କଂଗ୍ରେସ ଦଳରେ ଯୋଗ ଦେଲେ ବହୁ ବିଜେଡି ନେତା

ବଲାଙ୍ଗିର – ଆଜି ବଲାଙ୍ଗିର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଲାଙ୍ଗିର ପୌରାଂଚଳ, ଦେଓଗାଁ ବ୍ଲକ ଏବଂ ସଦର ବ୍ଲକ ର ବହୁ ବିଜେଡି ନେତା ଓ କର୍ମୀ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମରେ ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ ଚାଲୁଥିବା ବିକାଶମୂଖି କାର୍ଯ୍ୟ ଏବଂ କଂଗ୍ରେସ ବିଧାୟକ ଦଳ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବଳିଷ୍ଠ ନେତୃତ୍ୱରେ ଆକୃଷ୍ଠ ହୋଇ ସେମାନେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ବିଧାୟକ ଶ୍ରୀ ମିଶ୍ର ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଫଳରେ ବଲାଙ୍ଗିର ରେ କଂଗ୍ରେସ ଦଳ ଆହୁରି ମଜବୁତ ହେବା ସହ ବିକାଶ ତ୍ୱରାନ୍ୱିତ ହେବ । କଂଗ୍ରେସ ଦଳରେ ଯୋଗ ଦେଇଥିବା ପ୍ରାୟ ୮୦ ରୁ ୧୦୦ ଜଣ ଦେଓଗାଁ ବ୍ଲକ, ସଦର ବ୍ଲକ ର ବିଭିନ୍ନ ଗାଁ ଯଥା ରାମଚନ୍ଦ୍ର ପୁର, ପାଣ୍ଡେଲ, ଚିକଲବାହାଲ, ମାୟାବର୍ହା ଏବଂ ବଲାଙ୍ଗିର ପୌରାଞ୍ଚଳର ବିଭିନ୍ନ ୱାର୍ଡର ନେତା ଓ କର୍ମୀମାନେ ହେଲେ ପ୍ରକାଶ ଭୋଇ, ସୁରେଶ ବଢିଆ, ପ୍ରଦିପ କୁମାର ଭୋଇ, ହେମନ୍ତ କୁମାର କୁଅଁର, କେଦାର ବିଶ୍ୱାଲ, ରଂଜିତା ଭୋଇ, ଧଇଁ ବେରିଆ, ପଦ୍ମାବତି, ପଦ୍ମିନୀ ସାହୁ, କୁବେର ମେହେର, ହୃଷିକେଶ ମେହେର, ମାୟାଧର କୁମ୍ଭାର, ହରି ମେହେର, ଶଶିକାନ୍ତ ରାଉତ, ଆର‌୍ୟନ ମେହେର, ସୁଦାମ ଭୋଇ, ପୁରୁଷୋତ୍ତମ ନାୟକ, କୃଷ୍ଣ ତାଣ୍ଡି, ଭୋଜରାମ ମହାନନ୍ଦ, ଅକ୍ଷୟ ସୁନା, ଭୋଲା ମହାନନ୍ଦ, ନବଦିପ, ନାରାୟଣ ଗଡତ୍ୟ, ସଂଜିତ ବେହେରା, ଶୁଭେନ୍ଦୁ ଦାଶ, ପରମା ପୁଟେଲ, ରଂଜିତ ସାହୁ, ବିନ୍ଦୁ ନାଗ, ଶ୍ରୀପତି ସେଠ, ବାମଦେବ ଷାଣ୍ଢ, ତିର୍ଥ କର୍ମୀ, କଲାକାହ୍ନୁ ଦତ୍ତ, ଶୁକାନ୍ତ ତରାଇ, ପତିତପାବନ ପୋଡଙ୍କ ସହ ଅନ୍ୟାନ୍ୟ ସହଯୋଗୀ ।

Leave a Reply

Your email address will not be published. Required fields are marked *