ଷଷ୍ଠ ରଜନୀରେ ମହାନଗର ମହୋତ୍ସବ,ବ୍ରହ୍ମପୁର ସ୍କେଟିଂ ଏକାଡେମୀ ର ଛାତ୍ରଛାତ୍ରୀଙ୍କ କମାଲ

ବ୍ରହ୍ମପୁର – ମହାନଗର ମହୋତ୍ସବ ଶନିବାର ଷଷ୍ଠ ରଜନୀରେ ପହଞ୍ଚିଛି। ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଶିକ୍ଷାବିତ ତଥା ସାମନ୍ତରାୟ ଏକାଡେମିର ନିର୍ଦ୍ଧେଶକ ଦେବେଶ୍ ସାମନ୍ତରାୟ ଦଳେଇ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବ୍ରହ୍ମପୁର ସହର ଏଭଳି ଏକ ସହର ଯେଉଁଠାରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ପ୍ରତିଭାବାନ ବ୍ୟକ୍ତିତ୍ଵ ଭଳି ମହାନ୍ ପୁରୁଷଙ୍କୁ ଦେଶ ଓ ରାଜ୍ୟକୁ ଦେଇଛି । ଯାହାକି ବ୍ରହ୍ମପୁର ପାଇଁ ଗୌରବର ବିଷୟ । ଏହାସହ ବ୍ରହ୍ମପୁର ସହର ଏକ କଳା, ସଂସ୍କୃତିର ସହର ହୋଇଥିବାବେଳେ ମହାନଗର ମହୋତ୍ସବ ପାଇଁ କଳାକାରଙ୍କ ପାଇଁ ଏକ ମାଧ୍ୟମ ସାଜିଥିବା ମତ ପ୍ରକାଶ କରିଥିଲେ ।

ଏହାସହ ଖଲ୍ଲିକୋଟ କଲେଜ ପଡ଼ିଆରୁ ହିଁ ଦେଶ ପାଇଁ ହଜାର ହଜାର ବୀର ଯବାନ ସୃଷ୍ଟି ହୋଇ ମାଟି ମାଁ ପାଇଁ ସମର୍ପିତ ହୋଇଥିବା କହିଛନ୍ତି । ସେହିଭଳି ସମ୍ମାନିତ ଅତିଥି ରୂପେ ଯୁବ ଉଦ୍ୟୋଗୀ ତଥା ସମାଜସେବୀ ଭଗବାନ ପାତ୍ର, ନନ୍ଦିଘୋଷ ଟିଭି ର ଭୁବନେଶ୍ୱର ପ୍ରତିନିଧି ଶକ୍ତିଧର ରାଜଗୁରୁ, ସାମ୍ବାଦିକ ରାଜେଶ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଧୂଜ ସାହୁ, ସାମ୍ବାଦିକ ଶିବ ନାରାୟଣ ପଣ୍ଡା ମହିଳା ବିଜେଡ଼ି ନଗର ଉପସଭାନେତ୍ରୀ ଶ୍ୱେତପ୍ରଜ୍ଞା ପଟ୍ଟନାୟକ, ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ, ବରିଷ୍ଠ ସାମ୍ୱାଦିକ ଡ.ଜଗନ ମୋହନ ମହାପାତ୍ର, ମହୋତ୍ସବ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପ ସଭାପତି ମିହିର ତ୍ରିପାଠୀ, ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା, ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।

ଏହି ଅବସରରେ ମହାନଗର ମହୋତ୍ସବ ଏକାଦଶ ସନ୍ଧ୍ୟାରେ ଓଡ୍ର ସାହିତ୍ୟ ସଂସଦର ସ୍ୱତନ୍ତ୍ର ସାରସ୍ୱତ ସନ୍ଧ୍ୟା ଶକ୍ତିରୁପେଣ ସଂସ୍ଥିତା ଆୟୋଜିତ ହେଇ ଯାଇଛି । କୁକୁଡାଖଣ୍ଡି ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବି ମୁଖ୍ୟଅତିଥି, ମୁଖ୍ୟବକ୍ତା ଶ୍ରୀମତୀ ସୁଜାତା ମହାପାତ୍ର, ସମ୍ମାନିତବକ୍ତା ଶ୍ରୀମତୀ ସଂହିତା ମହାନ୍ତି, ଶ୍ରୀମତୀ ଭବାନୀ ରାଣୀ ଦାଶ, ଶ୍ରୀମତୀ ରଜନୀ ରାଣୀ ମୁନୀ । କବିତା ଆସର କବୀ ସୁଜାତା ଶତପଥୀ ଓ ସୁଧାଞ୍ଜଳି ମିଶ୍ର ସଂଯୋଜନା କରିଥିଲେ । କଵୀ ଶ୍ରୀମତୀ ଅଞ୍ଜଳୀ ଦାଶ, କବୀ ଭାଗ୍ୟଲକ୍ଷ୍ମୀ ମହାରଣା,ଡ଼. ବିଷ୍ଣୁ ପ୍ରିୟା ପଣ୍ଡା ଙ୍କୁ ସମ୍ମାନୀତ କରାଯାଇଥିଲା I ସୁଶ୍ରୀ ଜସ୍ମିନ ମହାନ୍ତି ସଙ୍ଗୀତ ଓ ସୁଶ୍ରୀ ଜହ୍ନବୀ ପଣ୍ଡା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ I ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ରଜନୀ କାନ୍ତ ପାଢ଼ୀ, ମୁଖ୍ୟ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଷଢଙ୍ଗୀ ଓ ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର ବକ୍ତବ୍ୟ ରଖିଥିଲେ I ଷଷ୍ଠ ସାଂସ୍କୃତିକ ସନ୍ଧ୍ୟାରେ ସକାଳ ଓ ନନ୍ଦିଘୋଷ ଗ୍ରୁପ ପକ୍ଷରୁ ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବ୍ରହ୍ମପୁର ସ୍କେଟିଙ୍ଗ ଏକାଡେମୀକୁ ସକାଳ ସମ୍ମାନ ବିଜେତା ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଟି.ଏଫ୍. ଆଈ ଫେଶନ ଇସୁ, ବ୍ରହ୍ମପୁର ସ୍କେଟିଙ୍ଗ ଏକାଡେମୀ, କଳାଞ୍ଜଳୀ ଆର୍ଟୀଷ୍ଟ୍ରୀ, ଉତ୍କଳିକା ନୃତ୍ୟ ଅନୁଷ୍ଠାନ, ମୂର୍ଚ୍ଛ୍ନାନୁ କଳାକେନ୍ଦ୍ର, ଅନିରୁଦ୍ଧ ଡେନ୍ସ କ୍ଲାସ, ଆକାଂକ୍ଷା ଡେନ୍ସ ଗ୍ରୁପ୍ ଓ ଆନ୍ଧ୍ରପ୍ରଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ସାଇରାମ ଆନିମ୍, ଅଭିନାଶ ବନମାଳୀ ପ୍ରମୁଖଙ୍କ ପକ୍ଷରୁ କଳାକାରଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କମିଟି ସଦସ୍ୟ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ଅନନ୍ତ ରାମ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *