ଏଲଭିପିଇଆଇ ପକ୍ଷରୁ ମାୟୋପିଆକୁ ଦୂର କରିବା ପାଇଁ ସଚେତନତା ଅଭିଯାନ

ପିଲାମାନଙ୍କ ମଧ୍ୟରେ ମାୟୋପିଆ (ସମୀପ ଦୃଷ୍ଟିଦୋଷ)ର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସେଥିପାଇଁ ଡାକ୍ତରମାନେ କମ୍ପ୍ୟୁଟର ତଥା ମୋବାଇଲ୍ ର କମ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି

ଭୁବନେଶ୍ୱର : ମାୟୋପିଆ କିମ୍ବା ସମୀପ ଦୃଷ୍ଟିଦୋଷ ଦ୍ୱାରା ଆମର ଚକ୍ଷୁ ଆଲୋକକୁ ସଠିକ୍ ଭାବରେ ଫୋକସ କରିପାରେ ନାହିଁ ଏବଂ ଦୂର ବସ୍ତୁଗୁଡ଼ିକ ଝାପସା ଦେଖାଯାଏ । ମାୟୋପିଆ ରୋଗର କେତେକ ପ୍ରାରମ୍ଭିକ ଲକ୍ଷଣ ହେଉଛି – ପିଲାମାନେ ଦୂର ବସ୍ତୁଗୁଡ଼ିକ ଦେଖିବା ପାଇଁ ଆଖିକୁ ଚାପି ଦେବା କିମ୍ବା ଟେରେଇ କରି ଦେଖିବା, ମୁଣ୍ଡବିନ୍ଧା ହେଉଥିବା କୁହନ୍ତି ଏବଂ ଦୃଷ୍ଟିଶକ୍ତିରେ ବାରମ୍ବାର ପରିବର୍ତନ ହେବା । ମାୟୋପିଆ ଥିବା ପିଲାମାନେ ପ୍ରାୟତଃ ବିଦ୍ୟାଳୟରେ ବ୍ଲାକବୋର୍ଡ ପଢିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ବହି କିମ୍ବା କୌଣସି ଜିନିଷକୁ ଦେଖିବା ପାଇଁ ସେମାନଙ୍କ ମୁହଁର ଅତି ପାଖରେ ଧରନ୍ତି । ସେହିପରି ଅତି ନିକଟରୁ ଟିଭି ଦେଖନ୍ତି ଇତ୍ୟାଦି ।

ବର୍ତମାନ ଛୋଟ ପିଲାମାନଙ୍କ ପାଇଁ କୋଭିଡ୍‌-୧୯ ମହାମାରୀ ସହିତ ଡିଜିଟାଲ୍ ବ୍ୟବହାର ବୃଦ୍ଧିପାଇଛି, ଘର ଭିତରେ କାର୍ଯ୍ୟକଳାପ ଅଧିକ ହୋଇଛି ଯଥା ମନୋରଞ୍ଜନ ଏବଂ ପାଠପଢ଼ା ପାଇଁ – ଅତ୍ୟଧିକ ହୋମୱାର୍କ ଏବଂ ବିଳମ୍ୱିତ ସନ୍ଧ୍ୟାରେ ପ୍ରାୟତଃ ଆୟୋଜିତ ହେଉଥିବା କୋଚିଂ କ୍ଲାସରେ ଯୋଗ ଦେବା କିମ୍ବା ପ୍ରବେଶିକା ପରୀକ୍ଷା ପାଇଁ ସ୍କୁଲ୍ ସମୟ ପୂର୍ବରୁ ସ୍କୁଲ ପିଲାମାନଙ୍କୁ ସୂର୍ଯ୍ୟାଲୋକ ଏବଂ ବାହ୍ୟ କାର୍ଯ୍ୟକଳାପରୁ ବଂଚିତ କରିଛି, ଯାହା ମାୟୋପିଆ ବା ସମୀପ ଦୃଷ୍ଟିଦୋଷ ରୋଗର କାରଣ ସାଜିଛି । କମ ସମୟ ଶୋଇବା ଏବଂ ଠିକ ଭାବେ ନ ଖାଇବା ମଧ୍ୟ ମାୟୋପିଆ ରୋଗ ହେବା ସହିତ ଜଡିତ । ମାୟୋପିଆର ପାରିବାରିକ ଇତିହାସ ଥିବା ପିଲାମାନଙ୍କର ମାୟୋପିଆ ରୋଗ ହେବାର ଅଧିକ ବିପଦ ଥାଏ ।

