ଲୁଲୁ ମହାପାତ୍ରଙ୍କ ୫୭ତମ ଜୟନ୍ତୀରେ ଲୁଲୁସେନାର ଶ୍ରଦ୍ଧାଞ୍ଜଳି
ଖୋର୍ଦ୍ଧା : ୧୪/୦୨/୨୦୨୧ ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର( ଲୁଲୁ) ମହାପାତ୍ର ଥିଲେ ପାଇକ ବିଦ୍ରୋହର କର୍ଣ୍ଣଧାର ତଥା ସ୍ଵାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଓ ବହ୍ମଗିରିର ପୂର୍ବତନ ବିଧାୟକ ସହିତ ରାଜ୍ୟ ଯୁବ କଂଗ୍ରେସ ସଭାପତି । ସେ ଥିଲେ ଅଗଣିତ ଯୁବ କଂଗ୍ରେସ ପ୍ରେମୀଙ୍କ ହୃଦୟର ସ୍ପନ୍ଦନ । ତାଙ୍କ ବିୟୋଗ ରେ ରାଜ୍ୟରେ କଂଗ୍ରେସ ର ସ୍ଥିତି ଏକ ରକମ ଦୁର୍ବଳ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆଜି ତାଙ୍କର ୫୭ ତମ ଜନ୍ମ ଜୟନ୍ତୀ ଉତ୍ସବ ସାରା ରାଜ୍ୟରେ କଂଗ୍ରେସ ପ୍ରେମୀଙ୍କ ଦ୍ୱାରା ପାଳିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ନଗର କଂଗ୍ରେସ ଓ ଲୁଲୁସେନା ପକ୍ଷରୁ ଖୋର୍ଦ୍ଧା ଟାଉନ ହଲ ସମ୍ମୁଖରେ ସ୍ବର୍ଗତ ଲୁଲୁଙ୍କ ଉଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଦ୍ବୀପ ପ୍ରଜ୍ବଳନ ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ଉପସ୍ଥିତ ଅତିଥି ମାନେ ଲୁଲୁ ବାବୁଙ୍କର ଜୀବନି ଉପରେ ଆଲୋକପାତ କରି ଥିଲେ । ତାଙ୍କର ରାଜନୈତିକ ଜୀବନରେ ସେ ଯେଉଁ କାର୍ଯ୍ୟ କରିଯାଇଛନ୍ତି, ସେଥିପାଇଁ ଆଜି ସାରା ରାଜ୍ୟ ଲୁଲୁ ବାବୁଙ୍କୁ ଝୁରୁଛି ବୋଲି ଅତିଥି ମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ତଥା ପିପୁଲସ ଫୋରମ ର ଅଧ୍ୟକ୍ଷ ସଞ୍ଜୟ ପଟ୍ଟନାୟକ, ପି.ସି.ସି ସଭ୍ୟ ତଥା ଆଇନଜୀବି ଶିଶିର କୁମାର ପରିଡ଼ା, ପୂର୍ବତନ ଯୁବ କଂଗ୍ରେସ ସଭାପତି ବିଭାବସୁ ମହାନ୍ତି, ପି.ସି.ସି ମୁଖପାତ୍ର ଅମିତ ମହାନ୍ତି ଓ ବରିଷ୍ଠ କଂଗ୍ରେସ ନେତା ଗୁରୁ ପଟ୍ଟନାୟକ ସମେତ
ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ପ୍ଲାବନ ପଟ୍ଟନାୟକ, ଶିଲାଦିତ୍ୟ ପଟ୍ଟନାୟକ, ଦିଲ୍ଲୀପ ସେଠୀ, ହେମନ୍ତ ନାୟକ, ହଲିମ ସଦ୍ଦୀକ , ଅମରଜିତ ମହାରଥୀ, ଜୀବନ ବେହେରା ଓ ନାରୀନେତ୍ରୀ ଜୟନ୍ତୀ ରାୟଙ୍କ ସହିତ ଉପସ୍ଥିତ ଥିବା ସମସ୍ତ କର୍ମୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧା ଅଞ୍ଚଳର ବହୁ ସଂଖ୍ୟାରେ ଲୁଲୁପ୍ରେମୀ ଯୋଗ ଦେଇଥିଲେ।