ଡକାୟତି ଯୋଜନା ପୂର୍ବରୁ ଖୋର୍ଦ୍ଧାରୁ ରାଜପଥ ଲୁଟେରା ଗ୍ୟାଙ୍ଗ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ମୋନାଲିସା ଇଂଲିଶ ମିଡିୟମ ସ୍କୁଲ ପଛ ପଟ ଟିଏଲସି ପଡ଼ିଆରୁ ପାଞ୍ଚ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ ।

ବିଳମ୍ବିତ ରାତିରେ ରାଜପଥରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଞ୍ଚ ଜଣଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟେ ଦେଶୀ ବନ୍ଧୁକ, ୫ ଜୀବନ୍ତ ଗୁଳି, ଗୋଟାଏ କାର, ମଦ ବୋତଲ, ଖଣ୍ଡା, ଲୁହା ରଡ଼ ଏବଂ ଗୋଟେ ମୋବାଇଲ ଫୋନ ଆଦି ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାମ ମୋହମଦ ରଜାକ, ରାଜୁ ଖାନ, ନିଲୁ ବେହେରା, କାହ୍ନ ବେହେରା ଓ କାର୍ତ୍ତିକ ପ୍ରଧାନ ବୋଲି ଜଣା ପଡିଥିବା ବେଳେ
ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଟାଉନ ଥାନାର ଏକାଧିକ ମାମଲାରେ ଜଡିତ ଥିବା ନେଇ ସୂଚନା ଦେଇଛି ପୋଲିସ।

Leave a Reply

Your email address will not be published. Required fields are marked *