ପୁଣି ଗଣିତ ପ୍ରଶ୍ନପତ୍ର ଲିଗ୍ : ‘ଭାଇରାଲ ହୋଇଥିବା ସମାନ ପ୍ରଶ୍ନପତ୍ର ପରୀକ୍ଷାରେ ପଡିଥିଲା’

ଭୁବନେଶ୍ୱର,ପ୍ରବାହ ନ୍ୟଜ୍‌: ୨୬। ୨: ଦଶମ ପରୀକ୍ଷାରେ ପୁଣି ସାମ୍ନାକୁ ଆସିଲା ଅନିୟମିତତା । ସୋମବାର ଗଣିତ ପରୀକ୍ଷା ଥିଲା ବେଳେ ପରୀକ୍ଷା ସରିବାର ଯଥେଷ୍ଠ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଉତ୍ତର ସହିତ ଘୂରିବୁଲୁଥିବାରୁ କେଉଁ ଅଞ୍ଚଳରୁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ”ଭାଇରାଲ ହୋଇଥିବା ସମାନ ପ୍ରଶ୍ନପତ୍ର ପରୀକ୍ଷାରେ ପଡିଥିଲା ।” c ଓ d ସେଟ୍‌ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଥିବା ସେମାନେ କହିଥିଲେ । ପରୀକ୍ଷା ହଲ୍‌ରୁ ବାହାରିବା ପରେ ପ୍ରଶ୍ନପତ୍ର ଲିକ୍ ଖବର ଶୁଣି ଚିନ୍ତା ପ୍ରକଟ କରିଛନ୍ତି ପରୀକ୍ଷାର୍ଥୀ । ଏହାକୁ ନେଇ ସେମାନେ କହିଛନ୍ତି ଯେ, ଏହା ଚାପ ପକାଉଛି ଯେଉଁଠି ହୋଇଛି ସେଠି କାର୍ଯ୍ୟାନୁଷ୍ଠାନ ହେଉ ।
ତେବେ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡର ଖଣ୍ଡନ କରିଛି । ବୋର୍ଡ ସଭାପତି ଓ ଉପସଭାପତି ଏହି ଖବରକୁ ଖଣ୍ଡନ କରି କହିଛନ୍ତି ୧୧ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ବାହାରକୁ ଆସିଛି । ଏହା ପୂର୍ବରୁ ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ । ତେଣୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ ବୋଲି କହିଛନ୍ତି ବୋର୍ଡ ଉପସଭାପତି

Leave a Reply

Your email address will not be published. Required fields are marked *