ଭବିଷ୍ୟତର ଆବଶ୍ୟକତା ସହ ଖାପ ଖୁଆଇବା ପାଇଁ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କୁ ନିଜର ଦକ୍ଷତାକୁ ବୃଦ୍ଧି କରିବା ଆବଶ୍ୟକ

ଭୁବନେଶ୍ୱର , ୦୪/ ୦୩ : ଶିଳ୍ପ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଅନେକ ପରିବର୍ତନ ହେଉଥିବା ବେଳେ ଭବିଷ୍ୟତର ମ୍ୟାନେଜରମାନେ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ନିଜର ଦକ୍ଷତାକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଶୁକ୍ରବାର ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି ।

ଇଣ୍ଡଷ୍ଟ୍ରୀ ୪.୦ ନୂଆ ଆବଶ୍ୟକତା ଏବଂ ଅଭିନବ ଜ୍ଞାନ କୌଶଳ ସମ୍ମିଳିତ ହେଉଥିବା ବେଳେ ଆଗାମୀ ମ୍ୟାନେଜରମାନେ ଚାକିରି ସହିତ ଖାପ ଖୁଆଇବା ନିମନ୍ତେ ନିଜର ଦକ୍ଷତାକୁ ବୃଦ୍ଧି କରାଇବାର ଆବଶ୍ୟକତା ରହିଛି ବୋଲି ଦୈନିକ ଇଂରାଜୀ ସମ୍ବାଦ ପତ୍ର ‘ପଲିଟିକାଲ୍ ଆଣ୍ଡ ବିଜିନେସ୍ ଡେଲି’ର ଆବାସିକ ସମ୍ପାଦକ ଶ୍ରୀ ବିଜୟ ପ୍ରତାପ ମିଶ୍ର କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିସ୍‌ର ଦୁଇ ଦିନିଆ ବାର୍ଷିକ ଉତ୍ସବ “କନ୍‌ଭରଜେନ୍ସ – ୨୦୨୩” ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ମିଶ୍ର ।
ପ୍ରଥମ ଓ ଦ୍ୱିତୀୟ ଶିଳ୍ପ ବିପ୍ଳବ ସମୟରେ ଭାରତ ବିଫଳ ହୋଇଥିଲା କାରଣ ସେତେବେଳେ ବ୍ରିଟିଶ ଶାସନାଧିନ ଥିଲା ଏବଂ ବିଜୁଳିର ଅଭାବ ଥିଲା । କିନ୍ତୁ ତୃତୀୟ ଶିଳ୍ପ ବିପ୍ଳବ ସମୟରେ ଭାରତର ଜନସଂଖ୍ୟା ଶିକ୍ଷିତ ହୋଇଯାଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ବର୍ତମାନ ଦେଶର ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ କାର୍ଯ୍ୟ କରିବା ନିମନ୍ତେ ଓ ଜ୍ଞାନ କୌଶଳ ସହିତ ଖାପ ଖୁଆଇବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଦକ୍ଷ ହେବାକୁ ପଡ଼ିବ ବୋଲି ସେ କହିଥିଲେ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଆମ୍ରି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ସିଦ୍ଧାର୍ଥ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ । ସେ କହିଥିଲେ ଯେ ସଫଳତା ଆକସ୍ମିକ ମିଳେ ନାହିଁ ଏହାକୁ ହାସଲ କରିବା ନିମନ୍ତେ କଠିନ ପରିଶ୍ରମ କରିବାକୁ ହେବ ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରପେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆଇବିସିଏସ୍‌ର ପ୍ରଫେସର ଅୟସକାନ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ଡକ୍ଟର ସରଜୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *