ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ରେଟିନୋବ୍ଲାଷ୍ଟୋମା ସଚେତନତା ପଦଯାତ୍ରା

ଏହା ମାଧ୍ୟମରେ ରେଟିନୋବ୍ଲାଷ୍ଟୋମା (ପିଲାମାନଙ୍କ ଠାରେ ଚକ୍ଷୁ କର୍କଟ) ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।
ହ୍ୱାଇଟାଥନ୍ ହେଉଚି ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ର ବାର୍ଷିକ କାର୍ଯ୍ୟ ସମ୍ପର୍କିତ କର୍ମଶାଳା ଯାହାକୁ ରେଟିନୋବ୍ଲାଷ୍ଟୋମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ମୁଳ ଲକ୍ଷ୍ୟ ଅଟେ । ରେଟିନୋବ୍ଲାଷ୍ଟୋମା ରେ ଦେଖା ଯାଉଥିବା ସବୁଠାରୁ ଏକ ସାଧାରଣ ଲକ୍ଷଣ ହେଉଛି ଧଳା ରିଫଲେକ୍ସ (ହ୍ୱାଇଟ୍ ଗ୍ଲୋ) ଯାହା ପିଲାମାନଙ୍କର ଆଖିରେ ଦେଖା ଯାଇଥାଏ । ଯଦି ପିଲାଙ୍କ ଆଖିରେ ‘ଧଳା ରିଫଲେକ୍ସ’ ଦେଖନ୍ତି, ତେବେ ଏହା ଚକ୍ଷୁ କର୍କଟର ଏକ ପ୍ରାରମ୍ଭିକ ସଙ୍କେତ ହୋଇପାରେ ଯାହାର ତୁରନ୍ତ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି ।



ଭୁବନେଶ୍ୱର, ୯ମଇ, ୨୦୨୨ : ଏଲ. ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ମିଠୁ ତୁଳସୀ ଚାନାରାଇ କ୍ୟାମ୍ପସ, ଭୁବନେଶ୍ୱର ଠାରେ ରେଟିନୋବ୍ଲାଷ୍ଟୋମା ପଦଯାତ୍ରାକୁ ୮ମଇ ୨୦୨୨ ରେ ଆୟୋଜନ କରିଛି । ଏହି ପଦଯାତ୍ରାଟି ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଦ୍ୱାରା ଏହାର ଭୁବନେଶ୍ୱର, ହାଇଦ୍ରାବାଦ, ବିଶାଖପଟ୍ଟନମ୍ ଓ ବିଜୟୱାଡ଼ା କ୍ୟାମ୍ପସ ଠାରେ ଆୟୋଜିତ ‘ହ୍ୱାଇଟାଥନ୍’ ଇଭେଂଟର ଏକ ଅଂଶ ଅଟେ । ସେଲିବ୍ରିଟି ଅଭିନେତା ଶ୍ରୀ ଶବ୍ୟସାଚୀ ମିଶ୍ର, ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଡା. ଦେବଜ୍ୟୋତି ତ୍ରିପାଠୀ, ଅକୁଲାର ଅଙ୍କୋଲୋଜିଷ୍ଟ, ମିଠୁ ତୁଳସୀ ଚନରାଇ କ୍ୟାମ୍ପସ, ଭୁବନେଶ୍ୱର, ଏଲ୍ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏହି ଅବସରରେ କହିଛନ୍ତି ଯେ ‘‘ଆମର ଲକ୍ଷ୍ୟ ହେଉଛି ପିଲାମାନଙ୍କ ଠାରେ ଦେଖା ଦେଉଥିବା ରେଟିନୋବ୍ଲାଷ୍ଟୋମା ଚକ୍ଷୁ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଯଦ୍ୱାରା ଏହାର ସଠିକ୍ ସମୟରେ ନିରୁପଣ କରାଯିବା ସହିତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇପାରିବ । ଏହି ରେଟିନୋବ୍ଲାଷ୍ଟୋମା ସଚେତନତା ପଦଯାତ୍ରାରେ ଆମ ସହିତ ଶ୍ରୀ ସବ୍ୟସାଚୀ ମିଶ୍ର ସାମିଲ୍ ହୋଇଥିବାରୁ ଓ ରେଟିନୋବ୍ଲାଷ୍ଟୋମା ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ସହଯୋଗ କରିଥିବାରୁ ଆମେ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ଆମେ ମଧ୍ୟ ଆରୋହ – ଗିଭିଂ ହୋପ୍, ନାମକ ସ୍ୱେଚ୍ଛାସେବି ଅନୁଷ୍ଠାନରୁ ସହାୟତା ଗ୍ରହଣ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛୁ ।
ରେଟିନୋବ୍ଲାଷ୍ଟୋମା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ – ରେଟିନୋବ୍ଲାଷ୍ଟୋମା (ଚକ୍ଷୁ କର୍କଟ) ସାଧାରଣତଃ ୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ (୯୦%) । ସାରା ବିଶ୍ୱରେ ଦେଖା ଯାଉଥିବା ଚକ୍ଷୁ କର୍କଟର ମାମଲା ମଧ୍ୟରୁ ଭାରତରେ ୨୦ ରୁ ୨୫% ଦେଖା ଯାଇଥାଏ, ଏବଂ ସାରା ବିଶ୍ୱରେ ୫୦%ରୁ ଅଧିକ ମାମଲାରେ ବିଳମ୍ବିତ ଚିହ୍ନଟ । ରେଟିନୋବ୍ଲାଷ୍ଟୋମା ଆରୋଗ୍ୟସାଧ୍ୟ ଯଦି ଏହାକୁ ସଠିକ୍ ସମୟରେ ନିରୁପଣ କରାଯାଏ । ଏହାଦ୍ୱାରା ଶିଶୁର ଜୀବନ, ଚକ୍ଷୁ ଓ ଦୃଷ୍ଟିଶକ୍ତି ରକ୍ଷା କରାଯାଇପାରେ । ଗତ ଦଶନ୍ଧି ଧରି ଏଲଭିପିଇଆଇ ରେଟିନୋବ୍ଲାଷ୍ଟୋମା ଚକ୍ଷୁ କର୍କଟ ଥିବା ୨୦୦୦ ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିଛି । ଯଦିଓ ୯୦% କ୍ଷେତ୍ରରେ ଶିଶୁର ଜୀବନ ରକ୍ଷା କରିବା ସମ୍ଭବ, କିନ୍ତୁ ପିଲାର ଦୃଷ୍ଟି ଶକ୍ତିକୁ ମାତ୍ର ୪୫% କ୍ଷେତ୍ରରେ ସୁରକ୍ଷିତ କରାଯାଇପାରିଥାଏ । ତେଣୁ ପିଲାମାନଙ୍କ ଠାରେ ରେଟିନୋବ୍ଲାଷ୍ଟୋମାର ସାଧାରଣ ଲକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।
ପାଣ୍ଠି ସଂଗ୍ରହ କରିବାର ଆବଶ୍ୟକତା : ରେଟିନୋବ୍ଲାଷ୍ଟୋମା ଚିକିତ୍ସା ହେଉଛି ବ୍ୟୟବହୁଳ ଓ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ କରାଯାଇଥାଏ । ପ୍ରାୟତଃ ୬୦ ରୁ ୬୫% ରୋଗୀଙ୍କ ପରିବାର ଏହି ବ୍ୟୟବହୁଳ ଚିକିତ୍ସାର ଭାରକୁ ବହନ କରିପାରିନଥାନ୍ତି । ଏହି ସବୁ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହିତ ପାଣ୍ଠି ସହାୟତାରେ ଏଲଭିପିଇଆଇ ଗରିବ ପରିବାରର ପିଲାମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବାରେ ସମର୍ଥ ହୋଇପାରିଛି ।