ମହାନ୍ ସଂଘ ସଭାପତି ଙ୍କ ମାତୃ ବିୟୋଗ

ବ୍ରହ୍ମପୂର୍ : ହିଲ ପାଟଣା ବିଶିଷ୍ଟ ସମାଜ ସେବିକା ଶ୍ରୀମତୀ କନକ କୁମାରୀ ସାବତ ଙ୍କ ଆଜି ସକାଳ ୧୧.30 ସମୟ ରେ ନିଜ ବାସ ଭବନରେ ହୁର୍ଦ୍ ଘାତ ରେ ଦେହ ତ୍ୟାଗ କଲେ।ଶ୍ରୀମତୀ ସାବତ ଟାଟା କୋଲନୀ ସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ର ଟ୍ରଷ୍ଟି ଥିଲେ। ଶ୍ରୀମତୀ ସାବତ ଶାସନ ଆମ୍ବଂଗାଁ ନିବାସୀ ବିଶିଷ୍ଟ ସମାଜ ସେବୀ ସ୍ୱର୍ଗତ ଅର୍ଜୁନ ସାବତ ଙ୍କ ପୁତ୍ର ବଧୂ ତଥା ବିଶିଷ୍ଟ ପରିବେଶ ବିତ ସ୍ୱର୍ଗତ୍ ଅଚ୍ୟୁତ ରାମ ସାବତ ଙ୍କ ଧର୍ମ ପତ୍ନୀ ଅଟନ୍ତି। ଶ୍ରୀମତୀ ସାବତ ଙ୍କ ଶେଷ ସମୟ ରେ ଚାରି ପୁତ୍ର ଶ୍ରୀ ସୁବାଷ ଚନ୍ଦ୍ର ସାବତ, ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ଶ୍ରୀ କୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ଚନ୍ଦ୍ର ସାବତ, ଜାମାତା ଡ ବିନୋଦ ସାବତ, କନ୍ୟା ଶ୍ରୀମତୀ ଅଲକା ସାବତ , ପୁତ୍ରବଧୂ ଶ୍ରୀମତୀ ରଶ୍ମିତା ସାବତ, ଶ୍ରୀମତୀ ସୁନୀତା ସାବତ ଙ୍କ ସମେତ୍ ନାତି ନାତୁଣୀ ଉପସ୍ଥିତ ଥିଲେ। ଆଜି ଶାସନ ଆମ୍ଭାଗା ନିକଟସ୍ତ ଋଷିକୂଲ୍ୟା ମୁହାଣ ରେ ସେଶକୃତ୍ୟ ସଂପନ୍ନ ହେବ। ବାସ୍ ଭବନ ରେ ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ, ଶ୍ରୀ ସୁବାସ ମହାରଣା, ପୂର୍ବତନ ମେୟର ଶ୍ରୀ ଶିବ ଶଙ୍କର ଦାସ, ଗଞ୍ଜାମ ବାର ଏଶୋଶିୟେଶନ ସଭାପତି ଶ୍ରୀ ନୟନ ମହାପାତ୍ର ଙ୍କ ସମେତ୍ ବହୁ ଅନୁଷ୍ଠାନ ର ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତିତ୍ଵ , ମହାନ୍ ସଂଘ ସଦସ୍ୟ ସଦସ୍ୟା ଅଞ୍ଚଳ ବାସି ଗ୍ରାମବାସୀ ବାସଭବନରେ ସେଷ ଦର୍ଶନ କରିଥିଲେ। ଶ୍ରୀମତୀ ସାବତ ଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *