ଇଣ୍ଡୋେନେସିଆରେ ଇସ୍‌ଲାମର ସ୍ଥାନୀୟ କରଣ ଓ ସମଧର୍ମୀ ସଂସ୍କୃତିକୁ ପ୍ରୋତ୍ସାହନ

ଅଲତାଫ୍‌ ମିର୍‌
ଜାମିଆ ମିଲିଆ ଇସଲାମିଆ

ୱାଲଡର୍ ପୋପୁଲେସନ୍ ରିଭୁ୍ୟ ୱବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ବର୍ତ୍ତମାନ ସମୟରେ ଇଣ୍ଡୋେନେସିଆ ପୃଥିବୀର ସବୁଠାରୁ ବଡ଼ ମୁସଲିମ୍‌ ବହୁଳ ଦେଶ ଅଟେ । ଯେଉଁଠାରେ ପାଖାପାଖି ୨୩.୧ କୋଟି ମୁସଲମାନ ବସବାସ କରୁଛନ୍ତି । ଯାହା ଇଣ୍ଡୋେ[ସିଆର ଜନସଂଖ୍ୟାରେ ଶତକଡ଼ା ୮୬.୭ଭାଗ ଅଟେ ଓ ବିଶ୍ୱର ସମଗ୍ର ମୁସଲିମ ଜନସଂଖ୍ୟାର ଶତକଡ଼ା ୧୩ ଭାଗ ଅଟେ ।

ଇଣ୍ଡୋେନେସିଆର ଧାର୍ମିକ ଓ ସଂସ୍କୃତିକ ଇତିହାସର ବୌଦ୍ଧ ଓ ହିନ୍ଦୁ ଧର୍ମ ସହିତ ଅେନେକ ସମ୍ପର୍କ ଅଛି । ଇଣ୍ଡୋେନେସିଆରେ ପ୍ରଚଳିତ ହେଉଥିବା ଧର୍ମ, ହିନ୍ଦୁ ଓ ବୌଦ୍ଧ ଦର୍ଶନ ଦ୍ୱାରା ଅେନେକ ଭାବରେ ପ୍ରଭାବିତ ହୋଇଥାଏ । ଏହି ଦୁଇ ଧର୍ମ ଉକ୍ତ ଦ୍ୱୀପପୁଞ୍ଜକୁ ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ଶତାବ୍ଦୀ ବେଳକୁ ପ୍ରସାରିତ ହୋଇଥିଲା । ଯେତେବେଳେ ଭାରତୀୟ ବ୍ୟବସାୟୀମାେନ ସୁମାତ୍ରା, ଜାଭା ଓ ସୁଲାଭେଶୀ ଭଳି ଦ୍ୱୀପକୁ ଆଗମନ କରିବା ସହିତ ନିଜର ଧର୍ମକୁ ମଧ୍ୟ ସାଥୀରେ ନେଇଆସିଥିଲେ । ବିଶ୍ୱର ସର୍ବବୃହତ ବୌଦ୍ଧ କିର୍ତ୍ତୀ ବୋରୋବୋଡୁର ଇଣ୍ଡୋେନେସିଆରେ ଶୈଲେନ୍ଦ୍ରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଓ ସେ ସମୟରେ ହିନ୍ଦୁକିର୍ତ୍ତୀ ପ୍ରମବନ ମଧ୍ୟ ସେଠାରେ ନିର୍ମିତ ହୋଇଥିଲା । ଇଣ୍ଡୋେନେସିଆକୁ ତ୍ରୟୋଦଶ ଶତାବ୍ଦୀରେ ଇସଲାମର ଆଗମନ ହୋଇଥିଲା ।

ଇଣ୍ଡୋେନେସିଆର ଅଧିକାଂଶ ମୁସଲମାନ ଏକ ପ୍ରକାର ମିଶ୍ରିତ ଧର୍ମ ବିଶ୍ୱାସକୁ ପାଳନ କରିଥାନ୍ତି । ଇଣ୍ଡୋେନେସିଆର ସ୍ଥାନିୟ ସଂସ୍କୃତି ଇଣ୍ଡୋେନେସିଆର ମୁସଲିମମାନଙ୍କର ଆରବୀକରଣ ହେବାକୁ ଦେଇନାହିଁ । ଇଣ୍ଡୋେନେସିଆର ଅଧିକାଂଶ ମୁସଲମାନ ଆଞ୍ଚଳିକ ରୀତିନିତି (ଆଦତ) ଦ୍ୱାରା ପ୍ରଭାବିତ ହୋଇଥିବା ଇସଲାମକୁ ଅନୁସରଣ କରିଥାନ୍ତି । ଏହାର ପ୍ରମାଣ ବାଲିରେ ପ୍ରଚଳିତ ହିନ୍ଦୁ ଧର୍ମ ଓ ଭାରତୀୟ ହିନ୍ଦୁ ଧର୍ମ ଓ ସେହିପରି ଇଣ୍ଡୋେନେସିଆରେ ପ୍ରଚଳିତ ଇସଲାମ ଓ ଆରବ ଦେଶମାନଙ୍କରେ ପ୍ରଚଳିତ ଇସଲାମ ଧର୍ମ ମଧ୍ୟରେ ଦେଖା ଯାଉଥିବା ଭିନ୍ନତାରୁ ମିଳିଥାଏ । ଇଣ୍ଡୋେନେସିଆରେ ପ୍ରଚଳିତ ଇସଲାମ କେଜାେୱନ ଧରଣର ଯାହାର ଅର୍ଥ ହେଲା ଇସ୍‌ଲାମ ଓ ସ୍ଥାନିୟ ପ୍ରଚଳିତ ବିଶ୍ୱାସର ସମ[ନ୍ୟାୟତା । ତେଣୁ ଇଣ୍ଡୋେନେସିଆର ମୁସଲମାନମାେନ ନରମପନ୍ଥୀ ମନିଭାବ ପୋଷଣ କରି ଅେନେକ ବିଷୟରେ ଶାନ୍ତିପୂର୍ଣ୍ଣ ପନ୍ଥାକୁ ପ୍ରାଥମିକତା ଦେଇଥାନ୍ତି ।
ତେଣୁ ସମଗ୍ର ବିଶ୍ୱବାସୀ ଏହାକୁ ହୃଦୟଙ୍ଗମ କରି ଶାନ୍ତିପୂର୍ଣ୍ଣଭାବରେ କିପରି ବସବାସ କରାଯାଏ ତାହା ଇଣ୍ଡୋେନେସିଆର ମୁସଲମା[ମା[ଙ୍କଠାରୁ ମଧ୍ୟ ଶିକ୍ଷା ନେବା ଉଚିତ । ଯଦିଓ ଇଣ୍ଡୋେନେସିଆ ଏକ ମୁସଲିମ ବହୁଳ ରାଷ୍ଟ୍ର ଅଟେ । ସେଠାକାର ସଂଖ୍ୟା ଲଘୁ ସମୂଦାୟ ଧାର୍ମିକ ଓ ମୌଳିକ ଅଧୀକାର ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହା ସମର୍ପିତ ଅଟେ ।

ସେଠାକାର ସରକାରଙ୍କ ସହିତ ଅନ୍ୟା ସ୍ଥାନିୟ ଅଧୀବାସୀମାେନେ ସେଠାକାର ସ୍ଥାନିୟ ପରମ୍ପରା ଓ ସ୍ୱଦେଶୀ ପରିଚୟକୁ ଅଧିକ ଗୁରୁତ୍ୱାରୋପ କରିଥାଆନ୍ତି । ଶତକଡ଼ା ୯୬ ଭାଗ ସାକ୍ଷରତା ହାର ସହିତ ଇଣ୍ଡୋେନେସିଆର ମୁସଲମାନମାେନେ ନରମପନ୍ଥୀ ହୋଇ ତାଙ୍କର ମୌଳିକ ଅଧିକାରକୁ ଉପଭୋଗ କରିବା ସହିତ କୌଣସି ପ୍ରକାର କଟ୍ଟରପନ୍ଥୀ ବା ମୌଳବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେବାଠାରୁ ନିଜକୁ ଦୂରେଇ ରଖିଥାନ୍ତି । ଇଣ୍ଡୋେନେସିଆ ଭଳି ଆମ ଦେଶ ଭାରତ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଭାଈଚାରା ସମ୍ପନ୍ନ ରାଷ୍ଟ୍ର ଅଟେ ଯେଉଁଠାରେ ଇଣ୍ଡୋେ[ସିଆ ଓ ପାକିସ୍ତାନ ପରେ ବହୁଳ ସଂଖ୍ୟକ ମୁସଲମାନ ସମୂଦାୟ ଅନ୍ୟା ଧର୍ମ ସମୂଦାୟ ସହିତ ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରିଆସୁଛନ୍ତି । ଭାରତର ଗଙ୍ଗା ଜମୁନ ତହଜିବ୍‌ ସଂସ୍କୃତି ସର୍ବଦା ଧାର୍ମିକ ବସହିଷ୍ଣìତା ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଧ୍ୱଜବାହକ ଭାବରେ କାର୍ଯ୍ୟ କରିଥାଏ । ବର୍ତ୍ତମାନ ସମୟରେ ଏହିପରି ସମଧର୍ମୀ ସଂସ୍କୃତି ଆହୁରି ପ୍ରୋତ୍ସାହିତ କରିବା ଉଚିତ ।

Leave a Reply

Your email address will not be published. Required fields are marked *