ଡାକ୍ତର ବିବେକ ୱାର୍କଡ,଼ ମିରିୟମ୍ ହାଇମ୍ୟାନ ଚିଲଡ୍ରେନ୍ସ ଆଇ କେୟାର ସେଂଟରର ମୁଖ୍ୟ, ମିଥୁ ତୁଳସୀ ଚନରାଇ କ୍ୟାମ୍ପସ,ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର, କୁହନ୍ତି \”ମାୟୋପିଆ ନିରୂପଣ ନ ହେବା ଏବଂ ଚିକିତ୍ସା ହୋଇନଥିବା ପିଲାମାନଙ୍କ ମଧ୍ୟରେ ସେମାନଙ୍କର ଶିକ୍ଷା, ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅଂଶଗ୍ରହଣ ଏବଂ ସାମାଜିକ ଆଚରଣଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଯେଉଁ ପିଲାମାନଙ୍କର ମାୟୋପିଆ ରୋଗ ରହିଛି ସେମାନଙ୍କର ରେଟିନା ବିଚ୍ଛିନ୍ନତା, ଗ୍ଲୁକୋମା, ମୋତିଆବିନ୍ଦୁ ଏବଂ ଅନ୍ୟାନ୍ୟ ଚକ୍ଷୁ ରୋଗ ହେବାର ଅଧିକ ବିପଦ ରହିଛି । ଏହି ସବୁ ଚକ୍ଷୁ ବିକୃତିଗୁଡ଼ିକ ଦୃଷ୍ଟିହୀନତାର କାରଣ ହୋଇପାରେ” ।

\”ମାୟୋପିଆ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଚିନ୍ତାଜନକ ବିଷୟ । ଯଦି ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ କୌଣସି ମାୟୋପିଆ-ବିରୋଧୀ ପଦକ୍ଷେପ ଆରମ୍ଭ ନହୁଏ, ତେବେ ଏହା ୨୦୫୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା (୫ ବିଲିୟନ)କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି । ବର୍ତମାନର ପ୍ରଚଳିତ ହାରରେ, ଭାରତର ସହରାଂଚଳରେ ରହୁଥିବା ୧୦ ଜଣ ଶିଶୁଙ୍କ ମଧ୍ୟରୁ ୫ ଜଣ (୪୮%)ଙ୍କୁ ୨୦୫୦ ସୁଦ୍ଧା ମାୟୋପିଆ ହେବାର ସମ୍ଭାବନା ରହିଛି । କମ ବୟସରେ ମାୟୋପିଆ ରୋଗ ହେଉଥିବା ପିଲାମାନଙ୍କଠାରେ ମାୟୋପିଆ ରୋଗର ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହେଉଛି । ମାୟୋପିଆ ରୋଗ ଥିବା ପ୍ରାୟ ୪% ଭାରତୀୟ ବ୍ୟକ୍ତି ଜଟିଳତା କାରଣରୁ ସ୍ଥାୟୀ ଭାବେ ଦୃଷ୍ଟିଶକ୍ତି ହରାଇପାରନ୍ତି” ବୋଲି ଡକ୍ଟର ବିବେକ ମଧ୍ୟ କୁହନ୍ତି ।

ଦେଶର ଏଭଳି ବହୁତ କମ୍ ଅନୁଷ୍ଠାନ ମଧ୍ୟରେ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଅନ୍ୟତମ ଯେଉଁଠି ଏକ ଉତ୍ସର୍ଗୀକୃତ ଶିଶୁ ଚକ୍ଷୁ ଯତ୍ନ କେନ୍ଦ୍ର ରହିଛି । ଏଲଭିପିଇଆଇ ମାୟୋପିଆ ରୋଗର ଆରମ୍ଭକୁ ରୋକିବା ଏବଂ ଛୋଟପିଲା ଓ ବଡ଼ ପିଲାମାନଙ୍କ ମଧ୍ୟରେ ଏହାର ଅଗ୍ରଗତି ହ୍ରାସ କରିବା ପାଇଁ ବ୍ୟାପକ ଏବଂ ପ୍ରମାଣ-ଆଧାରିତ ଆଂଟି-ମାୟୋପିଆ ଚିକିତ୍ସା ପ୍ରଦାନ କରେ । ମାୟୋପିଆକୁ ନିୟନ୍ତ୍ରଣ କରିବା ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପରିବାର, ଶିକ୍ଷକ, ଡାକ୍ତର, ସ୍ୱାସ୍ଥ୍ୟସେବା ସଂଗଠନ ଏବଂ ସରକାରଙ୍କ ସାମୂହିକ ଦାୟିତ୍ୱ ଅଟେ । ବାର୍ଷିକ ଚକ୍ଷୁ ପରୀକ୍ଷା, ଦିନସମୟରେ ବାହ୍ୟ କାର୍ଯ୍ୟକଳାପକୁ ଉତ୍ସାହିତ କରିବା, କମ୍ପ୍ୟୁଟର ଓ ମୋବାଇଲ୍ କମ୍ ଦେଖିବା, ୨୦-୨୦-୨୦ ନିୟମ ପାଳାନ କରିବା, ଜନସଚେତନତା ସୃଷ୍ଟି କରିବା, ସ୍ୱାସ୍ଥ୍ୟସେବା ଯୋବାଇବା । ନିରାପଦ ପଦକ୍ଷେପ କେବଳ ମାୟୋପିଆ ରୋଗର ଅଗ୍ରଗତିକୁ ନିୟନ୍ତ୍ରଣ କରିବ ନାହିଁ ବରଂ ଆମ ପିଲାମାନଙ୍କୁ ଉନ୍ନତ ଏବଂ ସୁସ୍ଥ ଜୀବନ ଦେବ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *