ କରିବାରେ କମ୍ପ୍ୟୁଟର ଭିଜନ ଓ ସେନ୍ସିଂ ଭଳି ଅନୁସନ୍ଧାନ ପ୍ରଯୁକ୍ତି ଠାରୁ ଆରମ୍ଭ କରି ଆକଳନ ଭିତିକ ନିରୀକ୍ଷଣ ବ୍ୟବସ୍ଥା ଭଳି ପ୍ରଯୁକ୍ତିକୁ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ ଓ ଏହା କର୍ମଚାରୀଙ୍କ ନିରାପତା ବଢ଼ାଇଥାଏ ଏବଂ ଇଟଂରନେଟ୍ ଅଫ୍ ଥିଙ୍ଗସ୍‌, ଏଆଇ ଓ ମେସିନ୍ ଲର୍ଣ୍ଣିଂ ନିମ୍ନ-ଗ୍ରେଡ୍‌ର ଗଚ୍ଛିତ ଖଣିଜରୁ ଅଧିକ ଦକ୍ଷ ଭାବେ ମୂଲ୍ୟ ବାହାର କରିବାର ମାଧ୍ୟମ ।’’


ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶା ସରକାରଙ୍କ ଖଣି ନିର୍ଦେଶକ ଶ୍ରୀଯୁକ୍ତ ଦେବିଦତ ବିଶ୍ୱାଳ କହିଛନ୍ତି ଯେ, “ଭାରତରେ ଏକ ଉତମ ଭାବେ ବିକଶିତ ଖଣି ଓ ଖଣିଜ ବେନିଫିକେସନ ଶିଳ୍ପର ଆବଶ୍ୟକତା ରହିଛି ଯାହା ଅର୍ଥନୈତିକ ପ୍ରଗତିର ମେରୁଦଣ୍ଡ କୁହାଯାଉଥିବା ବହୁ ଖଣିକୁ ଗୁରୁତ୍ୱପୂର୍ଣ୍ଣ କଂଚାମାଲ୍ ପ୍ରଦାନ କରୁଛି । ଖଣିରେ ପରିବର୍ତନ ହେଉଥିବା ପ୍ରଯୁକ୍ତିକୁ ଓଡ଼ିଶା ସରକାର ସ୍ୱାଗତ ଓ ଗ୍ରହଣ କରୁଛନ୍ତି ଏବଂ ରାଜ୍ୟରେ ଆଇ୩ଏମ୍‌ଏସ୍ ଭଳି ବୈପ୍ଳବିକ ବ୍ୟବସ୍ଥା ଲାଗୁ କରିଛନ୍ତି ।
ଏହି ଅବସରରେ ଶ୍ରୀଯୁକ୍ତ କେ ମଧୁସୁଦନ କହିଛନ୍ତି ଯେ, “ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ତରରେ କଂପାନି, ଖଣି ଗୋଷ୍ଠୀ ଓ ସରକାରଙ୍କ ମଧ୍ୟରେ ଏମ୍‌ଇଏଆଇ ସେତୁ ଭାବେ କାର୍ଯ୍ୟ କରିବାକୁ ଉଦ୍ୟମ କରୁଛି । ଆଗାମୀ ଦିନରେ ଦକ୍ଷତା ଗଠନ ଏମ୍‌ଇଆଇଏର ଏଜେଣ୍ଡାର ଶୀର୍ଷରେ ରହିବ ।’’


ଶ୍ରୀଯୁକ୍ତ ସୁନ୍ଦର ରମଣ କହିଛନ୍ତି ଯେ, “ନିରାପତା, ପରିବେଶ ଓ ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ବିଗତ ବର୍ଷଗୁଡ଼ିକରେ ଖଣିରେ ପ୍ରଯୁକ୍ତିକୁ ବ୍ୟବହାର କରିବା ଉଲ୍ଲେଖନୀୟ ଗୁରୁତ୍ୱ ହାସଲ କରିଛି । ସମ୍ମିଳନୀ ପାଇଁ ଚୟନ କରାଯାଇଥିବା ବିଷୟ ବେଶ ଉପଯୋଗୀ କାରଣ ଏହା ଖଣି କ୍ଷେତ୍ରରେ ସଦ୍ୟତମ ଡିଜିଟାଲ୍ ଓ ପ୍ରଯୁକ୍ତି ବିକାଶକୁ ଉପସ୍ଥାପନ କରିବ ।’’


ଶ୍ରୀଯୁକ୍ତ ପଙ୍କଜ ସତିଜା କହିଛନ୍ତି ଯେ, “ଓଡ଼ିଶାରେ ଖଣି ଶିଳ୍ପ ସମୃଦ୍ଧ ହେଉଥିବାର କାରଣ ହେଉଛି ଓଡ଼ିଶା ସରକାରଙ୍କ ତରଫରୁ ପ୍ରଗତିଶୀଳ ନୀତି ଓ ଶିଳ୍ପକୁ ସହାୟତାର ହାତ ବଢ଼ାଇବା ଉଦ୍ୟମ । ବହୁ ପରୁଣା ଓ ଉଦୀୟମାନ କ୍ଷେତ୍ରରେ ଖଣିଜର ବର୍ଦ୍ଧିତ ପ୍ରୟୋଗ ସହ ନୂତନ ପ୍ରଯୁକ୍ତି ଯୋଗୁଁ ଆମେ ଏକ ଉଲ୍ଲେଖନୀୟ ପରିବର୍ତନ ଆଶା କରୁଛୁ ଯାହା ଭବିଷ୍ୟତରେ ଖଣିଜର ଉତ୍ପାଦନ ଓ ବ୍ୟବହାରର ଉପାୟକୁ ବଦଳାଇ ଦେବ ।’’


ଏହି କାର୍ଯ୍ୟକ୍ରମରେ ନୀତି ନୀର୍ଧାରକ, ସରକାରଙ୍କ ପ୍ରତିନିଧି, ଖଣି କଂପାନି ଓ ବିଭିନ୍ନ ରାଜ୍ୟର ଏମ୍‌ଇଏଆଇର ପ୍ରତିିନିଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


ସାରା ଖଣିରେ ଦ୍ରୁତ ଓ ନୂତନ ଡିଜିଟାଲ୍ ନବସୃଜନ ଯୋଗୁଁ ଆସିଥିବା ବ୍ୟାପକ ପ୍ରଯୁକ୍ତି ଓ ଅର୍ଥନୈତିକ ଉନ୍ନତି, ଏହି କ୍ଷେତ୍ରରେ ବିଭିନ୍ନ ଡିଜିଟାଲ୍ ଅଭିଯାନର ପ୍ରଭାବ ଆକଳନ, ଶିଳ୍ପ ଓ ବୃହତର ସମାଜ ପାଈଁ ତାହା ସୃଷ୍ଟି କରିବାକୁ ଥିବା ମୂଲ୍ୟର ପରିମାଣ, ଡିଜିଟାଲ୍ ନବସୃଜନ ଯାହା ଖଣି ଓ ଧାତବ ଶିଳ୍ପ, ଏହାର ଗ୍ରାହକ ଏବଂ ବୃହତର ସମାଜ ଇତ୍ୟାଦି ପାଇଁ ସୃଷ୍ଟି କରିବାକୁ ଥିବା ମୂଲ୍ୟ ପାଇଁ ରହିଥିବା ସୁଯୋଗ ଆଦି ଜରିଆରେ ପ୍ରଭାବଶାଳୀ ନିଷ୍ପତି ଗ୍ରହଣ ଉପରେ ଆଲୋଚନା କରାଯାଇଥିଲା ।
ଏପ୍ରିଲ୍ ୨୩ରେ ଭାରତୀୟ ଖଣି ଇଞ୍ଜିନିୟର ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ଓ ନୂତନ ଆର୍ଥିକ ବର୍ଷର ସମ୍ଭାବନା ବିଷୟରେ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *