ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର

ନୂଆଦିଲ୍ଲୀ / ଭୁବନେଶ୍ବର : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଜାତୀୟ ପତାକା ପାଇଁ ଦୀର୍ଘ ଆଇନଗତ ସଂଗ୍ରାମ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ରାଜନୀତି, ଶିଳ୍ପ, ଶିକ୍ଷା ଏବଂ ପୋଲୋ ଓ ସୁଟିଙ୍ଗ (ବନ୍ଧୁକ ଚାଳନା) ଭଳି କ୍ରୀଡାକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିବା ଶ୍ରୀ ନବୀନ ଜିନ୍ଦଲ ଦୁଇ ଦିନ ତଳେ ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଜିନ୍ଦଲ ଏହି କଲେଜର ପୂର୍ବତନ ଛାତ୍ର ଏବଂ ସେଠାରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଛନ୍ତି । ଏହି ପ୍ରତିଭାବାନ ଛାତ୍ରଙ୍କ ସଫଳତା ପାଇଁ ହଂସରାଜ କଲେଜ ପକ୍ଷରୁ ତାଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ୟୋଗେଶ ସିଂହ ଓ ହଂସରାଜ କଲେଜର ଅଧ୍ୟକ୍ଷ ପ୍ରଫେସର ରମା ଏହି ପୁରସ୍କାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଜଗଦୀପ ଧନଖଡ  ତିରଙ୍ଗାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଶ୍ରୀ ନବୀନ ଜିନ୍ଦଲ ତାଙ୍କ ଲକ୍ଷ୍ୟରେ ଏତେ ଉତ୍ସର୍ଗୀକୃତ ଯେ ବର୍ଷକୁ ୩୬୫ ଦିନ ତ୍ରିରଙ୍ଗା ଉଡ଼ାଇବା କରିବାର ଅଧିକାର ଭାରତୀୟଙ୍କୁ ଦେବା ପାଇଁ ସେ ଏହି ମାମଲାକୁ ସୁପ୍ରିମ୍ କୋର୍ଟକୁ ନେଇଥିଲେ ।

ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ସେ ସୈନିକ ସ୍କୁଲ-ଚିତ୍ତୋଡଗଡ଼ର ଛାତ୍ର । ଏହାର ଛାତ୍ରସଙ୍ଘ ତାଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନଙ୍କ ସ୍କୁଲରେ ମଧ୍ୟ ନବୀନ ଜିନ୍ଦଲ ଏକ ବିଶାଳ ଜାତୀୟ ପତାକା ଲଗାନ୍ତୁ । ସେ ସେମାନଙ୍କୁ ଆଶ୍ଵାସନା ଦେଇଥିଲେ ଯେ, ଯେତେବେଳେ ସେ ନବୀନ ଜିନ୍ଦଲଙ୍କ କଲେଜ ହଂସରାଜ କଲେଜକୁ ଯିବେ ସେତେବେଳେ ସୈନିକ ସ୍କୁଲ-ଚିତ୍ତୋଡଗଡ଼ରେ ଏକ ବିଶାଳ ଜାତୀୟ ପତାକା ଲଗାଇବା ପାଇଁ ତାଙ୍କୁ ଅନୁରୋଧ କରିବେ ।

ଏହି ଅବସରରେ ଉପରାଷ୍ଟ୍ରପତି କହିଥିଲେ ଯେ ଶ୍ରୀ ନବୀନ ଜିନ୍ଦଲଙ୍କ ଭଳି ବିଦ୍ୟାର୍ଥୀ ହଂସରାଜ କଲେଜର ମହତ୍ତ୍ୱ କ’ଣ ତାହା ସମ୍ପୂର୍ଣ୍ଣ ରୂପେ ପ୍ରତିପାଦିତ କରିବାରେ ସକ୍ଷମ ହୋଇଛନ୍ତି । ଦେଶରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ନବୀନ ଜିନ୍ଦଲଙ୍କ ପ୍ରୟାସକୁ ସେ ମଧ୍ୟ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମ ସଂଯୋଜକ ଡ.ପ୍ରଭାଂଶୁ ଓଝା କହିଛନ୍ତି ଯେ ହଂସରାଜ କଲେଜ ନବୀନ ଜିନ୍ଦଲଙ୍କ ଅତ୍ୟନ୍ତ ପ୍ରିୟ ଏବଂ ଏହି କଲେଜକୁ ସହାୟତା ସେ ସର୍ବଦା ପ୍ରସ୍ତୁତ ।

ଉଲ୍ଲେଖଯୋଗ୍ୟ ଯେ , ନବୀନ ଜିନ୍ଦଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ ତିରଙ୍ଗା ପାଇଁ ତାଙ୍କର ପ୍ରୟାସ ଓ ସଂଘର୍ଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା ତାଙ୍କ ପାଇଁ ଗର୍ବର ବିଷୟ। ତିରଙ୍ଗା କେବଳ ଆମକୁ ଏକାଠି କରେ ନାହିଁ ବରଂ ଆମକୁ ଦେଶ ନିର୍ମାଣରେ ଯୋଗଦାନ କରିବାକୁ ପ୍ରେରଣା ଦେଇ ଥାଏ ।

Leave a Reply

Your email address will not be published. Required fields are marked *