କିଟ୍‍ ଓ କିସରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ

ଭୁବନେଶ୍ୱର, ୨୯ ।୮: କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‍ ଷ୍ଟାଡିଅମଠାରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅଲିମ୍ପିଆନ୍‍ ତଥା କିଟ୍‍ ଛାତ୍ର ଅମିତ ରୋହିଦାସ, କିଟ୍‍ ଛାତ୍ରୀ ଲିଲିମା ମିଞ୍ଜ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଭାରତୀୟ କ୍ରୀଡ଼ାର ଗୌରବ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଆଜିର ଦିବସ ପରିପ୍ରେକ୍ଷୀରେ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅତିଥିମାନେ ଉପସ୍ଥିତ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି, କୋଚ, ଭାରତୀୟ ବାୟୁସେନା ପକ୍ଷରୁ କିଟ୍‍ରେ ରହି ଅଭ୍ୟାସ ଜାରି ରଖିଥିବା ଜାତୀୟ ଭଲିବଲ ଦଳ, ଓଡ଼ିଶା ରଗ୍‍ବୀ ଦଳ, ରାଜ୍ୟ ଖୋ ଖୋ ଦଳ, ତୀରନ୍ଦାଜୀ ଦଳ ଏବଂ କିଟ୍‍ ଓ କିସ୍‍ର କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ପରେ ବିଭିନ୍ନ ଦଳ ଦ୍ୱାରା ହକି, ରଗ୍‍ବୀ, ଖୋ ଖୋ, ଭଲିବଲ୍‍, ତୀରନ୍ଦାଜୀ, ସନ୍ତରଣ ଆଦି କ୍ରୀଡ଼ା ଆୟୋଜନ କରାଯାଇଥିଲା ।

ସଂଧ୍ୟାରେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଶିବପାଲ୍‍ ସିଂହ, ଅମିୟ ମଲ୍ଲିକ୍‍, ସ୍ପନ୍ଦନ ରଥ, ଅମିତ ରୋହିଦାସ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, କନିଷ୍ଠ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ୍‍ ଭିକ୍ଟର ମିଞ୍ଜ, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ, ସଟଲର ଶ୍ୱେତପର୍ଣ୍ଣା ପଣ୍ଡା, ଋତୁପର୍ଣ୍ଣା ପଣ୍ଡା, ଋତୁପର୍ଣ୍ଣା ଚୌଧୁରୀ, ସିନିମୋଲ୍‍ ପାଲୋଜ ପ୍ରମୁଖଙ୍କୁ ସେମାନଙ୍କ ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed