ସ୍ବେଛାସେବୀ ସଙ୍ଗଠନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଭଦ୍ରକ : ୨୯/୮(ପ୍ରବାହ ନିଉଜ୍) ସ୍ଥାନୀୟ ସୂର୍ଯ୍ୟଶିଖା କ୍ଲବ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଭଦ୍ରକର ଅଗ୍ରଣୀ ସ୍ବେଚ୍ଛlସେବୀ ସଙ୍ଗଠନ ମାଆ ତାରିଣୀ ଏଣ୍ଟ୍ରର ପ୍ରାଇଜର୍ସ ଏବଂ ଜେନେକ୍ସ ଭିଜନ ସେଣ୍ଟର ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରକୁ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ll ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ଚକ୍ଷୁ ରୋଗୀଙ୍କର ଉପଯୁକ୍ତ ଚିକିତ୍ସା କରାଇଵା ସହ ସଙ୍ଗଠନ ପକ୍ଷରୁ ରୋଗୀଙ୍କୁ ମାଗଣା ଔଷଧ ଓ ଚଷମା ବଣ୍ଟନ କରାଯାଇଥିଲା l ସ୍ବେଛାସେବୀ ସଙ୍ଗଠନର ସମ୍ପାଦକ ଶାନ୍ତନୁ କୁମାର ଜେନା ଏବଂ ସଭାପତି ଅତୁଲ୍ୟ ନାୟକଙ୍କ ପୌରହିତରେ ଅନୁଷ୍ଠିତ ଏହି ଶିବିରରେ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ରୋଗୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l